Breaking News

ଚାଞ୍ଚଲ୍ୟ: ପଥରରେ ଛେଚି ମହିଳାଙ୍କୁ ମାରିବା ପରେ ତାଙ୍କ ମାଂସ ଖାଇଲା ଯୁବକ

0

ମୁମ୍ବାଇ: ରାଜସ୍ଥାନର ପାଲି ଜିଲ୍ଲାରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି। ସରଘନା ଅଞ୍ଚଳରେ ଥିବା ଏକ ଜଙ୍ଗଲରେ ଛେଳି ଚରାଇବା ସମୟରେ ଜଣେ ବୃଦ୍ଧ ମହିଳାଙ୍କୁ ପଥରରେ ଛେଚି ଜଣେ ଯୁବକ ମାରିଦେଇଥିଲା। ଘଟଣାସ୍ଥଳରେ ହିଁ ବୃଦ୍ଧାଙ୍କର ମୃତ୍ୟୁ ହୋଇଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା କି ବୃଦ୍ଧାଙ୍କୁ ମାରିବା ପରେ ନୃଶଂସ ଯୁବକ ବୃଦ୍ଧାଙ୍କର ମୁହଁର ମାଂସକୁ ନିଜ ଦାନ୍ତରେ କାମୁଡ଼ି କାମୁଡ଼ି ଖାଉଥିଲା। ତାପରେ ସେ ବୃଦ୍ଧାଙ୍କ ମୁହଁକୁ ନିଜ ଦେହରୁ ସାର୍ଟ କାଢି ଦେଇ ସେଥିରେ ଘୋଡ଼ାଇ ଦେଇଥିଲା।

ଆଖପାଖରେ ଥିବା ଲୋକେ ଏଭଳି ଦୃଶ୍ୟ ଦେଖି ଗାଁଲୋକଙ୍କୁ ଖବର ଦେଇଥିଲେ। ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଯୁବକଜଣକ ଫେରାର ହୋଇଯାଇଥିଲା। ଏହାପରେ ଲୋକେ ଏନେଇ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଅଭିଯୁକ୍ତ ଯୁବକକୁ ଗିରଫ କରିଥିଲା। ଉକ୍ତ ଯୁବକର ନାଆଁ ସୁରେନ୍ଦ୍ର ବୋଲି ଜଣାଯାଇଛି। ସେ ମୁମ୍ବାଇର ବାସିନ୍ଦା। ସେ ନିୟମିତ ନିଶା ସେବନ କରୁଥିବା ପୁଲିସ ଜାଣିବାକୁ ପାଇଛି। ମୃତ ବୃଦ୍ଧାଙ୍କ ନାମ ହେଲା ଶାନ୍ତ ଦେବୀ। ଏଭଳି ଘଟଣା ସ୍ଥାନୀୟ ଅଞ୍ଚଳରେ ପ୍ରଥମ ଥର ଘଟିଥିବା ଜଣାଯାଇଛି। ତେବେ ଯୁବକ କାହିଁକି ସେ ଅଞ୍ଚଳକୁ ଆସିଥିଲା, ତାର ତଦନ୍ତ କରୁଛି ପୁଲିସ।

Leave A Reply

Your email address will not be published.