ଓଡିଶା
New centra: ଉତ୍କଳ ସମ୍ମିଳନୀର ନୂଆ କେନ୍ଦ୍ରୀୟ କାର୍ଯ୍ୟାଳୟ ଉଦ୍ଘାଟିତ
ଉତ୍କଳ ସମ୍ମିଳନୀର ୧୨୨ତମ ପ୍ରତିଷ୍ଠା ଦିବସ ପାଳନ ସହ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିକୁ ସରକାର ପ୍ରଦତ୍ତ ୟୁନିଟ୍ ୬ ସ୍ଥିତ ଆଇଭିଆର୍- ୩୨୭ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି।

ଭୁବନେଶ୍ୱର: ଉତ୍କଳ ସମ୍ମିଳନୀର ୧୨୨ତମ ପ୍ରତିଷ୍ଠା ଦିବସ ପାଳନ ସହ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟିକୁ ସରକାର ପ୍ରଦତ୍ତ ୟୁନିଟ୍ ୬ ସ୍ଥିତ ଆଇଭିଆର୍- ୩୨୭ କାର୍ଯ୍ୟାଳୟ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ସଭାରେ କେନ୍ଦ୍ରୀୟ ସଭାପତି ସୌରଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତା କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ପ୍ରସାର ଭାରତୀର ଅବସରପ୍ରାପ୍ତ ମହାନିର୍ଦ୍ଦେଶକ ଗିରିଧାରୀ ମହାନ୍ତି, ମୁଖ୍ୟବକ୍ତା ଭାବେ ଦୈନିକ ସମୟର ମୁଖ୍ୟ ସମ୍ପାଦକ ଗୁରୁକଲ୍ୟାଣ ମହାପାତ୍ର ଯୋଗ ଦେଇଥିଲେ। ବକ୍ତାମାନେ ସମ୍ମିଳନୀର ଗୌରବମୟ ଇତିହାସ, ବିଭିନ୍ନ ସମୟରେ ଏହାର ନେତୃତ୍ୱ ନେଇଥିବା ବିଶିଷ୍ଟ ବରପୁତ୍ରମାନଙ୍କ କାର୍ଯ୍ୟାବଳୀର ଅବତାରଣା କରିଥିଲେ।




