ଓଡିଶାମହାନଗର

Namaste: ନମସ୍ତେ ପ୍ରଭୁ ଜଗନ୍ନାଥ, ଅନାଥ ଲୋକଙ୍କର ନାଥ…

‘ନମସ୍ତେ ପ୍ରଭୁ ଜଗନ୍ନାଥ, ଅନାଥ ଲୋକଙ୍କର ନାଥ, ନମସ୍ତେ ପ୍ରଭୁ ବାସୁଦେବଏ ଭକତ ଜନଙ୍କ ବାନ୍ଧବ...’ସଙ୍ଗୀତର ମୂର୍ଚ୍ଛନାରେ ଭାବମୟ ହୋଇଥିଲା ରବୀନ୍ଦ୍ରମଣ୍ଡପ ପ୍ରେକ୍ଷାଳୟ। ସଙ୍ଗୀତକାର....

ଭୁବନେଶ୍ବର: ‘ନମସ୍ତେ ପ୍ରଭୁ ଜଗନ୍ନାଥ, ଅନାଥ ଲୋକଙ୍କର ନାଥ, ନମସ୍ତେ ପ୍ରଭୁ ବାସୁଦେବଏ ଭକତ ଜନଙ୍କ ବାନ୍ଧବ…’ସଙ୍ଗୀତର ମୂର୍ଚ୍ଛନାରେ ଭାବମୟ ହୋଇଥିଲା ରବୀନ୍ଦ୍ରମଣ୍ଡପ ପ୍ରେକ୍ଷାଳୟ। ସଙ୍ଗୀତକାର ପ୍ରଫୁଲ୍ଲ କରଙ୍କ ଏହି ଗୀତ ଶ୍ରୋତାଙ୍କ ମନର ମାନସପଟରେ ଅତୀତର ସ୍ମୃତିକୁ ଉଜ୍ଜୀବିତ କରିଥିଲା। କାର୍ଯ୍ୟକ୍ରମରେ ବହୁ ପ୍ରଫୁଲ୍ଲପ୍ରେମୀ ଯୋଗଦେଇ ସଂଗୀତର ଭରପୂର ମଜା ନେଇଥିଲେ।    ସ୍ବର୍ଗତ କରଙ୍କ ୮୮ତମ ଜୟନ୍ତୀ ଅବସରରେ ସଂସ୍କାର ପକ୍ଷରୁ ଆୟୋଜିତ ‘କମଳ ଦେଶ ରାଜକୁମାର’ କାର୍ଯ୍ୟକ୍ରମରେ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ସୁରେଶ ରାଉତରାୟ, ବିଜେପି ନେତା ଗୋଲକ ମହାପାତ୍ର, ପଣ୍ଡିତ ରବିନାରାୟଣ ଗୁରୁ, ଦେବଗଡ଼ର ରାଣୀ ଅରୁନ୍ଧତୀ ଦେବୀ, ଏମ୍‌ଜିଏମ୍‌ ଗ୍ରୁପ୍‌ର ଚେୟାର୍‌ମ୍ୟାନ୍‌ ସୀମା ମହାନ୍ତି, ମୀରା ପଣ୍ଡା, ଅନୁଷ୍ଠାନର ସାଧାରଣ ସମ୍ପାଦକ ମହାଦୀପ କର, କଣ୍ଠଶିଳ୍ପୀ ମହାପ୍ରସାଦ କର, ଓଡ଼ିଶୀ ନୃତ୍ୟଗୁରୁ ସନ୍ଧ୍ୟାଦୀପା କର ପ୍ରମୁଖ ଯୋଗଦେଇଥିଲେ। ଏହି ଅବସରରେ ତବଲା ଗୁରୁ ପ୍ରଦୀପ ଘୋଷଙ୍କୁ ‘ପଣ୍ଡିତ ପ୍ରଫୁଲ୍ଲ କର ସମ୍ମାନ’ରେ ସମ୍ମାନିତ କରାଯାଇଥିଲା।

ସଙ୍ଗୀତରେ କଣ୍ଠଶିଳ୍ପୀ ମହାପ୍ରସାଦ ପ୍ରଥମେ ନମସ୍ତେ ପ୍ରଭୁ ଜଗନ୍ନାଥ…, ବିଶ୍ୱ ଜଗନ୍ନାଥ ବ୍ରହ୍ମ ଜଗନ୍ନାଥ… ପରିବେଷଣ କରିଥିଲେ। କଣ୍ଠଶିଳ୍ପୀ ସୌରଭ ନାୟକ ‘ଆସିଛି ଏକା ଯିବି ମୁଁ ଏକା…’ ଓ ‘ପୂଜା କାହିଁ ପୂଜା…’ ପରିବେଷଣ କରିଥିଲେ। ରଶ୍ମିତା ଦାସ ‘ନେଇ ଯା’ରେ ମେଘ ମୋତେ…,’ ରଂଦୀପ ପାଲିତ ‘ମୁଁ ତ ମଣିଷ ମାରିନି…’, ବନ୍ଦୀଶ ପାଲିତ ‘ସାବିତ୍ରୀ ସାବିତ୍ରୀ କର ଭଜନମ୍‌…’ ଆଦି ପରିବେଷଣ କରିଥିଲେ। ଅଧ୍ୟାପକ ମୃତ୍ୟଞ୍ଜୟ ରଥ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button