ଦେଶ ବିଦେଶ

AAP MLA resigned: ଗୁରୁ ଗ୍ରନ୍ଥ ସାହେବ ଚୋରି ପ୍ରସଙ୍ଗରେ ଆପ୍‌ ବିଧାୟକଙ୍କ ଇସ୍ତଫା

ମାଘ ମେଳା ସମୟରେ ଶ୍ରୀ ମୁକ୍ତସର୍‌ ସାହେବରେ ବଙ୍ଗା ହଲକେର ଏକ ଡେରାରୁ ଚୋରି ହୋଇଥିବା ଶ୍ରୀ ଗୁରୁ ଗ୍ରନ୍ଥ ସାହେବଙ୍କ ୧୬୯ ସ୍ବରୂପ ସମ୍ପର୍କରେ ବୟାନ ଦେବା ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ପାଇଁ ମହଙ୍ଗା ପଡ଼ିଛି।

ଚଣ୍ଡିଗଡ଼: ମାଘ ମେଳା ସମୟରେ ଶ୍ରୀ ମୁକ୍ତସର୍‌ ସାହେବରେ ବଙ୍ଗା ହଲକେର ଏକ ଡେରାରୁ ଚୋରି ହୋଇଥିବା ଶ୍ରୀ ଗୁରୁ ଗ୍ରନ୍ଥ ସାହେବଙ୍କ ୧୬୯ ସ୍ବରୂପ ସମ୍ପର୍କରେ ବୟାନ ଦେବା ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌ଙ୍କ ପାଇଁ ମହଙ୍ଗା ପଡ଼ିଛି। ମୁଖ୍ୟମନ୍ତ୍ରୀଙ୍କ ବୟାନ ଯୋଗୁ ବଙ୍ଗାରୁ ବିଧାୟକ ଥିବା ଡ. ସୁଖବିନ୍ଦର ସୁଖି ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଡ. ସୁଖି ରବିବାର ବଙ୍ଗାର ଗୁରୁଦ୍ବାରା ରାଜା ସାହେବ ରସୋଖାନା ପହଞ୍ଚି ନିଜ ଇସ୍ତଫା କଥା ଘୋଷଣା କରିଥିଲେ। ସେ ୱେରହାଉସ ଅଧ୍ୟକ୍ଷ ତଥା କ୍ୟାବିନେଟ ପାହ୍ୟା ମଧ୍ୟ ଛାଡ଼ି ଦେଇଛନ୍ତି।

ସେ କହିଛନ୍ତି, ଶିଖ୍‌ ସମୁଦାୟ ପାଇଁ ଶ୍ରୀ ଗୁରୁ ଗ୍ରନ୍ଥ ସାହେବ ସର୍ବୋଚ୍ଚ ସମ୍ମାନର ପ୍ରତୀକ ଅଟେ। ଏନେଇ କୌଣସି ପ୍ରସଙ୍ଗ ଖୁବ୍‌ ସମ୍ବେଦନଶୀଳ ହୋଇଥାଏ। ମୁଖ୍ୟମନ୍ତ୍ରୀଙ୍କ ବୟାନ ନା କେବଳ ତାଙ୍କୁ ବ୍ୟକ୍ତିଗତ ଭାବେ ଆଘାତ ଦେଇଛି, ବରଂ ସଙ୍ଗତ ଭାବନାକୁ ମଧ୍ୟ ଆଘାତ ଦେଇଛି। ସେ ଏପରି କୌଣସି ପଦ ରହିପାରିବେ ନାହିଁ, ଯେଉଁଠାରେ ତାଙ୍କୁ ତାଙ୍କ ଧାର୍ମିକ ମୂଲ୍ୟ ଓ ଆସ୍ଥା ବିରୋଧରେ ଛିଡ଼ା ହେବାକୁ ପଡ଼ିବ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button