ଖେଳଦେଶ ବିଦେଶ

New Zealand: ଚଳିତ ବର୍ଷ ନ୍ୟୁଜିଲାଣ୍ଡ ଗସ୍ତରେ ୧୨ଟି ମ୍ୟାଚ୍‌ ଖେଳିବ ଭାରତ

ନୂଆଦିଲ୍ଲୀ: ଭାରତ ଚଳିତ ବର୍ଷ ନ୍ୟୁଜିଲାଣ୍ଡ ଗସ୍ତ କରି ସମସ୍ତ ଫର୍ମାଟ୍‌ରେ ମୋଟ ୧୨ ମ୍ୟାଚ୍‌ ଖେଳିବ। ଏହି ଗସ୍ତରେ ଭାରତ ଘରୋଇ ଦଳ ବିପକ୍ଷରେ ୧୦ ଧଳା ବଲ୍‌ ମ୍ୟାଚ୍‌ (୫ ଲେଖାଏଁ ଦିନିକିଆ ଓ ଟ୍ବେଣ୍ଟି-୨୦) ଏବଂ ୨ଟି ନାଲି ବଲ୍‌ ମ୍ୟାଚ୍‌ ଖେଳିବ। ନ୍ୟୁଜିଲାଣ୍ଡରେ ଏହା ପୁରୁଷ କ୍ରିକେଟ୍‌ରେ ସବୁଠୁ ବଡ଼ ଦ୍ବିପାକ୍ଷିକ ଶୃଙ୍ଖଳା‌ ହେବ।

ଦୁଇ‌ ଦେଶ ୧୦୦ ବର୍ଷ କ୍ରୀଡ଼ା ସମ୍ପର୍କ ପାଳନ କରିବାକୁ ଯାଉଥିବାରୁ ଏହି ଶୃଙ୍ଖଳାର ମହତ୍ତ୍ବ ବଢ଼ିଛି। ଭାରତର ଏହି ୪୦ଦିନିଆ ଗସ୍ତ ଅକ୍ଟୋବର ୨୨ରୁ ଖ୍ରୀଷ୍ଟଚର୍ଚ୍ଚରୁ ଆରମ୍ଭ ହେବ। ପ୍ରଥମ ଦୁଇ ‌ଟ୍ବେଣ୍ଟି-୨୦ ଖ୍ରୀଷ୍ଟଚର୍ଚ୍ଚରେ ୨୨ ଓ ୨୪ ତାରିଖରେ ଖେଳାଯିବ। ଏହାପରେ ୨୭ରେ ୱେଲିଂଟନ୍‌ରେ, ୩୦ରେ ଅକ୍‌ଲାଣ୍ଡରେ ଏବଂ ନଭେମ୍ବର ୧ରେ ହମିଲଟନ୍‌ରେ ଖେଳାଯିବ। ନଭେମ୍ବର ୪ (ଅକ୍‌ଲାଣ୍ଡ), ୭ (ୱେଲିଂଟନ୍‌), ୧୦ (ହାମିଲଟନ୍‌), ୧୩ ଓ ୧୫ (ମାଉଣ୍ଟମୌଗନାଇ) ତାରିଖରେ ଦିନିକିଆ ମ୍ୟାଚ୍‌ଗୁଡ଼ିକ ଖେଳାଯିବ। ଟେଷ୍ଟ୍‌ ଦ୍ବୟ ଯଥାକ୍ରମେ ନଭେମ୍ବର ୧୯ରୁ ୨୩ ତାରିଖ ପର୍ଯ୍ୟନ୍ତ ୱେଲିଂଟନ୍‌ରେ ଏବଂ ୨୭ ନଭେମ୍ବରରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଖ୍ରୀଷ୍ଟଚର୍ଚ୍ଚରେ ଖେଳାଯିବାକୁ ସ୍ଥିର ହୋଇଛି।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button