Breaking News

ଡିଜିଟାଲ ଯୁଗରେ ମଞ୍ଚ ନାଟକର ରହିଛି ଆବଶ୍ୟକତା

ଓଡ଼ିଶା ନାଟ୍ୟସଂଘ ପ୍ରତିଷ୍ଠା ଦିବସ

0

ଫୁଲବାଣୀ: ଫୁଲବାଣୀ ପ୍ରେସ କ୍ଳବ ଠାରେ ଓଡିଶା ନାଟ୍ୟସଂଘ ପ୍ରତିଷ୍ଠା ଦିବସ ବନାନୀ କଳା ସଙ୍ଗମର ସଭାପତି ରବୀନ୍ଦ୍ର ନାଥ ମିଶ୍ରଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଡ ଅନନ୍ତ ଚରଣ ମିଶ୍ର ଆଲୋଚକ ଭାବେ ଯୋଗ ଦେଇ ନାଟକର ପ୍ରକାର ଭେଦ ନାଟକ ରଚନା ,କଳାକାର,ନାଟକର ସମାଜ ଉପରେ ପ୍ରଭାବ,ଶିକ୍ଷଣୀୟ ବିଷୟବସ୍ତୁ ,ଜୀବନଜୀବିକାର ମାଧ୍ୟମ ଇତ୍ୟାଦି ଉପରେ ବ୍ୟାଖ୍ୟା କରିବା ସହ ଆଜିର ଡିଜିଟାଲ ଯୁଗରେ ମଞ୍ଚ ନାଟକର ଆବଶ୍ୟକତା ରହିଛି ବୋଲି କହିଥିଲେ। ।ଅନ୍ୟତମ ଆଲୋଚକ ବିଜୟ ପଟ୍ଟନାୟକ, ଜିଲା କଳାକାର ସଂଘର ଉପସଭାପତି ଅକ୍ଷୟ କର୍ଣ୍ଣ ପ୍ରମୁଖ ଯୋଗଦେଇ କଳାକୁ ବଞ୍ଚାଇ ରଖିବା ସମ୍ପର୍କରେ ମତାମତ ଦେଇଥିଲେ। ଆଗମୀ ଦିନରେ ମଞ୍ଚ ନାଟକ ଆୟୋଜନ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ଜିଲାରେ କଳାର ବିକାଶ ପାଇଁ ଜିଲା ସଂସ୍କୃତି ଅଧିକାରୀଙ୍କ ସମ୍ପୃକ୍ତି ସମ୍ପର୍କରେ ଆଲୋଚନା ହୋଇଥିଲା। ଅନ୍ୟତମ ଅତିଥି ଭାବେ ପ୍ରେସ କ୍ଳବର ସଭାପତି ସୁନୀଲ ପଟନାୟକ ଯୋଗ ଦେଇ ମଞ୍ଚ ନାଟକ ପରିବେଷଣ ଉପରେ ଗୁରୁତ୍ୱ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ନବୀନ କିଶୋର ପଣ୍ଡା, ପଞ୍ଚାନନ କହଁର, ନବ କିଶୋର ରଥ, ବିନୋଦ ସାହୁ ପ୍ରମୁଖ ମଞ୍ଚ ନାଟକ ଉପରେ ବକ୍ତବ୍ୟ ଦେଇଥିଲେ। ମିଳିତ ନାଗରିକ କମିଟିର ଆବାହକ ତଥା ସାମ୍ବାଦିକ ଅଶୋକ ପରିଡା କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେଇ ଅତିଥି ମାନଙ୍କୁ ସ୍ୱାଗତ କରିଥିଲେ। ଜିଲାର ବୁଦ୍ଧିଜୀବୀ ଓ ନାଟ୍ୟ ପ୍ରେମୀଙ୍କ ସହଯୋଗରେ କାର୍ଯ୍ୟକ୍ରମର ସଫଳତା ପାଇଁ ଧନ୍ୟବାଦ ଅର୍ପଣ କରାଯାଇଥିଲା।
ଏହି ଅବସରରେ ବନାନୀ କଳା ସଙ୍ଗମର ସମ୍ପାଦକ ବନାନୀ ଓ ରାଜ୍ୟ ନାଟ୍ୟସଂଘ ସମ୍ପର୍କରେ ସୂଚନା ଦିଆଯାଇଥିଲା। ବନାନୀ ପକ୍ଷରୁ ୩୦ରୁ ଅଧିକ ନାଟକ, ଗୀତିନାଟ୍ୟ ଇତ୍ୟାଦି ପରିବେଷଣ କରି ରାଜ୍ୟ ସ୍ତରରେ ସୁନାମ ଅର୍ଜନ କରିଥିବା ପ୍ରକାଶ କରାଯାଇଥିଲା।

Leave A Reply

Your email address will not be published.