
ବଲାଙ୍ଗୀର ୩୦।୦୩ : ଭୟାବହ ଅଗ୍ନିକାଣ୍ଡ । ଜଳିଗଲା ପୁରା ଦୋକାନ । ବଲାଙ୍ଗୀର ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ଦୁଇ ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି । ଦୋକାନରେ ଥିବା ଅନେକ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି ।
ଖବର ଅନୁଯାୟୀ, ସୋମବାର ଭୋର ସମୟରେ ଦୋକାନରେ ନିଆଁ ଲାଗିଥିବାରେ ଦେଖିବାକୁ ମିଳିଥିଲେ । ଏହାପରେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦିଆଯାଇଥିଲା । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ଦ୍ରୁତଗତିରେ ମାଡ଼ିଚାଲିଥିଲା ନିଆଁର ପ୍ରକୋପ । ଟାୟାର ଦୋକାନ ସହ ଦୁଇଟି ଉଠା ଦୋକାନ ଜଳିଯାଇଛି। ଯେଉଁଥିରେ ଗୋଟିଏ ସାଇକେଲ ମରାମତି, କାଠ ଦୋକାନ, ଟାୟାର ଦୋକାନ ରହିଛି । ଜଳିଯାଇଥିବା ଦୋକାନ ମଧ୍ୟରେ ଗୋଟିଏରେ ଦେଶୀ ମଦ ବିକ୍ରି ହେଉଥିଲେ । ଗତ କିଛି ଦିନ ତଳେ ସେହି ଦୋକାନୀଙ୍କ ସହ ଅନ୍ୟ କାହାର ଝଗଡ଼ା ହୋଇଥିଲା । ତେଣୁ କେହି ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି ।
ଅନ୍ୟପଟେ ଅଗ୍ନିଶମ ବାହିନୀ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ମଧ୍ୟ କରିଥିଲେ । ଏହାସହ ନିଆଁ କିପରି ଲାଗିଲା । ସେନେଇ ମଧ୍ୟ ଛାନ୍ଭିନ୍ ଆରମ୍ଭ କରିଛି । ତେବେ କିଏ ନିଆଁ ଲଗାଇଦେଲା ନା କୌଣସି କାରଣରୁ ନିଆଁ ଲାଗିଛି ? ପୋଲିସ ତଦନ୍ତ ପରେ ହିଁ ପୁରା ସତ ପଦାକୁ ଆସିବ ।
ସୌଜନ୍ୟ Prameya News7




