Breaking News

ନବ ନିର୍ମାଣ କୃଷକ ସଂଗଠନ କନ୍ଧମାଳ ଶାଖା ପକ୍ଷରୁ ପ୍ରାଇସ ପ୍ରେଷ୍ଟିଜ ଓ ପେନସନ ଦାଵୀରେ ଗଣଧାରଣା

0

ଫୁଲବାଣୀ: ନବନିର୍ମାଣ କୃଷକ ସଂଗଠନ ଓଡିଶା ଭୁବନେଶ୍ୱର ପକ୍ଷରୁ ଚାଷୀଭାଇମାନଙ୍କ ବିଭିନ୍ନ ସମସ୍ୟା ନେଇ ତାର ସମାଧାନ କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେଇ ନଥିବାରୁ ଲକ୍ଷେ ଚାଷୀ ଚଣ୍ଡିଖୋଲରୁ ଭୁବନେଶ୍ୱର ଚାଲ ଅଭିଯାନକୁ ସମର୍ଥନ ଜଣାଇ ଫୁଲବାଣୀ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ପ୍ରତିବାଦ ସଭା ଜିଲା ସଂଯୋଜକ ଭାଗିରାମ ଦିଗାଲଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଛି।ଦଶ ଦଫା ଦାବୀ ସମ୍ବଳିତ ସ୍ମାରକ ପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି।
ଦେଶର ୭୦%ଚାଷୀଭାଇ ଦେଶବାସୀଙ୍କୁ ଆହାର ଯୋଗାଇ ଆସୁଥିବା ବେଳେ ସେମାନଙ୍କ ସାମାଜିକ ଅର୍ଥନୈତିକ ସ୍ଥିତି ଖରାପ ଯୋଗୁଁ ବହୁତ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି।କିନ୍ତୁ ସମାଜରେ ଓ ବିଭିନ୍ନ କାର୍ଯ୍ୟାଳୟରେ ଉପଯୁକ୍ତ ମର୍ଯ୍ୟାଦା ଓ ସମ୍ମାନ ମିଳୁନାହିଁ।ଆର୍ଥିକ ସ୍ୱଛଳତା ନାହିଁ।
ଶୀତଳ ଭଣ୍ଡାର ନଥିବା ସହ ବଜାର ବ୍ୟବସ୍ଥା ନଥିବାକାରଣରୁ ସବୁବେଳେ ଚାଷୀ ସ୍ୱଳ୍ପ ମୂଲ୍ୟରେ ଉତ୍ପାଦିତ ଦ୍ରବ୍ୟ ବିକ୍ରୀ କରିବାକୁ ବାଧ୍ୟ ହେଉଛନ୍ତି।ସାର ବିହନ ଔଷଧ ସଠିକ ସମୟରେ ମିଳିବା ସ୍ୱପ୍ନ।
ଚାଷୀ ଉତ୍ପାଦିତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ ହେଉ ନାହିଁ କି ସମୀକ୍ଷା ହେଉନଥିବାରୁ ଚାଷୀ ଠିକ ଦର ପାଇବାରୁ ବଞ୍ଚିତ ହେଉଛି।
ଫୁଲବାଣୀ ସାପ୍ତାହିକ ହାଟ ଜବର ଜଖଲ ହୋଇ ଥିବାରୁ ଚାଷୀମାନେ ବସିବାକୁ ହାଟରେ ଜାଗା ନାହିଁ।ହାଟକୁ ଜବର ଦଖଲ ମୁକ୍ତ ପାଇଁ ପ୍ରଥମେ ପଦକ୍ଷେପ ନିଆଯାଉ।। ବଳକା ଦ୍ରବ୍ୟ ଅଧିକ ଦରରେ ବିକିବାକୁ ବାହାରକୁ ପଠାଇ ବଜାର ବ୍ୟବସ୍ଥା ପାଇଁ ସରକାରୀ ବ୍ୟବସ୍ଥା ଠପ ହୋଇଯାଇଛି।ପ୍ରାଣୀ ବିଭାଗ, ଉଦ୍ୟାନ ବିଭାଗ , କୃଷି ବିଭାଗ ମୃତ୍ତିକା ସଂରକ୍ଷଣ ବିଭାଗ ନୂତନ ଯୋଜନା କାଗଜପତ୍ର ମଧ୍ୟରେ ସୀମିତ ରହୁଛି ।ତେଣୁ ନୂଆ ଯୋଜନା, ତାଲିମ, କ୍ଷେତ୍ର ପ୍ରଦର୍ଶନ ଓ ସରକାରୀ ପ୍ରୋତ୍ସାହନ ସମ୍ପର୍କରେ ଚାଷୀଭାଇମାନଙ୍କୁ ସହଭାଗୀ କରାଯାଉ। କନ୍ଧମାଳରେ ରୁତୁକାଳୀନ ଫଳ ଓ କୃଷି ଜାତ ଦ୍ରବ୍ୟର ପ୍ରକ୍ରିୟା କରଣ ବ୍ୟବସ୍ଥା କରାଯାଉ।ବିଭିନ୍ନ ସରକାରୀ ଯୋଜନାରେ ସ୍ୱଛତା ଓ ଉତ୍ତରଦାୟୀତ୍ୱ ରହୁ।ଜଳସେଚନ କେବଳ କାଗଜ କଲମରେ ସୀମିତ ରହିଛି।ଜଳସେଚନ ଜମିକୁ ନ ହୋଇ ଜଳ କର ଲାଗୁ ହେଉଛି। ଉଠାଜଳସେଚନ ପଏଣ୍ଟ ବହୁତ ଅଚଳ ଓ ବ୍ୟକ୍ତିଗତ ପଏଣ୍ଟ କାର୍ଯ୍ୟକ୍ଷମ ଅଗ୍ରାଧିକାର ଭିତିରେ କରିବା ଆବଶ୍ୟକ। ହଳଦୀଚାଷକୁ ବ୍ୟାପକ କରିବା ସହ ସର୍ବନିମ୍ନ ମୂଲ୍ୟ ଲାଗୁ କରିବା ସହ ପ୍ରକ୍ରିୟା କରଣ ପାଇଁ କୁଟୀର ଶିଳ୍ପର ବ୍ୟବସ୍ଥା କଲେ ବହୁ ଲୋକ ଉପକୃତ ହେବେ।
ଚାଷୀମାନେ ସମାଜରେ ଅବହେଳିତ ଜୀବନଯାପନ କରୁଛନ୍ତି। ସ୍ଥାୟୀ ରୋଜଗାର କରି ପରିବାର ପ୍ରତିପୋଷଣ ଆଶା ନଥିବାରୁ ଯୁବ ଚାଷୀମାନେ ଚାଷପ୍ରତି ବିମୁଖ ହେଉଛନ୍ତି। ତେଣୁ କୋଡ଼ିଏ ବର୍ଷରୁ ଚାଷ କରୁଥିବା ଚାଷୀମାନଙ୍କୁ ମାସିକ ପାଞ୍ଚ ହଜାର ଟଙ୍କା ପେନସନ ସ୍ୱରୁପ ପ୍ରୋତ୍ସାହନ ରାଶି ଦିଆଗଲେ ଚାଷପ୍ରତି ଯୁବକମାନେ ଆକର୍ଷିତ ହେବେ। ମୁଖ୍ୟମନ୍ତ୍ରୀ ଚାଷୀଭାଇମାନଙ୍କ ଦାବୀଗୁଡିକ ସହୃଦୟତାର ସହ ବିଚାର କରି ସମାଜର ୭୦ଭାଗ ଚାଷୀଙ୍କ ପରିବାରର ସୁରକ୍ଷା ସମ୍ମାନ ଓ ସ୍ୱାଭୀମାନର ସହ ବଞ୍ଚିବାକୁ ମାସିକ ପେନସନ ପ୍ରଦାନ ବ୍ୟବସ୍ଥା କଲେ ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବ।

Leave A Reply

Your email address will not be published.