ଦେଶ ବିଦେଶ

NDA meeting: ଶାହଙ୍କ ଅଧ୍ୟକ୍ଷତାରେ ଏନ୍‌ଡିଏ ବୈଠକ: ବିଜେପିକୁ ୧୬, ଜେଡିୟୁକୁ ୧୪ ମନ୍ତ୍ରିପଦ ମିଳିପାରେ

ଭାରତୀୟ ଜନତା ପାର୍ଟି (ବିଜେପି) ବିହାରରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବିହାରରେ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ବରିଷ୍ଠ ଏନ୍‌ଡିଏ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି।

ନୂଆଦିଲ୍ଲୀ: ଭାରତୀୟ ଜନତା ପାର୍ଟି (ବିଜେପି) ବିହାରରେ ନୂଆ ସରକାର ଗଠନ ପ୍ରକ୍ରିୟା ଆରମ୍ଭ କରିଦେଇଛି। ରବିବାର କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ବିହାରରେ ମନ୍ତ୍ରିମଣ୍ଡଳ ଗଠନକୁ ନେଇ ବରିଷ୍ଠ ଏନ୍‌ଡିଏ ନେତାଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଛି। ଯଦିଓ ଜେଡିୟୁ ନେତା ନୀତୀଶ କୁମାର ମୁଖ୍ୟମନ୍ତ୍ରୀ ରହିବେ ବୋଲି ସ୍ପଷ୍ଟ ହୋଇଛି କିନ୍ତୁ ବିଜେପି ନେତାଙ୍କୁ ଅଧିକ କ୍ୟାବିନେଟ ମନ୍ତ୍ରୀ ପଦ ମିଳିବ ବୋଲି ଜଣାପଡ଼ିଛି। ଏନ୍‌ଡିଏ ବୈଠକରେ ଚୂଡ଼ାନ୍ତ ହୋଇଥିବା ବ୍ୟବସ୍ଥା ଅନୁଯାୟୀ ବିଜେପିରୁ ପ୍ରାୟ ୧୫ରୁ ୧୬ ଜଣ ମନ୍ତ୍ରୀ ହେବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ଜେଡିୟୁର ପ୍ରାୟ ୧୪ ଜଣ ମନ୍ତ୍ରୀ ହେବା ସମ୍ଭାବନା ରହିଛି। ସେହିପରି ୧୯ଟି ଆସନ ପାଇଥିବା ଏନ୍‌ଡିଏର ସହଯୋଗୀ ଦଳ ଲୋକ ଜନଶକ୍ତି (ରାମ ବିଳାସ)କୁ ୩ କ୍ୟାବିନେଟ ମନ୍ତ୍ରୀ ପଦ ମିଳିପାରେ। ଜିତନ ରାମ ମାଞ୍ଝିଙ୍କ ଏଚ୍‌ଏଏମ୍‌ ଦଳ ୫ଟି ଆସନ ଏବଂ ଉପେନ୍ଦ୍ର କୁଶୱାହାଙ୍କ ରାଷ୍ଟ୍ରୀୟ ଲୋକମୋର୍ଚ୍ଚା ୪ଟି ଆସନ ଜିତିଥିବାରୁ ଉଭୟ ଦଳକୁ ଗୋଟିଏ ଲେଖାଏଁ ମନ୍ତ୍ରୀ ପଦ ମିଳିବ ବୋଲି ଆଶା କରାଯାଉଛି। ଉଲ୍ଲେଖଯୋଗ୍ୟ, ପ୍ରତି ଛଅ ବିଧାୟକରେ ଗୋଟିଏ ମନ୍ତ୍ରୀ ପଦ ଦିଆଯିବାର ସୂତ୍ର ସ୍ଥିର କରାଯାଇଛି। ନଭେମ୍ବର ୧୯ କିମ୍ବା ୨୦ରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବା ସମ୍ଭାବନା ଅଛି ବୋଲି ଜଣାପଡ଼ିଛି।

ବିଜେପିକୁ ୧୬, ଜେଡିୟୁକୁ ୧୪ ମନ୍ତ୍ରିପଦ ମିଳିପାରେ
୧୮ରେ ପରାଜୟର ସମୀକ୍ଷା କରିବ କଂଗ୍ରେସ

ବିହାର ନିର୍ବାଚନରେ କଂଗ୍ରେସ ଦଳର ଶୋଚନୀୟ ପରାଜୟ ପରେ ୧୨ଟି ରାଜ୍ୟ ସମେତ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ କଂଗ୍ରେସ ପଦାଧିକାରୀଙ୍କ ସହ ବୈଠକ ଆସନ୍ତା ୧୮ ତାରିଖରେ ଇନ୍ଦିରା ଭବନରେ ଅନୁଷ୍ଠିତ ହେବ ବୋଲି ନିର୍ଭରଯୋଗ୍ୟ ସୂତ୍ରରୁ ସୂଚନା ମିଳିଛି। ନଭେମ୍ବର ୧୮ରେ ବିଭିନ୍ନ ରାଜ୍ୟ କଂଗ୍ରେସ ପ୍ରଭାରୀ, ପ୍ରଦେଶ କଂଗ୍ରେସ ସଭାପତି, ବିଧାୟକ ଦଳର ନେତା ଏବଂ କେନ୍ଦ୍ରଶାସିତ ଅଞ୍ଚଳର କଂଗ୍ରେସ ସଚିବଙ୍କୁ ଏହି ସମୀକ୍ଷା ବୈଠକରେ ଯୋଗଦେବାକୁ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡ଼୍‌ଗେ ନିର୍ଦ୍ଦେଶ ଦେଇଛନ୍ତି। ଏହି ବୈଠକରେ ଭୋଟର ତାଲିକାର ସ୍ୱତନ୍ତ୍ର ସଂଶୋଧନ ଏବଂ ଭୋଟ ଚୋରି ପ୍ରସଙ୍ଗ ଉପରେ ବିଶେଷ ଭାବେ ଆଲୋଚନା ହୋଇ ଦଳ ଆଗାମୀଦିନ ପାଇଁ ଏହାର ପରବର୍ତ୍ତୀ ଆଭିମୁଖ୍ୟ ସ୍ଥିର କରିବ ବୋଲି ଜଣାପଡ଼ିଛି।

କଂଗ୍ରେସର ଚର୍ଚ୍ଚିତ ବରିଷ୍ଠ ନେତା ଦିଗବିଜୟ ସିଂହ ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି କହିଛନ୍ତି, ବିହାର ବିଧାନସଭା ନିର୍ବାଚନ ଫଳାଫଳ ଉତ୍ତର କୋରିଆ, ରୁଷ୍‌ ଏବଂ ଚୀନରେ ହୋଇଥିବା ମତଦାନ ସହିତ ସମାନ। ଠିକ୍‌ ଯେପରି ଉପରୋକ୍ତ ରାଷ୍ଟ୍ରରେ ସମସ୍ତ ଭୋଟ ଗୋଟିଏ ଦଳକୁ ଯାଉଛି ବିହାରରେ ମଧ୍ୟ ଠିକ୍‌ ସେହିପରି ହୋଇଛି। ଭୋଟର ତାଲିକାରୁ ୬୨ ଲକ୍ଷ ଭୋଟରଙ୍କ ନାମ ହଟାଇ ଦିଆଯାଇ ୨୦ ଲକ୍ଷ ନାମ ଯୋଡ଼ି ଦିଆଯାଇଥିଲା। କାହାର ନାମ ହଟାଇ ଦିଆଯାଇଛି ଏବଂ କାହାର ନାମ ଯୋଡ଼ାଯାଇଛି ତାହା ନିର୍ବାଚନ କମିସନ କାହିଁକି ସ୍ପଷ୍ଟ କରିନାହାନ୍ତି ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।   ଭୋଟ୍‌ ଦେବାପରେ ଲୋକଙ୍କୁ ମତଦାନର ପ୍ରମାଣ ଭାବେ ରସିଦ ପ୍ରଦାନ କରାଯାଉ ନଥିବାରୁ ଇଭିଏମ୍ ଉପରେ ଲୋକଙ୍କ ବିଶ୍ୱାସ କିପରି ରହିବ ତାହାର ଦାୟିତ୍ୱ ନିର୍ବାଚନ ଆୟୋଗ ସ୍ଥିର କରିବା ଆବଶ୍ୟକ ବୋଲି ସିଂହ କହିଛନ୍ତି।

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button