Breaking News

ଶବ ନେଉନି, ମାଂସ ଖାଉନି, କଲିଜା ଖାଉଛି, କିନ୍ତୁ ଧରାପଡୁନି କଲିଜା ଖାଉଛି କିଏ?

0

ନୀଳଗିରି: ମାରି ଦେଉଛି, କିନ୍ତୁ ଶବ ନେଉନି କି ମାଂସ ଖାଉନି। ମାରିବା ପରେ କେବଳ ଖାଉଛି କଲିଜା। ରାତିରେ ଆସୁଛି ମାରି ଚାଲି ଯାଉଛି। ଏଭଳି ଏକ ଅଜଣା ଭୟ ଓ ଆତଙ୍କ ଖେଳି ଯାଇଛି ନୀଳଗିରି ଅଞ୍ଚଳରେ। ଏକ ଅଜଣା ଜନ୍ତୁ ନିୟମିତ ଭାବେ ମେଣ୍ଢା ମାରୁଛି, ଶବ ନେଉନାହିଁ କିନ୍ତୁ ମେଣ୍ଢାର କଲିଜା ଖାଇ ଚାଲିଯାଉଛି। ୨ ସପ୍ତାହ ମଧ୍ୟରେ ଗାଁରୁ ୩୬ଟି ମେଣ୍ଢା ଖାଇଲାଣି। ଏହି ଅଜଣା ଜନ୍ତୁକୁ ଧରିବା ପାଇଁ ଟ୍ରାପ କ୍ୟାମେରା ଲଗାଇ ବନ ବିଭାଗ ଚୁପ ବସିଛି। ତେବେ ଏହି ଅଜଣା ଜନ୍ତୁ ସମ୍ପର୍କରେ କୌଣସି ସୂଚନା ପାଇ ପାରୁନାହିଁ ବନ ବିଭାଗ। ତେବେ ଅଜଣା ଜନ୍ତୁଟି କ’ଣ ପାଇଁ ମେଣ୍ଢାକୁ ମାରିବା ପରେ କେବଳ କଲିଜା ଖାଇ ଚାଲି ଯାଉଛି ସେ ସମ୍ପର୍କରେ ବନ ବିଭାଗ ପ୍ରାଣୀ ଚିକିତ୍ସା ଅଧିକାରୀ ବି ଜାଣି ପାରୁନାହାନ୍ତି। ଏ ସମ୍ପର୍କରେ ତଦନ୍ତ ଚାଲିଛି, କିନ୍ତୁ ଧରାପଡୁନି କଲିଜା ଖାଉଛି କିଏ? ଏପଟେ କାନ୍ଦି କାନ୍ଦି ଦୁଃଖ ବଖାଣୁଛନ୍ତି ଚାଷୀ।
ନୀଳଗିରି ଅଞ୍ଚଳରେ ଏହି ଅଜଣା ଜନ୍ତୁକୁ ନେଇ ପୁଣି ହଇଚଇ। ଆଜି ପୁଣି ୩ଟି ମେଣ୍ଢା ମାରିଲା ଅଜଣା ଜନ୍ତୁ। କଣ୍ଟାପଡ଼ା ବ୍ଲକ ଦୋଳଠାକୁର ଗାଁ ପୋଖରୀ ସାହିର ଚାଷୀ ପଞ୍ଚାନନଙ୍କ ଗୁହାଳରେ, ୩ଟି ମେଣ୍ଢାକୁ ଅଜଣା ଜନ୍ତୁ ମାରିଦେଇଥିବା ଅଭିଯୋଗ ହୋଇଛି। ଖବର ପାଇ ବନ ବିଭାଗ ଓ ପ୍ରାଣୀ ଚିକିତ୍ସା ବିଭାଗର କର୍ମଚାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ଏଯାଏଁ ହାତ ଖାଲି। କେମିତି ଆକାରର ମେଣ୍ଢାଗୁଡ଼ିକୁ ମାରିବା ପରେ ଅଜଣା ଜନ୍ତୁଟି କଲିଜା ଖାଇ ଚମ୍ପଟ ମାରୁଛି ସେ ସମ୍ପର୍କରେ କେହି କହି ପାରୁନାହାନ୍ତି।

Leave A Reply

Your email address will not be published.