ଦେଶ ବିଦେଶ

Navneet Rana Controversial Claim: ୪ଟି ଲେଖାଏଁ ପିଲା ଜନ୍ମ କର, ନହେଲେ ଭାରତ ହୋଇଯିବ ପାକିସ୍ତାନ: ନବନୀତ ରାଣା

୪ଟି ଲେଖାଏଁ ପିଲା ଜନ୍ମ କର ନହେଲେ ଭାରତ ହୋଇଯିବ ପାକିସ୍ତାନ। ଏଭଳି କହି ଚର୍ଚ୍ଚାରେ ବିଜେପି ନେତ୍ରୀ ତଥା ପୂର୍ବତନ ସ୍ୱାଧୀନ ସାଂସଦ ନବନୀତ ରାଣା। ହିନ୍ଦୁ ସମ୍ପ୍ରଦାୟକୁ ଅତି କମରେ ତିନିରୁ ଚାରୋଟି ସନ୍ତାନ ଜନ୍ମ କରିବାକୁ ସେ ନିବେଦନ କରିଛନ୍ତି।

ନୂଆଦିଲ୍ଲୀ: ୪ଟି ଲେଖାଏଁ ପିଲା ଜନ୍ମ କର ନହେଲେ ଭାରତ ହୋଇଯିବ ପାକିସ୍ତାନ। ଏଭଳି କହି ଚର୍ଚ୍ଚାରେ ବିଜେପି ନେତ୍ରୀ ତଥା ପୂର୍ବତନ ସ୍ୱାଧୀନ ସାଂସଦ ନବନୀତ ରାଣା। ହିନ୍ଦୁ ସମ୍ପ୍ରଦାୟକୁ ଅତି କମରେ ତିନିରୁ ଚାରୋଟି ସନ୍ତାନ ଜନ୍ମ କରିବାକୁ ସେ ନିବେଦନ କରିଛନ୍ତି। ସେ କହିଛନ୍ତି ଯେ କିଛି ଲୋକ ବହୁ ସଂଖ୍ୟକ ସନ୍ତାନ ଜନ୍ମ କରି ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଷଡ଼ଯନ୍ତ୍ର କରୁଛନ୍ତି। ତେଣୁ ହିନ୍ଦୁମାନେ କେବଳ ଗୋଟିଏ ସନ୍ତାନରେ ସନ୍ତୁଷ୍ଟ ହେବା ଉଚିତ୍ ନୁହେଁ। ତାଙ୍କର ଏହି ବୟାନକୁ ନେଇ ଅନେକ ତାଙ୍କୁ ସମାଲୋଚନା କରୁଥିବା ଦେଖାଯାଇଛି।

ଭାରତକୁ ମୁସଲିମ୍ ଦେଶ ହେବାରୁ ରକ୍ଷା କରିବା ପାଇଁ ହିନ୍ଦୁ ଅଧିକ ପିଲା ଜନ୍ମ କରିବା ଜରୁରୀ

ଅମରାବତୀରେ ସାମ୍ବାଦିକଙ୍କ ସହ ସାକ୍ଷାତକାର ସମୟରେ ସେ ଏଭଳି ବୟାନ ଦେଇଥିଲେ। ସେ କହିଥିଲେ, ମୁଁ ସମସ୍ତ ହିନ୍ଦୁଙ୍କୁ ଅନୁରୋଧ କରୁଛି। ଶୁଣ, ମୁସଲାମାନମାନେ ଖୋଲାଖୋଲି ଭାବରେ କହୁଛନ୍ତି ଯେ ସେମାନଙ୍କର ୪ଜଣ ସ୍ତ୍ରୀ ଏବଂ ୧୯ ଜଣ ପିଲା ଅଛନ୍ତି। ମୁଁ ପରାମର୍ଶ ଦେଉଛି ଯେ, ଆମର ଅତି କମରେ ତିନିରୁ ଚାରି ଲେଖାଏଁ ପିଲା କରିବା ଉଚିତ।

ଜଣେ ମୌଲାନାଙ୍କ କଥା ଉଦ୍ଧୃତ କରି ସେ କହିଥିଲେ, “ମୁଁ ଜାଣିନାହିଁ ଯେ ସେ ଜଣେ ମୌଲାନା କି ଆଉ କିଏ, କିନ୍ତୁ ସେ କହିଥିଲେ ଯେ, ତାଙ୍କର ୧୯ ଜଣ ପିଲା ଏବଂ ଚାରି ଜଣ ସ୍ତ୍ରୀ ଅଛନ୍ତି। ଏହା ସତ୍ତ୍ବେ ବି ୩୦ଜଣ ପିଲା ଜନ୍ମ ନକରିପାରିବାରୁ ସେ ଖୁସି ନଥିବା କହିଥିଲେ। ଏମାନେ ବହୁ ସଂଖ୍ୟକ ପିଲା ଜନ୍ମ କରି ଭାରତକୁ ପାକିସ୍ତାନରେ ପରିଣତ କରିବାକୁ ଯୋଜନା କରୁଛନ୍ତି। ତେବେ ଆମେ କାହିଁକି ଗୋଟିଏ ପିଲାରେ ସନ୍ତୁଷ୍ଟ ହେବା? ଆମର ମଧ୍ୟ ତିନିରୁ ଚାରି ଜଣ ପିଲା ରହିବା ଉଚିତ।”

କରାଯାଉଛି ବିରୋଧ

ନବନୀତ ରାଣାଙ୍କ ବୟାନକୁ ଏବେ ବିରୋଧ କରୁଛନ୍ତି ବିରୋଧୀ।  ବିଜେପି ଉପରେ ଆକ୍ରମଣ କରୁଛନ୍ତି ବିରୋଧୀ ଦଳ। ସାଧାରଣ ଜନତା ମଧ୍ୟ ନବନୀତ ରାଣାଙ୍କୁ ସମାଲୋଚନା କରୁଛନ୍ତି।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button