
କନ୍ନୁର: କେରଳ ବିଧାନସଭା ନିର୍ବାଚନ ତାରିଖ ପାଖେଇ ଆସିବା ସହ ନିର୍ବାଚନୀ ପ୍ରଚାର କାର୍ଯ୍ୟକ୍ରମ ଜୋରଦାର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଆଜି ଏକ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ଗୁରୁତର ଅଭିଯୋଗ ଆଣିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳ ବିଧାନସଭା ନିର୍ବାଚନରେ ଶାସକ ଏଲ୍ଡିଏଫ୍ର ବିଜୟ ଚାହାନ୍ତି ବୋଲି ରାହୁଲ ଅଭିଯୋଗ କରିଛନ୍ତି। ରାହୁଲ ପୁଣିଥରେ ତାଙ୍କ ଅଭିଯୋଗ ଦୋହରାଇ କହିଛନ୍ତି ଯେ କଂଗ୍ରେସ ନେତୃତ୍ବାଧୀନ ୟୁଡିଏଫ୍ ମୋର୍ଚ୍ଚା ଏଲଡିଏଫ୍ ଏବଂ ବିଜେପିର ମିଳିତ ମୋର୍ଚ୍ଚା ବିରୋଧରେ ନିର୍ବାଚନ ଲଢ଼ୁଛି। ୨ ଜଣ ସିପିଏମ୍ ନେତା ଭି କୁନହିକ୍ରିଷ୍ଣନ ଏବଂ ଟିକେ ଗୋବିନ୍ଦନ ଯେଉଁମାନେ ୟୁଡିଏଫ୍ ସମର୍ଥନରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ୁଛନ୍ତି ସେମାନେ ମଧ୍ୟ ମଞ୍ଚ ଉପରେ ଉପସ୍ଥିତ ଥିଲେ।




