Breaking News

ପ୍ରକୃତି ସହିତ ମନୁଷ୍ୟର ଅନନ୍ୟ ସମ୍ପର୍କକୁ ଆଗାମୀ ପିଢି ଜାଣିବାର ସମୟ ଆସିଛି

ଜାତୀୟସ୍ତରୀୟ ଜନଜାତି ଶିଳ୍ପ ମେଳା ଓ ଜନଜାତି ନୃତ୍ୟ ମହୋତ୍ସବ- 2024  ଉଦଘାଟିତ-ଜନଜାତି ସମ୍ପ୍ରଦାୟର ବିବିଧତାକୁସଂରକ୍ଷଣ, ସୁରକ୍ଷାଏବଂପ୍ରୋତ୍ସାହନର ଆବଶ୍ୟକତା ରହିଛି

ଭୁବନେଶ୍ବର: ବସ୍ତୁବାଦୀଦୁନିଆରୁବହୁଦୂରରେରହୁଥିବାଜନଜାତିସମ୍ପ୍ରଦାୟବର୍ତ୍ତମାନ ନିଜ ସଂସ୍କୃତିକୁନେଇପରିଚିତିପାଇଛି । ଆଜିର ଡିଜିଟାଲ ଯୁଗରେଭାରତୀୟ ଜନଜାତି ସଂସ୍କୃତି, ପରମ୍ପରା, ନୃତ୍ୟ, ସଂଗୀତ, କଳା, ଭିଜୁଆଲ୍ ଆର୍ଟ୍ସ ଆଦିକୁ ଲୋକାଭିମୁଖୀ କରାଇବା ଉଦ୍ଦେଶ୍ୟରେ ଜାତୀୟ ମେଳାର ଆୟୋଜନ କରାଯାଇଛି ।ପ୍ରକୃତି ସହିତ ମନୁଷ୍ୟର ଅନନ୍ୟ ସମ୍ପର୍କକୁ ଆଗାମୀ ପିଢି ଜାଣିବାର ସମୟ ଆସିଛି ବୋଲି ମତ ପ୍ରକାଶ କରିଛନ୍ତି ଅନୁସୂଚିତ ଜନଜାତି ଓ ଅନୁସୂଚିତଜାତି ଉନ୍ନୟନ, ସଂଖ୍ୟାଲଘୁଓ ପଛୁଆବର୍ଗକଲ୍ୟାଣ ଓ ଆଇନ ମନ୍ତ୍ରୀ  ଜଗନ୍ନାଥ ସାରକା । ପ୍ରାକୃତିକ ଉପାଦାନରୁ ନିର୍ମିତ ଶିଳ୍ପ ସାମଗ୍ରୀରେ ସୌନ୍ଦର୍ଯ୍ୟ ସମ୍ପର୍କରେ ଜାଣିବାକୁ ହେଲେ ଜନଜାତିଙ୍କ କଳାକୃତି ବିଷୟରେ ଜାଣିବାକୁ ପଡିବ ବୋଲି ସେ ସୂଚନା ଦେଇଛନ୍ତି ।  ଜାତୀୟଜନଜାତିଶିଳ୍ପମେଳା ଓ ଜାତୀୟ ଜନଜାତି ନୃତ୍ୟ ମହୋତ୍ସବ ୨୦୨୪ ଉଦଘାଟନ ହୋଇଯାଇଛି। ଉଦଘାଟନୀ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ଅନୁସୂଚିତ ଜନଜାତି ଓ ଅନୁସୂଚିତଜାତି ଉନ୍ନୟନ, ସଂଖ୍ୟାଲଘୁ ଓ  ପଛୁଆବର୍ଗ କଲ୍ୟାଣ ଓ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଯୋଗଦେଇଥିବାବେଳେ ବିଭାଗୀୟ କମିଶନର ତଥା ଶାସନ ସଚିବ  ରୂପା ରୋଶନ ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଓଡ଼ିଶା ସରକାରଙ୍କ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ଏହି ମେଳାର ଆୟୋଜନ କରିଥିବାବେଳେ ଜନଜାତି ବ୍ୟାପାର ମନ୍ତ୍ରାଳୟ ସହଯୋଗ କରିଛି। ଏହି ଅବସରରେ ଏକ ସ୍ବତନ୍ତ୍ର କଫି ବୁକ୍ ମଧ୍ୟ ଉନ୍ମୋଚନ କରାଯାଇଛି ।ଜନଜାତି ଶିଳ୍ପମେଳା ଆସନ୍ତା ୧୧ ତାରିଖ ଯାଏଁ ଅନୁଷ୍ଠିତ ହେଉଥିବାବେଳେ ଜନଜାତି ନୃତ୍ୟ ମହୋତ୍ସବ ଆସନ୍ତା ୭ ତାରିଖ ଯାଏଁ ଚାଲିବ।

ଉଦଘାଟନୀ ସନ୍ଧ୍ୟାରେ ଯୋଗ ଦେଇ ବିଭାଗୀୟଶାସନ ସଚିବ କହିଛନ୍ତି, ଏହା ବିବିଧତାର ଏକ ଉତ୍ସବ । ଏହି  ବିବିଧତାକୁ ସଂରକ୍ଷଣ, ସୁରକ୍ଷା ଏବଂ ପ୍ରୋତ୍ସାହନର ଆବଶ୍ୟକତା ରହିଛି । ପ୍ରତ୍ୟେକ ଜନଜାତି ଶିଳ୍ପ ଏବଂ ନୃତ୍ୟ ସେମାନଙ୍କ ଜୀବନଶୈଳୀ, ପରିବେଶ ସହ ଅଙ୍ଗାଙ୍ଗୀ ଭାବେ ଜଡିତ ।  ବିଭିନ୍ନ ଜନଜାତି ସମ୍ପ୍ରଦାୟର ନୃତ୍ୟ କେବଳ ମନୋରଞ୍ଜନ ପାଇଁ ନୁହେଁ ବରଂ ସେମାନଙ୍କ ଭଗବାନଙ୍କ ପ୍ରତି ଥିବା ବିଶ୍ବାସକୁ ସୂଚିତ କରେ ।  ଜାତୀୟ ସ୍ତରରେ ଓଡିଶାର କାରିଗରମାନଙ୍କୁ ପହଞ୍ଚାଇବା ଓ ବଜାର ସୃଷ୍ଟି କରିବା ପାଇଁ ହେଲେ ଅନ୍ୟ ରାଜ୍ୟର ଜନଜାତି ସମ୍ପ୍ରଦାୟର ମିଶ୍ରଣର ଆବଶ୍ୟକତା ରହିଛି । ତେଣୁ, ଯଦି ସେମାନେ ବିଭିନ୍ନ ଶୈଳୀ ସହିତ ପରିଚିତ ହୁଅନ୍ତି, ତେବେ କଳାର ବ୍ୟାପକତା ବଢିବ ।

ଏସସିଏସଟିଆରଟିଆଇ ନିର୍ଦ୍ଦେଶକ  ଇନ୍ଦ୍ରମଣୀ ତ୍ରିପାଠୀ ସୂଚନା ଦେଇଛନ୍ତି, ଆଦିବାସୀ ବ୍ୟାପାର ମନ୍ତ୍ରାଳୟର ସହଯୋଗରେ ଆୟୋଜିତ ହୋଇଥିବା ଏହି ଉତ୍ସବ କଳାପ୍ରେମୀଙ୍କ ପାଇଁ ଆକର୍ଷଣର କେନ୍ଦ୍ର । 12 ଟି ରାଜ୍ୟର ଜନଜାତି କାରିଗର, ସେମାନଙ୍କର ପାରମ୍ପାରିକ କଳାକୃତି ପ୍ରଦର୍ଶନ କରିବା ତଥା ସେମାନଙ୍କ ସାମଗ୍ରୀକୁ ଏକ ବଜାର ପ୍ରଦାନ କରିବା ଉଦ୍ଦେଶ୍ୟରେ ଏହି ମେଳାରେ ଭାଗ ନେଇଛନ୍ତି । ଏହି ମେଳାରେ 70 ଟି ଷ୍ଚଲ୍ ଲାଗିଥିବା ବେଳେ 14 ଟି ରାଜ୍ୟର ଜନଜାତି ନୃତ୍ୟଶିଳ୍ପୀ 3 ଦିନ ଧରି ନିଜର ପ୍ରତିଭା ପ୍ରଦର୍ଶନ କରିବେ ।

ଏହି ମେଳାରେ ଭାରତର ବିଭିନ୍ନ ରାଜ୍ୟରୁ ଜାତୀୟ ପୁରସ୍କାରପ୍ରାପ୍ତ ଜନଜାତି ହସ୍ତତନ୍ତ ଶିଳ୍ପ କାରିଗରମାନେ ଅଂଶଗ୍ରହଣ କରିଛନ୍ତି । ଚଳିତବର୍ଷ ଆନ୍ଧ୍ରପ୍ରଦେଶ, ଛତିଶଗଡ, ଗୁଜୁରାଟ, ଝାଡଖଣ୍ଡ, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ତାମିଲନାଡୁ, ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଆସାମ, ସିକ୍କିମ, ମଣିପୁର ଓ ଓଡ଼ିଶାସମେତ ୧୩  ଟିରାଜ୍ୟରୁପ୍ରାୟ ୨୦୦  ଜନଜାତି କାରିଗର ସେମାନଙ୍କର ସ୍ୱତନ୍ତ୍ର ତଥା ସୂକ୍ଷ୍ମକଳା ଏବଂ ହସ୍ତଶିଳ୍ପ ପ୍ରଦର୍ଶନ କରୁଛନ୍ତି । ଏହି ୭ ଦିନିଆ ମେଳାରେ ଛତିଶଗଡର ଆଇରନ୍ଶିଳ୍ପ, ଆନ୍ଧ୍ରପ୍ରଦେଶର ବାଉଁଶ ହସ୍ତଶିଳ୍ପ, ଆସାମ, ମଣିପୁର ଏବଂ ଝାଡଖଣ୍ଡର ହସ୍ତତନ୍ତ ଏବଂ ବୟନଶିଳ୍ପ, ତାମିଲନାଡୁର ଏମ୍ବ୍ରୋଡୋରୀକାର୍ଯ୍ୟ, ଉତ୍ତର ପ୍ରଦେଶର ମୋଜ ଘାସ ଉତ୍ପାଦ, ବିଭିନ୍ନ ପ୍ରକାରର ହସ୍ତ ଶିଳ୍ପ ସାମଗ୍ରୀ ପ୍ରଦର୍ଶନ କରାଯାଇଛି । ମଣିପୁର, ଆସାମ ଏବଂ ମଧ୍ୟ ପ୍ରଦେଶର ଜନଜାତି ଅଳଙ୍କାର, ଲାଖଶିଳ୍ପ, ଡ଼ୋକ୍ରା, ଜନଜାତିପରିଧାନ, ଟେରାକୋଟା, ତାଳପତ୍ରକାରୁକାର୍ଯ୍ୟ, ଜନଜାତିଚିତ୍ରକଳା ଓ ଅନ୍ୟାନ୍ୟସୂକ୍ଷ୍ମକାରୁକାର୍ଯ୍ୟପ୍ରଦର୍ଶନକରାଯାଇଛି । ଚଳିତବର୍ଷ ଓଡିଶାର ୧୬ ଟି ଆଦିବାସୀ ହସ୍ତଶିଳ୍ପ ପ୍ରଦର୍ଶନ ପାଇଁ  ବ୍ୟବସ୍ଥା କରାଯାଇଛି ଯେପରିକି ଡଙ୍ଗରି ଆକନ୍ଧର ଏମ୍ବ୍ରୋଡୋରୀକାର୍ଯ୍ୟ, ବଣ୍ଡା ସମ୍ପ୍ରଦାୟର ପରିଧାନ, କୁଟିଆକନ୍ଧର ପାନିଆତିଆରି କାର୍ଯ୍ୟ, ଭୁମି ଜସମ୍ପ୍ରଦାୟର ପତ୍ରକାରୁ କାର୍ଯ୍ୟ, ଗୋଣ୍ଡ ସମ୍ପ୍ରଦାୟର ଗୋଣ୍ଡଚିତ୍ର କଳା, ଲୋଧା ସମ୍ପ୍ରଦାୟର ବାଉଁଶଶିଳ୍ପ, ସଉରା ସମ୍ପ୍ରଦାୟର ସାଉରା ଚିତ୍ରକଳା ଆଦି ସୂକ୍ଷ୍ମ ହସ୍ତଶିଳ୍ପ ପ୍ରସ୍ତୁତିକୁ ଜନସାଧାରଣମାନେ ଦେଖିପାରିବେ ।

ପ୍ରଥମ ସନ୍ଧ୍ୟାରେ ପରିବେଷିତ ହୋଇଛି ମିସିମି ଜନଜାତିଙ୍କ ମକ୍ଟଳର ଲୋକନୃତ୍ୟ (ଅରୁଣାଚଳପ୍ରଦେଶ), କୁନବି ଜନଜାତିଙ୍କ କାହାଡିଆ ନୃତ୍ୟ ( ଗୁଜୁରାଟ ), ତ୍ରିପୁରୀ ଜନଜାତିଙ୍କ ଲେବାଙ୍ଗ ବୁମାନି ନୃତ୍ୟ ( ତ୍ରିପୁରା ), ଗଣ୍ଡ ଜନଜାତିଙ୍କ ଖାପରି ନୃତ୍ୟ ( ମହାରାଷ୍ଟ୍ର), ଗଦବା ଜନଜାତିଙ୍କ ଢେମସା ନୃତ୍ୟ ( ଓଡିଶା ), ଭୂତିଆ ଜନଜାତିଙ୍କ ଶିୱାଲା ଖୁଙ୍ଗସାଙ୍ଗ୍ ଥେନେପା ନୃତ୍ୟ (ସିକ୍କିମ), ଗୌଡା ଜନଜାତିଙ୍କ ଗଫ୍ ନୃତ୍ୟ ( ଗୋଆ), ଗଣ୍ଡ ଜନଜାତିଙ୍କ ଗଣ୍ଡି ନୃତ୍ୟ ( ଉତ୍ତରପ୍ରଦେଶ ) ।

ଦ୍ବିତୀୟ ସନ୍ଧ୍ୟାରେ ଥାରୁ ଜନଜାତିଙ୍କ ଝିଝି ନୃତ୍ୟ ( ଉତ୍ତରାଖଣ୍ଡ), ବୋଡା ଜନଜାତିଙ୍କ ବାଗରୁମ୍ବା ନୃତ୍ୟ ( ଆସାମ), ଧୂଳିଆ ଜନଜାତିଙ୍କ ଅଗବନି ନୃତ୍ୟ ( ମଧ୍ୟପ୍ରଦେଶ), ଗଣ୍ଡ ଜନଜାତିଙ୍କ କାଜାରୀ ଲୋକନୃତ୍ୟ ( ଉତ୍ତରପ୍ରଦେଶ), କନ୍ଧ ଜନଜାତିଙ୍କ ଘୁମୁରା ନୃତ୍ୟ ( ଓଡିଶା ), ମିଶମି ଜନଜାତିଙ୍କ ଦଳଗତ ନୃତ୍ୟ (ଅରୁଣାଚଳପ୍ରଦେଶ ), ମୁଣ୍ଡା ଜନଜାତିଙ୍କ ଜାଦୁର ନୃତ୍ୟ (ଝାଡଖଣ୍ଡ), ବଗତା ଜନଜାତିଙ୍କ ଭିମସା କୁଣ୍ଡା ନୃତ୍ୟ ( ଆନ୍ଧ୍ରପ୍ରଦେଶ), ଗଣ୍ଡ ଜନଜାତିଙ୍କ ହୁଲକି ନୃତ୍ୟ ( ଛତିଶଗଡ ) ।

ତୃତୀୟ ସନ୍ଧ୍ୟାରେ ଚୁନବୀ ଜନଜାତିଙ୍କ ଭାୟା ଡୁଙ୍ଗର୍ ଦେବ ନୃତ୍ୟ (ଗୁଜୁରାଟ ), ଥାରୁ ଜନଜାତିଙ୍କ ହୋଲି ନୃତ୍ୟ (ଉତ୍ତରାଖଣ୍ଡ), ବୋଡୋ ଜନାଜାତିଙ୍କ ବାଗରୁମ୍ବା ନୃତ୍ୟ (ଆସାମ), ଭୂତିଆ ଜନାଜାତିଙ୍କ ନାଏ-ଲା-ଥାଙ୍ଗପୋ ନୃତ୍ୟ (ସିକ୍କିମ), ବିଂଝାଲ୍ ଜନଜାତିଙ୍କ ରସରକେଲି ନୃତ୍ୟ (ଓଡିଶା), ତ୍ରିପୁରୀ ଜନଜାତିଙ୍କ ମମିତା ନୃତ୍ୟ ( ତ୍ରିପୁରା ), ଗଣ୍ଡ ଜନଜାତିଙ୍କ ମାନ୍ଦାରି ନୃତ୍ୟ ( ଛତିଶଗଡ ), ମୁଣ୍ଡା ଜନଜାତିଙ୍କ ଜରାପି ନୃତ୍ୟ (ଝାଡଖଣ୍ଡ), ଗୌଡା ଜନଜାତିଙ୍କ ତାଲଗାଡି ନୃତ୍ୟ (ଗୋଆ ) ।

ଉଦଘାଟନୀ ସନ୍ଧ୍ୟାରେ ଏସସିଏସଟିଆରଟିଆଇ ନିର୍ଦ୍ଦେଶକ ଇନ୍ଦ୍ରମଣୀ ତ୍ରିପାଠୀ, ସ୍ଵତନ୍ତ୍ର ଅଧିକାରୀ ସମରେନ୍ଦ୍ର ଭୂତିଆ ଓ ଉପନିର୍ଦ୍ଦେଶକ ସନ୍ତୋଷ କୁମାର ରଥ ଓ ଅନ୍ୟାନ୍ୟ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତଥିଲେ ।

Comments are closed.