Breaking News

ରାଜ୍ୟର ପ୍ରତିଷ୍ଠିତ ବରପୁତ୍ରମାନଙ୍କର ଜନ୍ମସ୍ଥାନକୁ ସ୍ମାରକୀ ଓ ସଂଗ୍ରହାଳୟରେ ପରିଣତ କରି ରାଜ୍ୟବାସୀଙ୍କୁ ଉତ୍ସର୍ଗୀକୃତ କରାଯାଉଛି

ଓଡ଼ିିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ

0
  • କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ରଚିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ
  • ପ୍ରବାସୀ ଓଡ଼ିଆଙ୍କ ନିମିତ୍ତ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ
  • ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋ ଠାରେ ସ୍ମାରକୀ ଓ ସଂଗ୍ରହାଳୟ ସ୍ଥାପନ
  • ପଦ୍ମଭୂଷଣ ମନୋଜ ଦାସ ସ୍ମାରକୀ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀଠାରେ ନିର୍ମାଣାଧୀନ
  • ୪୫୧୦୨ ଜଣ କଳାକାରଙ୍କୁ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ
  • ବିଭାଗ ଅଧିନସ୍ଥ ବିଭିନ୍ନ ଅନୁଷ୍ଠାନଗୁଡିକର ପୁରସ୍କାର ରାଶିକୁ ୫୧ଟି ବର୍ଗରେ ୧୫.୧୦ ଲକ୍ଷରୁ ୭୩ଟି ବର୍ଗରେ ୧କୋଟି ୩୭ ଲକ୍ଷ ଟଙ୍କାକୁ ବୃଦ୍ଧି

ଭୁବନେଶ୍ୱର: ଲୋକସେବା ଭବନର ତୃତୀୟ ମହଲା ସମ୍ମିଳନୀ କକ୍ଷରେ  ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ବିଗତ ଚାରିବର୍ଷର କାର୍ଯ୍ୟକ୍ରମଗୁଡିକର ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ପରେ ଗୀତଗୋବିନ୍ଦ ସଦନ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଅଶ୍ୱିନୀ କୁମାର ପାତ୍ର କହିଛନ୍ତି ଯେ, ୨୦୧୯ ମସିହା ନିର୍ବାଚନ ପ୍ରତିଶୃତି ଅନୁଯାୟୀ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର କାର୍ଯ୍ୟ ଅବ୍ୟାହତ ଅଛି । ଐତିହ୍ୟ କ୍ୟାବିନେଟରେ ହୋଇଥିବା ଅଧିକାଂଶ ନିଷ୍ପତ୍ତିଗୁଡ଼ିକର ଅନୁପାଳନ କରାଯାଇଅଛି । ଓଡ଼ିଆ ଭାଷା ଇତିମଧ୍ୟରେ ଶାସ୍ତ୍ରୀୟ ମାନ୍ୟତା ମଧ୍ୟ ପ୍ରାପ୍ତ କରିଅଛି । କାନ୍ତକବି  ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କର ରଚିତ ବନ୍ଦେ ଉତ୍କଳ ଜନନୀ ସଙ୍ଗୀତକୁ ୨୦୨୦ ମସିହାରେ ରାଜ୍ୟ ସଙ୍ଗୀତର ମାନ୍ୟତା ପ୍ରଦାନ କରାଯାଇଅଛି ।

ଏଥି ସହିତ ୫-‘ଟି’ର ରୂପାନ୍ତରିକରଣ କାର୍ଯ୍ୟ ଗୁଡ଼ିକ ମଧ୍ୟରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ଜନହିତକର ଯୋଜନାମାନଙ୍କ ମଧ୍ୟରେ ଅନ୍ୟତମ ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନାକୁ ସମ୍ପୂର୍ଣ୍ଣ ଭାବେ କମ୍ପ୍ୟìଟରୀକରଣ କରାଯାଇ ହିତାଧିକାରୀମାନଙ୍କୁ ସେମାନଙ୍କର ବ୍ୟାଙ୍କ ଆକାଉଣ୍ଟରେ ସହାୟତା ରାଶି ସିଧାସଳଖ ପ୍ରଦାନ କରାଯାଉଅଛି । ଏହି ଯୋଜନାରେ ଅଦ୍ୟାବଧି ୪୫୧୦୨ ଜଣ କଳାକାର ଲାଭାନ୍ୱିତ ହୋଇଛନ୍ତି । ଏଥିନିମନ୍ତେ ଏହି ବିଭାଗକୁ ୨୦୨୧ ମସିହାରେ ସ୍କଚ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଅଛି । ସାଂସ୍କୃତିକ ଦଳ ଗୁଡ଼ିକର ଚୟନ ଓ ପରିବେଷଣ ନିମିତ୍ତ ଏକ ଅନଲାଇନ ପୋର୍ଟାଲ(ଈTMଗ)ର ବ୍ୟବସ୍ଥା କରାଯାଇଅଛି । ଏହାଦ୍ୱାରା ଆବେଦନ କରିଥିବା ୮୦୦୦ ସାଂସ୍କୃତିକ ଦଳମାନଙ୍କ ମଧ୍ୟରୁ ଅଡିସନ ମାଧ୍ୟମରେ ୨୨୩୫ ଦଳଙ୍କୁ ଚୟନ କରାଯାଇ ପଞ୍ଜୀକୃତ କରାଯାଇଅଛି ଏବଂ ସେମାନଙ୍କର ପାରିଶ୍ରମିକ ଅନଲାଇନ ମାଧ୍ୟମରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରେ ପ୍ରଦାନ କରାଯାଉଅଛି । ବିଭାଗ ଅଧୀନରେ ଥିବା ସମସ୍ତ ମଣ୍ଡପ ଯଥା ରବୀନ୍ଦ୍ର ମଣ୍ଡପ, ଭଞ୍ଜକଳା ମଣ୍ଡପ ଏବଂ ଉତ୍କଳ ମଣ୍ଡପଗୁଡ଼ିକର ବୁକିଂ ବ୍ୟବସ୍ଥାକୁ ସଂପୂର୍ଣ୍ଣ ଭାବରେ ଅନଲାଇନ ମାଧ୍ୟମରେ କରାଯାଉଅଛି ।

ବିଭାଗର ଅଧୀନରେ ଥିବା ହରେକୃଷ୍ଣ ମହାତାବ ରାଜ୍ୟ ଗ୍ରନ୍ଥାଗାର, ଓଡ଼ିଶା ରାଜ୍ୟ ଅଭିଲେଖାଗାର, ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ରରେ ଥିବା ପୁରୁଣା ପୁସ୍ତକ, ନଥିପତ୍ର, ଅଭିଲେଖାଗାରର ତଥ୍ୟ ଏବଂ ପରିବେଷିତ ସଙ୍ଗୀତ ଓ ନୃତ୍ୟଗୁଡ଼ିକୁ ଡିଜିଟାଇଜେସନ କରାଯାଉଅଛି । ରାଜ୍ୟ ଗ୍ରନ୍ଥାଗାରରେ ଅଦ୍ୟାବଧି ୨୦୪୦୦୦ ପୁସ୍ତକ କମ୍ପ୍ୟìଟରୀକରଣ କରାଯାଇଅଛି । ଏଥି ସହିତ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ, ଓଡ଼ିଶା ସଙ୍ଗୀତ ନାଟକ ଏକାମେୀ ଏବଂ ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡ଼ିକର ଗଚ୍ଛିତ ଥିବା ମୁଲ୍ୟବାନ ତଥ୍ୟଗୁଡ଼ିକର ମଧ୍ୟ କମ୍ପ୍ୟìଟରୀକରଣ କରାଯାଉଅଛି ।
ରାଜ୍ୟ କ୍ୟାବିନେଟର ନିଷ୍ପତ୍ତି କ୍ରମେ ରାଜ୍ୟର ପ୍ରତିଷ୍ଠିତ ବରପୁତ୍ରମାନଙ୍କର ଜନ୍ମଗ୍ରାମକୁ ଆଦର୍ଶ ଗ୍ରାମ ରୂପେ ଘୋଷଣା କରାଯାଇ ସେହି ଗ୍ରାମର ଭିତ୍ତିଭୂମି ସଦୃଢ କରିବା ସହିତ ବରପୁତ୍ରମାନଙ୍କର ଜନ୍ମ ଓ ତିରୋଧାନ ତିଥିକୁ ଆଡମ୍ବରରେ ପାଳନ କରାଯାଉଅଛି । ବରପୁତ୍ରମାନଙ୍କର ଅବୟବ ପ୍ରତିମୂର୍ତ୍ତି ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସ୍ଥାପନ କରାଯାଇ  ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚନ କରାଯାଉଅଛି । ରାଜ୍ୟର ୭୨୦୦ ଭାଗବତ ଟୁଙ୍ଗୀକୁ ପୁନରୁଦ୍ଧାର କରାଯାଇଅଛି ଏବଂ ପ୍ରତି ଭାଗବତ ଟୁଙ୍ଗିକୁ ୫୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଅଛି ।

ରାଜ୍ୟର ପ୍ରତିଷ୍ଠିତ ବରପୁତ୍ରମାନଙ୍କର ଜନ୍ମସ୍ଥାନକୁ ସ୍ମାରକୀ ଓ ସଂଗ୍ରହାଳୟରେ ପରିଣତ କରି ରାଜ୍ୟବାସୀଙ୍କୁ ଉତ୍ସର୍ଗୀକୃତ କରାଯାଉଅଛି । ଏହି କ୍ରମରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ଜନ୍ମସ୍ଥାନ ସୁଆଣ୍ଡୋଠାରେ ଏକ ସ୍ମାରକୀ ଓ ସଂଗ୍ରହାଳୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଲୋକାର୍ପଣ କରାଯାଇଅଛି ଏବଂ ପଦ୍ମଭୂଷଣ ସ୍ୱର୍ଗତ ମନୋଜ ଦାସ ସ୍ମାରକୀ ବାଲେଶ୍ୱର ଜିଲ୍ଲାର ଶଙ୍ଖାରୀଠାରେ ନିର୍ମାଣାଧୀନ ଅଛି । ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟ ପରିସରରେ ଏକ ସ୍ଥାପତ୍ୟ ପାର୍କ ଏବଂ ୩ଗୋଟି ଏକାଡେମିକ ବ୍ଲକ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ କରକମଳରେ ଉନ୍ମୋଚିତ ହୋଇଅଛି ।

ଓଡ଼ିଶାର ପ୍ରାଚୀନ ପାରମ୍ପରିକ ଲୋକନୃତ୍ୟ ଓ ଲୋକଗୀତଗୁଡ଼ିକୁ ସଂରକ୍ଷଣ, ପ୍ରଚାର ଓ ପ୍ରସାର କରାଯାଉଅଛି । ଏହି କ୍ରମରେ ମୟୂରଭଞ୍ଜର ବାରିପଦାଠାରେ ଏକ ଛଉ ନୃତ୍ୟ ପ୍ରଶିକ୍ଷଣ ପ୍ରତିଷ୍ଠାନ କରାଯାଇ ଛଉ ନୃତ୍ୟର ପ୍ରଚାର ପ୍ରସାର କରାଯାଉଅଛି । ରାଜ୍ୟର ସମସ୍ତ ଜିଲ୍ଲାମାନଙ୍କରେ ମହୋତ୍ସବ ପାଳନ ସହିତ ପ୍ରଥମଥର ପାଇଁ ସମ୍ବଲପୁରର ଐତିହାସିକ ହୀରାକୁଦଠାରେ ହୀରାକୁଦ ମହୋତ୍ସବ ଏବଂ କନ୍ଧମାଳରେ ଡଙ୍ଗର ମହୋତ୍ସବ, ଓଡ଼ିଶା ସଙ୍ଗୀତ ନାଟକ ଏକାମେୀ ଦ୍ୱାରା କରାଯାଇଅଛି । ଏତଦ୍‌ବ୍ୟତୀତ ବାଙ୍ଗାଲୋରଠାରେ ଓଡ଼ିଶା ଉତ୍ସବ ମଧ୍ୟ ପାଳନ କରାଯାଇଅଛି ।

ଓଡ଼ିଶା ସାହିତ୍ୟ ଏକାମେୀ ଦ୍ୱାରା ୩୮ ଗୋଟି ପୁସ୍ତକ ଓଡ଼ିଆ ଭାଷାରୁ ଅନ୍ୟ ଭାରତୀୟ ଭାଷାମାନଙ୍କୁ ଏବଂ ଅନ୍ୟ ଭାରତୀୟ ଭାଷାରୁ ଓଡ଼ିଆ ଭାଷାକୁ ଅନୁବାଦ କରାଯାଇଅଛି । ଓଡ଼ିଆ ଭାଷା ପ୍ରତିଷ୍ଠାନ ଦ୍ୱାରା ୨୦୧୦ରୁ ବନ୍ଦ ଥିବା ଶିଶୁଲେଖାର ପୁନଃ ମୁଦ୍ରଣ କରାଯାଇ ଏହାର ୫୦ ହଜାର କପି ରାଜ୍ୟର ସମସ୍ତ ଉଚ୍ଚପ୍ରାଥମିକ ବିଦ୍ୟାଳୟଗୁଡ଼ିକୁ ବିନା ମୂଲ୍ୟରେ ୩୧୪ ଗୋଟି ବ୍ଲକ ଶିକ୍ଷା ଅଧିକାରୀମାନଙ୍କୁ ପ୍ରଦାନ କରାଯାଇଅଛି । ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଗାନ୍ଧୀ ଗ୍ୟାଲେରୀ, କଳିଙ୍ଗ ଆର୍ଟ ଗ୍ୟାଲେରୀ ସହ ଆଉ ୫ଗୋଟି ନୂତନ ଗ୍ୟାଲେରୀ ପ୍ରତିଷ୍ଠା କରାଯାଇଅଛି । ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ଦ୍ୱାରା ୨୧୪ ଗୋଟି ପ୍ରାଚୀନ କୀର୍ତ୍ତିରାଜିକୁ ସଂରକ୍ଷଣ କରାଯିବା ସହିତ ରାଇବଣିଆ ଐତିହାସିକ ଦୁର୍ଗର ସଂରକ୍ଷଣ କାର୍ଯ୍ୟ ମଧ୍ୟ ଜାରି ରହିଛି ।

ବିଭିନ୍ନ ଅନୁଷ୍ଠାନଗୁଡିକର ପୁରସ୍କାର ରାଶି ପୂର୍ବରୁ ୫୧ଟି ବର୍ଗରେ ୧୫.୧୦ ଲକ୍ଷରୁ ୭୩ଟି ବର୍ଗରେ ୧କୋଟି ୩୭ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଅଛି । ଓଡ଼ିଶା ସାହିତ୍ୟ ଏକାମେୀ ଦ୍ୱାରା ପୁରସ୍କାର ପ୍ରଦାନ ନିମନ୍ତେ ୯ଗୋଟି ବର୍ଗରୁ ୧୧ଗୋଟି ବର୍ଗକୁ ବୃଦ୍ଧି କରାଯାଇଅଛି ଏବଂ ଏଥିସହିତ ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର ରାଶି ୧ ଲକ୍ଷରୁ ୫ଲକ୍ଷକୁ, ସାହିତ୍ୟ ଏକାମେୀ ପୁରସ୍କାର ୫୦ ହଜାରରୁ ୨ ଲକ୍ଷକୁ ଏବଂ ସାରସ୍ୱତ ସାଧକ/ସାଧିକା ସମ୍ବର୍ଦ୍ଧନା ପୁରସ୍କାର ରାଶି ୩୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରାଯାଇଅଛି । ସେହିଭଳି ଓଡ଼ିଶା ଲଳିତକଳା ଏକାମେୀ ଦ୍ୱାରା ପ୍ରଦାନ କରାଯାଉଥିବା ଧର୍ମପଦ ପୁରସ୍କାର ରାଶି ୧ ଲକ୍ଷରୁ ୫ ଲକ୍ଷକୁ, ଓଡ଼ିଶା ଲଳିତକଳା ଏକାମେୀ ପୁରସ୍କାର ୫୦ ହଜାରରୁ ୨ ଲକ୍ଷକୁ ଏବଂ କଳା ସମ୍ବର୍ଦ୍ଧନା ପୁରସ୍କାର ରାଶି ୨୦ ହଜାରରୁ ୧ ଲକ୍ଷକୁ ବୃଦ୍ଧି କରାଯାଇଅଛି । ସେହିପରି ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପକ୍ଷରୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନର ପୁରସ୍କାର ରାଶି ୧ ଲକ୍ଷରୁ ୫ଲକ୍ଷକୁ, ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ପୁରସ୍କାର ୫୦ ହଜାରରୁ ୨ ଲକ୍ଷକୁ ବୃଦ୍ଧି କରାଯାଇଅଛି । ନୂତନ ଭାବେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଘୋଷଣା କ୍ରମେ ସୁନନ୍ଦା ପଟ୍ଟନାୟକ ସମ୍ମାନ ପୁରସ୍କାର ରାଶି ନିମିତ୍ତ ୨ ଲକ୍ଷ ୫୦ ହଜାର ଓ ସରକାରଙ୍କ ଅନୁମୋଦନ କ୍ରମେ ୨୦୨୨-୨୩ ନିମିତ୍ତ କବିଚନ୍ଦ୍ର କାଲୀଚରଣ ପଟ୍ଟନାୟକ ପୁରସ୍କାର ରାଶି ୫୦ ହଜାର ପ୍ରଦାନ କରାଯାଇଅଛି ।
ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ରାଜ୍ୟ ବାହାରେ ଏବଂ ବିଦେଶରେ ରହୁଥିବା ଓଡ଼ିଆମାନଙ୍କର ଏକତା, ଉତ୍କଳୀୟ ପରମ୍ପରା, କଳା, ସଂସ୍କୃତି ଓ ଐତିହ୍ୟକୁ ଋଦ୍ଧିମନ୍ତ କରିବା ନିମନ୍ତେ ବିଭାଗ ଅଧୀନରେ ଏକ ଓଡ଼ିଶା ପରିବାର ନିର୍ଦ୍ଦେଶାଳୟ ଗଠନ କରାଯାଇଅଛି । ଏହାଦ୍ୱାରା ରାଜ୍ୟ ତଥା ଦେଶ ବାହାରେ ବସବାସ କରୁଥିବା ଓଡ଼ିଆମାନଙ୍କ ସହିତ ସାଂସ୍କୃତିକ ଆଦାନ ପ୍ରଦାନ ସହ ଉତ୍କଳୀୟ ସଂସ୍କୃତିକୁ ପ୍ରଚାର ପ୍ରସାର କରାଯାଇପାରିବ ।

ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ  ସତ୍ୟବ୍ରତ ସାହୁ କହିଲେ ଯେ ପାରମ୍ପରିକ ଲୋକକଳାର ପୁନରୁଦ୍ଧାର ଐତିହ୍ୟପୀଠଗୁଡ଼ିକର ସୁରକ୍ଷା ପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି । ବିଭାଗର ବ୍ୟୟ ଅଟକଳ ୨୦୦୦ ମସିହାରେ ୨ କୋଟି ୨୬ ଲକ୍ଷ ଟଙ୍କା ଥିବାବେଳେ ତାହା ଆଜି ୧୬୭ କୋଟି ଟଙ୍କାରେ ପହଞ୍ଚିଥିବାର ସେ ସୂଚନା ଦେଇଥିଲେ । ସାମ୍ବାଦିକ ସମ୍ମିଳନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ  ଦିଲ୍ଲୀପ କୁମାର ରାଉତରାୟଙ୍କ ସହିତ ଅତିରିକ୍ତ ଶାସନ ସଚିବ  ମଧୁସୂଦନ ଦାଶ, ଯୁଗ୍ମ ନିର୍ଦ୍ଦେଶକ  ସୁବୋଧ ଆଚାର୍ଯ୍ୟ, ଉପନିର୍ଦ୍ଦେଶକ  ଦେବାନନ୍ଦ ବରିହା, ସୁଚିସ୍ମିତା ମନ୍ତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.