Breakingଖେଳ

IPL 2026: ଲକ୍ଷ୍ନୌ ବିପକ୍ଷରେ ବେଙ୍ଗାଲୁରୁର ସହଜ ବିଜୟ, ୫ ୱିକେଟ୍‌ରେ ଜିତିଲା ମ୍ୟାଚ୍‌

ବେଙ୍ଗାଲୁରୁ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୬ର ୨୩ତମ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ସହଜ ବିଜୟ ହୋଇଛି। ୧୪୭ ରନ୍‌ର ବିଜୟ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ବେଙ୍ଗାଲୁରୁ ଟିମ୍‌ ୧୫.୧ ଓଭରରେ ୫ ୱିକେଟ୍‌ ହରାଇ ୧୪୯ ରନ୍‌ କରିଛି। ବେଙ୍ଗାଲୁରୁ ପାଇଁ ବିରାଟ କୋହଲି ସର୍ବାଧିକ ବ୍ୟକ୍ତିଗତ ରନ୍‌ କରିଥିଲେ। ସେ ୩୪ଟି ବଲ୍‌ ଖେଳି ୬ଟି ଚୌକା ଏବଂ ଗୋଟିଏ ଛକା ବଳରେ ୪୯ ରନ୍‌ ସଂଗ୍ରହ କରିଥିଲେ। ଅଧିନାୟକ ରଜତ ପଟିଦାର ୧୩ଟି ବଲ୍‌ରୁ ଗୋଟିଏ ଚୌକା ଏବଂ ୩ଟି ଛକା ବଳରେ ୨୭ ରନ୍‌ ସଂଗ୍ରହ କରିଥିଲେ। ଜିତେଶ ଶର୍ମା ୨୩ ରନ୍‌, ଟିଭ ‌ଡେଭିଡ ଏବଂ ରୋମାରିଓ ଅପରାଜିତ ୧୪-୧୪ ରନ୍‌ କରିଥିଲା ବେଳେ ଦେବଦୂତ୍ତ ପଡିକ୍ଲଲ ୧୦ ରନ୍‌ କରିଥିଲେ।

ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆୟୋଜକ ବେଙ୍ଗାଲୁରୁ ଟିମ୍‌ ଟସ୍‌ ଜିଣି ବୋଲିଂ ନିଷ୍ପତ୍ତି ନେଇଥିଲା। ଦଳ ସଫଳର ବୋଲିଂ ରଣନୀତି କରି ଲକ୍ଷ୍ନୌକୁ ନିର୍ଦ୍ଧାରିତ ୨୦ ଓଭରରେ ସମସ୍ତ ୱିକେଟ୍‌ ନେଇଥିଲା। ବେଙ୍ଗାଲୁରୁ ପକ୍ଷରୁ ବୋଲର ରଶିଖ ସାଲାମ ଡର ସର୍ବାଧିକ ୪ଟି ୱିକେଟ୍‌ ନେଇଥିଲେ। ସେ ୪ ଓଭର ବୋଲିଂ କରି ୨୪ ରନ୍‌ ଖର୍ଚ୍ଚ କରିଛନ୍ତି। ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କୁ ୩ଟି, କ୍ରୁଣାଳ ପାଣ୍ଡ୍ୟା ୨ଟି ଏବଂ ଜୋସ ହେଜଲଉଡ୍‌ ଗୋଟିଏ ୱିକେଟ୍‌ ନେଇଥିଲେ।

ଲକ୍ଷ୍ନୌ ପାଇଁ ମିଚେଲ ମାର୍ଶ ଏବଂ ଐଦେନ ମାର୍କରାମ ବ୍ୟାଟିଂ ଆରମ୍ଭ କରିଥିଲେ। ଉଭୟ ଖେଳାଳି ପ୍ରଥମ ୱିକେଟ୍‌ ପାଇଁ ୩୨ ରନ୍‌ର ଭାଗିଦାରୀ କରିପାରିଥିଲେ। ମାର୍କରାମ ପ୍ରଥମେ ବେଙ୍ଗାଲୁରୁର ଶିକାର ହୋଇଥିଲେ। ସେ ଆଉଟ୍‌ ହେବା ପୂର୍ବରୁ ୮ଟି ବଲ୍‌ ସାମ୍ନା କରିଥିଲେ ଏବଂ ଗୋଟିଏ ଛକା ବଳରେ ୧୨ ରନ୍‌ କରିଥିଲେ। ଲକ୍ଷ୍ନୌ ନିଜର ପ୍ରଥମ ୱିକେଟ୍‌ ୩୨ ରନ୍‌ରେ ହରାଇଥିବା ବେଳେ ୩୫ ରନ୍ ବେଳକୁ ନିକୋଲାସ ପୂରନ (୧ରନ୍‌) ଆଉଟ୍‌ ହୋଇଥିଲେ।

ତୃତୀୟ ୱିକେଟ୍‌ରେ ଲକ୍ଷ୍ନୌ ୩୬ ରନ୍‌ ସଂଗ୍ରହ ସହ ଦଳୀୟ ସ୍କୋରକୁ ୭୧ରନ୍‌ରେ ପହଞ୍ଚାଇଥିଲା। ଏହି ସମୟରେ ମିଚେଲ ମାର୍ଶ ଆଉଟ୍‌ ହୋଇଥିଲେ। ସେ ୩୨ଟି ବଲ୍‌ର ସାମ୍ନା କରିଥିଲେ ଏବଂ ୩ଟି ଚୌକା ଓ ୨ଟି ଚକା ବଳରେ ୪୦ ରନ୍‌ ସଂଗ୍ରହ କରିଥିଲେ। ଆୟୁଷ ବଦୋନି ବ୍ୟକ୍ତିଗତ ଭାବେ ୩୮ ରନ୍‌ ସଂଗ୍ରହ କରିଥିଲା ବେଳେ ବିସ୍ଫୋରକ ବ୍ୟାଟର ମୁକୁଳ ଚୌଧୁରୀ ୩୯ ରନ୍‌ ସହ ୩ଟି ଚୌକା ଏବଂ ୨ଟି ଛକା ମାରିଥିଲେ।

 

 

 

ସୌଜନ୍ୟ ସମ୍ବାଦ

Show More
Back to top button