Murder Minor Girl: ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ଟାୟାର ଜାଳି ରାସ୍ତା ଅବରୋଧ କଲେ ଲୋକେ
ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରେ ଗତକାଲି ଏକ ଲଜ୍ଜାକର ଘଟଣା ଘଟିଛି। ଜଣେ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସନ୍ଧ୍ୟାରେ ଦେହରେ କୌଣସି ପୋଷାକ ନଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଥିଲା....

ଭଦ୍ରକ/ଚାନ୍ଦବାଲି: ଭଦ୍ରକ ଜିଲ୍ଲା ଚାନ୍ଦବାଲି ସହରରେ ଗତକାଲି ଏକ ଲଜ୍ଜାକର ଘଟଣା ଘଟିଛି। ଜଣେ ୧୦ ବର୍ଷର ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ସନ୍ଧ୍ୟାରେ ଦେହରେ କୌଣସି ପୋଷାକ ନଥିବା ଅବସ୍ଥାରେ ମୃତଦେହ ଉଦ୍ଧାର ହେବା ପରେ ଚାନ୍ଦବାଲି ସହରରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଛି। ଲୋକେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ।
/filters:format(webp)/sambad/media/media_files/2025/12/24/people-burn-tires-and-block-roads-2025-12-24-09-18-42.jpeg)
ଏହି ଘଟଣା ପ୍ରଚାର ହେବା ପରେ ଆଖପାଖ ଅଞ୍ଚଳର ହଜାର ହଜାର ସଂଖ୍ୟାରେ ଲୋକ ସେଠାରେ ରୁଣ୍ଡ ହୋଇ ଭଦ୍ରକ-ଚାନ୍ଦବାଲି ମୁଖ୍ୟରାସ୍ତାକୁ ବାଲିଗାଁଠାରେ ଅବରୋଧ କରି ରଖିଥିଲେ।
ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଛି
ଟାୟାର ଜାଳି ବିକ୍ଷୋଭ ପ୍ରଦର୍ଶନ ଯୋଗୁ ରାସ୍ତାର ଉଭୟ ପାର୍ଶ୍ବରେ ଶହଶହ ଗାଡ଼ି ଅଟକି ରହିଛି। ଖବର ପାଇ ଧାମନଗର ଏସ୍ଡିପିଓ ତ୍ରିଲୋଚନ ସେଠୀ ପହଞ୍ଚି ଉତ୍ତ୍ଯକ୍ତ ଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ ଲୋକେ ହତ୍ୟାକାରୀଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଅଡ଼ି ବସିଛନ୍ତି। ଭଦ୍ରକ ଏସ୍ପି ମନୋଜ କୁମାର ରାଉତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛନ୍ତି ।
/filters:format(webp)/sambad/media/media_files/2025/12/24/people-block-roads-2025-12-24-09-19-19.jpeg)
ଗତକାଲି ରାତି ଠାରୁ ଏହି ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ବୁଧବାର କଂଗ୍ରେସ ପକ୍ଷରୁ ଏହି ଘଟଣାକୁ ତୀବ୍ର ନିନ୍ଦା କରାଯିବା ସହ ୪୮ ଘଣ୍ଟା ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ ନକଲେ କଂଗ୍ରେସ ରାଜରାସ୍ତାକୁ ଉହ୍ଲାଇବ ବୋଲି ଭଦ୍ରକ ଜିଲା କଂଗ୍ରେସ କମିଟିର ସଭାପତି ନଳିନୀକାନ୍ତ ମାହାନ୍ତି ଚେତାବନୀ ଦେଇଛନ୍ତି।
ଅନ୍ୟ ପକ୍ଷରେ ଏହି ଘଟଣାରେ ଯିଏ ଦୋଷୀ ତାଙ୍କୁ ଖୁବ ସିଘ୍ର ଗିରଫ କରାଯିବ ବୋଲି ଭଦ୍ରକ ଏସ ପି ମନୋଜ ରାଉତ କହିଛନ୍ତି । ତେବେ ଏହି ଘଟଣା ନେଇ ଚାନ୍ଦବାଲି ଅଞ୍ଚଳରେ ତୀବ୍ର ଉତ୍ତେଜନା ଲାଗିରହିଛି। ଚାନ୍ଦବାଲିରେ ବ୍ୟାପକ ପୋଲିସ ମୁତୟନ କରାଯାଇଛି।
ସୌଜନ୍ୟ ସମ୍ବାଦ




