ଓଡିଶାରାଜନୀତି

Naveen on Dubey: ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ସମଗ୍ର ଓଡ଼ିଆ ଜାତିର ଅପମାନ, ବର୍ଷିଲେ ବିଜେଡି ସୁପ୍ରିମୋ

ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ନବୀନ ପଟ୍ଟନାୟକ.. ବିଜୁ ବାବୁଙ୍କୁ ନେଇ ଦୁବେ ଯାହା କହିଲେ ତାହା ଜାଣି ମୁଁ ଆଶ୍ଚର୍ଯ୍ୟ କହିଲେ.. ଦୁବେଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବା ପାଇଁ କହିଲେ ନବୀନ..

ଭୁବନେଶ୍ୱର: ଦୁବେଙ୍କ ମନ୍ତବ୍ୟକୁ ନିନ୍ଦା କଲେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟକୁ ଦୃଢ ନିନ୍ଦା କଲେ ନବୀନ ପଟ୍ଟନାୟକ । ବିଜୁ ବାବୁଙ୍କୁ ନେଇ ଦୁବେ ଯାହା କହିଲେ ତାହା ଜାଣି ମୁଁ ଆଶ୍ଚର୍ଯ୍ୟ ବୋଲି କହିଲେ ନବୀନ । ପ୍ରଧାନମନ୍ତ୍ରୀ ଥିବାବେଳେ ବିଜୁ ବାବୁଙ୍କୁ ନିଜ ଅଫିସ୍କୁ ଡକାଇଥିଲେ ନେହରୁ ।

ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପାଇଁ ବିବାଦୀୟ ବୋଲି କହିଥିଲେ । ଆହୁରି ବି ଚାଇନା ସହ ଲଢେଇ କରିବାକୁ ରଣନୀତି କରିଥିଲେ ଉଭୟେ । ସେହି ସମୟରେ ମୁଁ ୧୩ ବର୍ଷ ବୟସର ହୋଇଥିଲି ବୋଲି ନବୀନ ପଟ୍ଟନାୟକ କହିଛନ୍ତି । ସେ ଆହୁରି କହିଛନ୍ତି ଦୁବେଙ୍କୁ ମାନସିକ ରୋଗ ବିଶେଷଜ୍ଞଙ୍କୁ ଦେଖାଇବା କଥା । ବିଜୁ ପଟ୍ଟନାୟକଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ପାଇଁ ବିବାଦୀୟ ହୋଇପଡିଛନ୍ତି ସାଂସଦ ।

ସୂଚନା ଥାଉକି, ୧୯୬୨ ଚୀନ ଯୁଦ୍ଧ କଥା ଉଠାଇ ବିଜୁ ବାବୁଙ୍କୁ ଟାର୍ଗେଟ୍ କରିଥିଲେ ନିଶିକାନ୍ତ। ଆମେରିକା ଟଙ୍କାରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ନେହରୁଙ୍କ ଯୁଦ୍ଧ ଲଢ଼ିଥିଲେ । ଆଉ ତତ୍କାଳୀନ ଓଡ଼ିଶା ମୁଖ୍ୟମନ୍ତ୍ରୀ ବିଜୁ ବାବୁ ଏଥିରେ ଭୂମିକା ନିଭାଇଥିଲେ । ଆମେରିକା ସରକାର ଓ ସିଆଇଏ ମଧ୍ୟରେ ସେତୁ ଭାବେ କାମ କରିଥିଲେ ବିଜୁବାବୁ। ନେହରୁ USA ରାଷ୍ଟ୍ରଦୁତଙ୍କୁ କହିଥିଲେ ତୁମେ ତୁମ କାମ କର, ମୁଁ ବିଜୁଙ୍କୁ ପଠାଇଛି । ଓଡ଼ିଶାର ଚାରବାଟିଆ ଏୟାର ବେସ୍‌ରେ ଆମେରିକା ବିମାନକୁ ଆଶ୍ରୟ ଦେଇଥିଲେ।

ଆଉ ବିଜୁ ବାବୁଙ୍କ ବିରୋଧରେ ଅପମାନଜନଜ ମନ୍ତବ୍ୟ ପାଇଁ ପଦ ଛାଡ଼ିଲେ ବିଜେଡିର ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର। ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ମନ୍ତବ୍ୟ ପ୍ରତିବାଦରେ ସସ୍ମିତ ଏହି ପଦକ୍ଷେପ ଗ୍ରହଣ କରି ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି କମିଟି ସଦସ୍ୟ ପଦ ଛାଡ଼ିଛନ୍ତି। କାରଣ ନିଶିକାନ୍ତ ଦୁବେ ଏହି କମିଟିର ଅଧ୍ୟକ୍ଷ ଅଛନ୍ତି। ରାଜ୍ୟସଭା ଅଧ୍ୟକ୍ଷଙ୍କ ପାଖକୁ ରବିବାର ନିଜର ଇସ୍ତଫା ପତ୍ର ପଠାଇଛନ୍ତି।

ବିଜେଡି ଜାତୀୟ ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ନିଶିକାନ୍ତଙ୍କ ମନ୍ତବ୍ୟ ଅପମାନଜନକ, ମିଥ୍ୟା ଓ ଆଧାରହୀନ। ବିଜୁ ବାବୁ ଜଣେ ଆନ୍ତର୍ଜାତିକସ୍ତରର ବିଶିଷ୍ଟ ବ୍ୟକ୍ତିତ୍ୱ, କିମ୍ବଦନ୍ତୀ ପୁରୁଷ ଥିଲେ। ଭାରତର ବିଶ୍ୱ କୂଟନୀତି ନିଶ୍ଚିତ କରିବାରେ ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା। ଇଣ୍ଡୋନେସିଆ ସ୍ୱାଧୀନତା ସଂଗ୍ରାମୀଙ୍କୁ ଉଦ୍ଧାର କରିବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା। କିନ୍ତୁ ତାଙ୍କୁ କିଛି ଅପମାନଜନକ ସନ୍ଦର୍ଭ ସହିତ ଯୋଡିବା ଏବଂ ବୟାନ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

 

 

ସୌଜନ୍ୟ Prameya News7

Show More

Leave a Reply

Your email address will not be published. Required fields are marked *

Back to top button