Oil: ରୁଷ୍ଠାରୁ ତୈଳ କିଣିବାକୁ କୌଣସି ଭାରତୀୟ ନେତା ମନା କରିନାହାନ୍ତି: ଲାଭରୋଭ
ରୁଷଠାରୁ ଭାରତ ତୈଳ କ୍ରୟ କରିବା ବନ୍ଦ କରିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ନେତା ମନା କରିନାହାନ୍ତି ବୋଲି ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ବୁଧବାର କହିଛନ୍ତି।
ମସ୍କୋ: ରୁଷଠାରୁ ଭାରତ ତୈଳ କ୍ରୟ କରିବା ବନ୍ଦ କରିବ ବୋଲି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟତୀତ ଅନ୍ୟ କୌଣସି ଭାରତୀୟ ନେତା ମନା କରିନାହାନ୍ତି ବୋଲି ରୁଷ୍ ବିଦେଶ ମନ୍ତ୍ରୀ ସର୍ଗେଇ ଲାଭରୋଭ୍ ବୁଧବାର କହିଛନ୍ତି। ଆମେରିକା ରୁଷ୍ଠାରୁ ତୈଳ କ୍ରୟ ବନ୍ଦ କରିବାକୁ ଭାରତ ସମେତ ଅନ୍ୟ ଦେଶମାନଙ୍କୁ ବାଧ୍ୟ କରୁଛି ବୋଲି ମସ୍କୋ ଅଭିଯୋଗ କରିବାର ଦୁଇ ଦିନ ପରେ ଲାଭରୋଭଙ୍କ ଏହି ମନ୍ତବ୍ୟ ଆସିଛି। ମସ୍କୋ କହିଥିଲା ଯେ, ରୁଷ୍ର ତୈଳ ନ କିଣିବାକୁ ୱାସିଂଟନ୍ ଶୁଳ୍କ, ପ୍ରତିବନ୍ଧକ ପରି ଯେନତେନ ପଦକ୍ଷେପ ଗ୍ରହଣ କରୁଛି। ରୁଷ୍ ସଂସଦ ଡୁମାରେ କ୍ୟାବିନେଟ୍ ମନ୍ତ୍ରୀଙ୍କ ସହିତ ଆଲୋଚନା କରି ଲାଭରୋଭ କହିଥିଲେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଅନ୍ୟ କୌଣସି ଭାରତୀୟ ନେତା ରୁଷ୍ରୁ ତୈଳ କିଣିବାକୁ ମନା କରିନାହାନ୍ତି। ଳାଭରୋଭ ଏହି ସମୟରେ ଭାରତ-ରୁଷ୍ ମଧ୍ୟରେ ଥିବା ଗଭୀର ଦ୍ବିପାକ୍ଷିକ ସମ୍ପର୍କ ବିଷୟରେ ଉପସ୍ଥାପନ କରିଥିଲେ ଓ ୨୦୨୫ ଡିସେମ୍ବରରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଭାରତ ଗସ୍ତ ସମ୍ପର୍କରେ କହିଥିଲେ। ଲାଭରୋଭ ଆହୁରି ମଧ୍ୟ କହିଥିଲେ, ନୂଆଦିଲ୍ଲୀର ଇଚ୍ଛା ଅନୁସାରେ ରୁଷ୍ ଭାରତ ସହିତ ଏହାର ସମ୍ପର୍କକୁ ଶୀର୍ଷ ପର୍ଯ୍ୟନ୍ତ ନେବାକୁ ପ୍ରସ୍ତୁତ। ସୋମବାର ଭାରତର ବିଦେଶ ସଚିବ ବିକ୍ରମ ମିଶ୍ରି ମଧ୍ୟ କହିଥିଲେ ଯେ, ଭାରତ ବିଭିନ୍ନ ସୂତ୍ରରୁ ତୈଳ କିଣିବ।
ସୌଜନ୍ୟ ସମ୍ବାଦ




