ବିଶେଷ

New drugs: ନୂଆ ଔଷଧ ମଧୁମେହ ସହିତ ଓଜନ ବି ନିୟନ୍ତ୍ରଣ କରୁଛି

ଡାଏବେଟିସ୍‌ ବା ମଧୁମେହ ବିଭିନ୍ନ କାରଣ ପାଇଁ ହୋଇଥାଏ। ସାଧାରଣତଃ ଖାଦ୍ୟାଭ୍ୟାସର ଅନିୟମିତତା, ପରିବର୍ତ୍ତନ ଜୀବନଶୈଳୀ, ଚାପ ଓ ବଂଶଗତ କାରଣ ଯୋଗୁଁ ଏହି ରୋଗ ଦେଖାଯାଇଥାଏ।

 ଦିନକୁ ଦିନ ମଧୁମେହ ରୋଗ ବଢ଼ିବାର କାରଣ କ’ଣ?

ଡାଏବେଟିସ୍‌ ବା ମଧୁମେହ ବିଭିନ୍ନ କାରଣ ପାଇଁ ହୋଇଥାଏ। ସାଧାରଣତଃ ଖାଦ୍ୟାଭ୍ୟାସର ଅନିୟମିତତା, ପରିବର୍ତ୍ତନ ଜୀବନଶୈଳୀ, ଚାପ ଓ ବଂଶଗତ କାରଣ ଯୋଗୁଁ ଏହି ରୋଗ ଦେଖାଯାଇଥାଏ।

 ଏଥିପାଇଁ କେଉଁ କେଉଁ ସମସ୍ୟା ଦେଖାଯାଇଥାଏ?
ମଧୁମେହ ପାଇଁ ପାଟି ଶୁଷ୍କ ହୋଇଯିବା, ବାରମ୍ବାର ପରିସ୍ରା ଲାଗିବା, ଥକାପଣ, ଝାପ୍‌ସା ଦେଖାଯିବା, ଓଜନ ହ୍ରାସ  ହେବା, ହାତ କିମ୍ବା ପାଦରେ କ୍ଷୀଣତା କିମ୍ବା ଝିମ୍‌ଝିମ୍‌ ଅନୁଭବ ହେବା ପରି ସମସ୍ୟା ଦେଖାଯାଇଥାଏ।
 ମଧୁମେହ ସହ ଅନ୍ୟ କେଉଁସବୁ ଜଟିଳତା ସଂପୃକ୍ତ?
ମାଇକ୍ରୋଭାସ୍କୁଲାର୍‌ ଓ ମାକ୍ରୋଭାସ୍କୁଲାର୍‌ ଭଳି ସମସ୍ୟା‌ ଦେଖାଯାଇଥାଏ। ଡାଏବେଟିସ୍‌ କିଡ୍‌ନି, ହାର୍ଟ, ବ୍ରେନ୍‌ ଓ ଲିଭରକୁ ଧୀରେଧୀରେ ନଷ୍ଟ କରିବାରେ ଲାଗିଥାଏ। ଏଥିରୁ ଗୋଡ଼ରେ ଘା’ ମଧ୍ୟ ହୋଇଯାଏ, ଯାହା ଶୁଖିବାରେ ସମୟ ଲାଗେ ଏବଂ ସ୍ନାୟୁ ଉପରେ ମଧ୍ୟ କୁପ୍ରଭାବ ପଡ଼ିଥାଏ। ରକ୍ତ ଶର୍କରା ଯଦି ୧୮୦ ଉପରେ ହୋଇଯାଏ ତେବେ ଷ୍ଟ୍ରୋକ୍‌ ସମସ୍ୟା ଦେଖାଯାଇଥାଏ। ଆଖିର ରେଟିନା ଖରାପ ହେବା, ଫ୍ୟାଟି ଲିଭର ଓ ଅଷ୍ଟିଓପୋରସିସ୍‌ ମଧ୍ୟ ଏହି କାରଣରୁ ଦେଖାଯାଏ। ସେଥିପାଇଁ ୩୫ ବର୍ଷରୁ ଅଧିକ ବୟସର ବ୍ୟକ୍ତି ନିୟମିତ ଚିକିତ୍ସାରେ ରହିବା ଉଚିତ।

 ମଧୁମେହ କିପରି ନିରୂପଣ କରାଯାଏ?
ଯେଉଁ ବ୍ୟକ୍ତିଙ୍କର ରକ୍ତ ଶର୍କରା ଉପବାସରେ ୧୨୬ ଉପରେ ଓ ଖାଇବା ପରେ ୨୦୦ ଉପରେ ରହିଥାଏ ଏବଂ ଏଚ୍‌ବିଏ୧ସି ୬.୫% ଉପରେ ରହିଥାଏ ତେବେ ଜାଣିବା ତାଙ୍କୁ ଡାଏବେଟସ୍‌ ହୋଇଛି। ଏଚ୍‌ବିଏ୧ସି ସ୍ତର ୬.୫% କିମ୍ବା ତା’ଠାରୁ ଅଧିକ ତେବେ ମଧୁମେହ ସୂଚିତ କରେ। ଏହା ୫.୭%ରୁ କମ୍‌କୁ ସାଧାରଣ ବୋଲି ବିବେଚନା କରାଯାଏ।

 ମଧୁମେହର କିଛି ଉନ୍ନତ ଚିକିତ୍ସା ପଦ୍ଧତି ଅଛି କି?
ଜିଏଲ୍‌ପି ୱାନ୍‌, ଜିଆଇପି ଆବୋନେଟ୍‌ ମେଡିସିନ୍‌ ଏବେ ନୂଆ ଆସିଛି। ଏହାର ବ୍ୟବହାର ଦ୍ବାରା ମଧୁମେହ ନିୟନ୍ତ୍ରଣ ହେବା ସହ ଯକୃତ, ହୃତ୍‌ପିଣ୍ଡ ଓ ମସ୍ତିଷ୍କ କିପରି ସୁସ୍ଥ ରହିବ ତାହାର ମଧ୍ୟ ଯତ୍ନ ନେଉଛି। ଏହି ଇଞ୍ଜେକ୍‌ସନ୍‌ ସାହାଯ୍ୟରେ ଓଜନ ନିୟନ୍ତ୍ରଣ ମଧ୍ୟ କରାଯାଇପାରୁଛି।

ଡାକ୍ତର ଅଙ୍କିତା ତିୱାରି

ମଧୁମେହ ଏବଂ ଅନ୍ତଃସ୍ରାବୀ ବିଶେଷଜ୍ଞ, ମଣିପାଲ୍‌ ହସ୍‌ପିଟାଲ୍‌, ଭୁବନେଶ୍ବର

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button