ରାଜନୀତି
Nuapada by-election: ନୂଆପଡ଼ା ଉପନିର୍ବାଚନରେ: ‘ଅର୍ଥ ଓ ସରକାରୀ କଳର ଅପବ୍ୟବହାର’
ନୂଆପଡ଼ା ଉପନିର୍ବାଚନରେ ଶାସକ ଦଳ ଅର୍ଥ, ବାହୁବଳ ଓ ସରକାରୀ କଳର ଅପବ୍ୟବହାର କରିଥିଲା। ବିଜେପିର ଏହି କଳ, ବଳ ଓ କୌଶଳ ବିରୋଧରେ ଲଢେଇ କରି କଂଗ୍ରେସ ପ୍ରାର୍ଥୀ ୪୦ ହଜାର ଭୋଟ ହାସଲ କରିବା କିଛି ସାଧାରଣ କଥା ନୁହେଁ।

ଭୁବନେଶ୍ବର: ନୂଆପଡ଼ା ଉପନିର୍ବାଚନରେ ଶାସକ ଦଳ ଅର୍ଥ, ବାହୁବଳ ଓ ସରକାରୀ କଳର ଅପବ୍ୟବହାର କରିଥିଲା। ବିଜେପିର ଏହି କଳ, ବଳ ଓ କୌଶଳ ବିରୋଧରେ ଲଢେଇ କରି କଂଗ୍ରେସ ପ୍ରାର୍ଥୀ ୪୦ ହଜାର ଭୋଟ ହାସଲ କରିବା କିଛି ସାଧାରଣ କଥା ନୁହେଁ। ସମସ୍ତ ପ୍ରତିକୂଳ ପରିସ୍ଥିତି ମଧ୍ୟରେ
କଂଗ୍ରେସ ନୂଆପଡ଼ାବାସୀଙ୍କ ହୃଦୟ ଜିତିବା ସହ ପ୍ରମୁଖ ବିରୋଧୀ ଦଳର ଭୂମିକା ହାସଲ କରିଥିବା କହିଛନ୍ତି ପିସିସି ସଭାପତି ଭକ୍ତଚରଣ ଦାସ।
ଶ୍ରୀ ଦାସ କହିଛନ୍ତି, ସଂଘର୍ଷର ପଥ ଫୁଲ ନୁହେଁ, କଣ୍ଟାରେ ପରିପୂର୍ଣ୍ଣ। ଏହା ଏକ ଲମ୍ବା ଲଢ଼େଇ, ଏହା ଆଜି କିମ୍ବା କାଲିର କଥା ନୁହେଁ। ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ କଂଗ୍ରେସକୁ କ୍ଷେତ୍ରସ୍ତରରେ ରହିବାକୁ ପଡ଼ିବ ଓ ଲଢ଼େଇ ଜାରି ରଖିବାକୁ ପଡ଼ିବ। ବିଜୟ କିମ୍ବା ପରାଜୟ ନିଶ୍ଚିତ ନୁହେଁ। ତେଣୁ ଲଢ଼ିବାକୁ ପଡ଼ିବ ବୋଲି ସେ କହିଛନ୍ତି।
ସୌଜନ୍ୟ – ସମ୍ବାଦ



