Breaking News

ସଫ୍ଟୱେର୍ ଇଞ୍ଜିନିୟର ଶ୍ୱେତା ମୋଟା ଦରମା ସାଙ୍ଗକୁ ବିନ୍ଦାସ ଲାଇଫ୍‌ ବଞ୍ଚୁଥିଲେ। ମାତ୍ର ହଠାତ୍‌ ଗତବର୍ଷ ଅଗଷ୍ଟରେ ତାଙ୍କ ମୃତ୍ୟୁ ହୋଇଥିଲା। ଭୁବନେଶ୍ୱରର ଶୈଳଶ୍ରୀ ବିହାରସ୍ଥିତ ଇନଫୋସିଟି ଗାର୍ଡେନ ଆପାର୍ଟମେଣ୍ଟରୁ ତାଙ୍କ ମୃତଦେହ ମିଳିଥିଲା । ଶ୍ୱେତା ଆତ୍ମହତ୍ୟା କରିଥିବା ପୁଲିସ୍ କହୁଥିବା ବେଳେ ଝିଅର ମୃତ୍ୟୁ ପାଇଁ ସୌମ୍ୟଜିତଙ୍କୁ ଦାୟୀ କରିଥିଲେ ପରିବାର ଲୋକେ । ଶ୍ୱେତାଙ୍କ କଲ୍‌ ଡିଟେଲ୍ସ ବାହାରିବା ପରେ ମୃତ୍ୟୁର ଅଧଘଣ୍ଟା ପୂର୍ବରୁ ସେ ସୌମ୍ୟଙ୍କୁ ୧୫ ଥର କଲ୍ କରିଥିବା ଜଣା ପଡ଼ିଥିଲା। ସୌମ୍ୟଜିତ୍ କିନ୍ତୁ ତାଙ୍କ ଫୋନ ଉଠାଇ ନ ଥିଲେ। ଉଭୟଙ୍କ ବାର୍ତ୍ତାଳାପର ଏକ ଅଡିଓ ଭାଇରାଲ ହେଉଥିବା ବେଳେ ସେଥିରେ ସୌମ୍ୟଜିତ ଶ୍ୱେତାଙ୍କୁ ଗାଳିଗୁଲଜ କରୁଥିବା ଶୁଣିବାକୁ ମିଳୁଥିଲା। ଏହାପରେ ଶ୍ୱେତାଙ୍କ ହ୍ୱାଟ୍ସ ଆପ୍‌ ଚାଟ୍‌ ଭାଇରାଲ ହେବା ସହ ବ୍ୟାଙ୍କ ଷ୍ଟେଟମେଣ୍ଟ ମଧ୍ୟ ସାମନାକୁ ଆସିଥିଲା। ମୃତ୍ୟ ପୂର୍ବରୁ ଶ୍ୱେତା ୨ଲକ୍ଷ ୩୦ ହଜାର ଟଙ୍କାର ଲୋନ୍ କରିଥିଲେ । ହେଲେ ଏହାର ଟେର୍‌ ପାଇପାରି ନ ଥିଲେ ଶ୍ୱେତାଙ୍କ ପରିବାର ଲୋକେ । ତେବେ ଏତେ ଟଙ୍କା ବୟଫ୍ରେଣ୍ଡ ସୌମ୍ୟଜିତଙ୍କୁ ଦେଇଥିବା ସେମାନେ ପୁଲିସ୍‌ ସମ୍ମୁଖରେ କହିଥିଲେ। ତେଣୁ ଝିଅର ମୃତ୍ୟୁ ପାଇଁ ସୌମ୍ୟଜିତଙ୍କୁ ଦାୟୀ କରିଥିଲେ ପରିବାର ଲୋକେ । ଏହାପରେ ସୌମ୍ୟଜିତ ଜାମିନ ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ବି ନିରାଶ ହୋଇଛନ୍ତି। ଶ୍ୱେତା ମୃତ୍ୟୁର ୬ ମାସ ପରେ ବନ୍ଧା ହୋଇଛନ୍ତି ସୌମ୍ୟଜିତ

0

ଭୁବନେଶ୍ଵର: ଅମୃତକାଳ ପାଇଁ ମୂଳଦୁଆ ପକାଇବ ଚଳିତ ବର୍ଷ ବଜେଟ। ଭୁବନେଶ୍ଵରରେ ବଜେଟ ପରବର୍ତ୍ତୀ ଆଲୋଚନାଚକ୍ରରେ ଯୋଗ ଦେଇ ଏହା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ। ଅର୍ଥମନ୍ତ୍ରୀ କହିଛନ୍ତି, ୨୦୨୩-୨୪ ବଜେଟ ଅମୃତକାଳର ପ୍ରଥମ ବଜେଟ। ଏଥିରେ କ୍ୟାପିଟାଲ ଇନଭେଷ୍ଟମେଣ୍ଟ ପାଇଁ ୧୦ ଲକ୍ଷ କୋଟି ବ୍ୟୟବରାଦ ହୋଇଛି।

ରାଜ୍ୟଗୁଡ଼ିକ ଲାଗି ୫୦ ବର୍ଷ ଲାଗି ବିନା ସୁଧରେ ଋଣ ବ୍ୟବସ୍ଥା କରାଯାଇଛିକେନ୍ଦ୍ର ଅର୍ଥମନ୍ତ୍ରୀ କହିଛନ୍ତି, ଅନୁସୂଚିତ ଜାତି ଓ ଜନଜାତି ତଥା ଆଦିବାସୀଙ୍କ ବିକାଶ ଲାଗି ବଜେଟରେ ଗୁରୁତ୍ବ ଦିଆଯାଇଛି। ଆବାସ ଯୋଜନା, ହର ଘର୍ ନଲ ଆଦି ଯୋଜନାରୁ ସେମାନଙ୍କୁ ବହୁତ ଫାଇଦା ମିଳିବ। କେନ୍ଦ୍ର ସରକାରଙ୍କ ଡେଭଲପମେଣ୍ଟ ଗୋଲର କେନ୍ଦ୍ରରେ ରହିଛି ଏମଏସଏମଇ। ଦେଶର ସବୁ ଅଞ୍ଚଳର ବିକାଶକୁ ଗୁରୁତ୍ଵ ଦେଇ ପୂର୍ବରୁ ଆକାଙ୍କ୍ଷୀ ଜିଲ୍ଲା ଆରମ୍ଭ କରାଯାଇଥିଲା। ଚଳିତ ବଜେଟରୁ ଏହାକୁ ପୁନଶ୍ଚ ତୃଣମୂଳ ସ୍ତରକୁ ନେବାକୁ ୫୦୦ ଆକାଙ୍କ୍ଷୀ ବ୍ଳକ୍ ଚିହ୍ନଟ କରାଯାଇଛି ।

ଏସବୁ ଅଞ୍ଚଳରେ ମୌଳିକ ସୁବିଧା ସହ ଭିତ୍ତଭୂମି ବିକାଶକୁ ଗୁରୁତ୍ଵ ଦିଆଯିବ। ଟେକ୍ନୋଲୋଜିଭିତ୍ତିକ ବିକାଶ ଲାଗି ଶ୍ରମିକଙ୍କୁ ପ୍ରଶିକ୍ଷିତ କରାଯିବ। ଫସିଲ ଫୁଏଲରୁ ଗ୍ରିନ ଏନର୍ଜିକୁ ଟ୍ରାନସଫରମେସନ୍ ଲାଗି ବଜେଟରେ ଗୁରୁତ୍ବ ଦିଆଯାଇଛି।

Leave A Reply

Your email address will not be published.