ଓଡିଶା

Sold Baby Girl Rescued ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକନ୍ୟା କଟକରୁ ଉଦ୍ଧାର

ଭଦ୍ରକରେ ବିକ୍ରି ହୋଇଥିବା Baby Girlକୁ ଉଦ୍ଧାର କରିଛି ଭଣ୍ତାରିପୋଖରୀ ଥାନା ପୁଲିସ। ଉକ୍ତ ଶିଶୁକୁ କଟକରୁ ଉଦ୍ଧାର କରାଯାଇଥିବାର ସୂଚନା ରହିଛି। ଋଣ ସୁଝିବାକୁ ଶିଶୁକନ୍ୟାକୁ ବିକିଦେଲୁ ବୋଲି ପିତା ସିପୁ ଦାସ କହିଥିଲେ।

ଭଣ୍ତାରିପୋଖରୀ/ଭଣ୍ଡାରିପୋଖରୀ-୧: ଭଦ୍ରକରେ ବିକ୍ରି ହୋଇଥିବା ଶିଶୁକନ୍ୟାକୁ ଉଦ୍ଧାର କରିଛି ଭଣ୍ତାରିପୋଖରୀ ଥାନା ପୁଲିସ। ଉକ୍ତ ଶିଶୁକୁ କଟକ ମହାନଗରର ରାଜାବଗିଚାରୁ ଉଦ୍ଧାର କରାଯାଇଥିବାର ସୂଚନା ରହିଛି। ଶିଶୁକନ୍ୟାକୁ ବାବା ମା ମାତ୍ର ୨୦ ହଜାର ଟଙ୍କାରେ ବିକ୍ରି କରିଥିବା ଜଣାଯାଇଛି। ଶିଶୁକନ୍ୟା ଅସୁସ୍ଥ ଥିବା ହେତୁ ତାକୁ ଭଦ୍ରକଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ଭଦ୍ରକଜିଲ୍ଲା ଭଣ୍ତାରିପୋଖରୀ ଥାନା ବୟାବନାପୁର ଗ୍ରାମର ଏକ ଦମ୍ପତି ମାସକର ଶିଶୁକନ୍ୟାକୁ ବିକି ଦେଇଥିଲେ। ଏନେଇ ଶିଶୁର ଜେଜେମା’ ସାବିତ୍ରୀ ଦାସ ମଙ୍ଗଳବାର ଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଅଭିଯୋଗ ଅନୁଯାୟୀ, ଗତ ସୋମବାର ସକାଳ ପ୍ରାୟ ସାଢ଼େ ୯ଟା ବେଳେ ସାବିତ୍ରୀଙ୍କ ପୁଅ ସିପୁ ଓ ବୋହୂ ରୀନା ମାସକର ଶିଶୁକନ୍ୟାକୁ ଚିକିତ୍ସା ପାଇଁ ନେଉଥିବା କହି ଘରୁ ବାହାରିଥିଲେ। ରାତି ପ୍ରାୟ ୮ଟା ସମୟରେ ସଂପୃକ୍ତ ଦମ୍ପତି ଘରକୁ ଫେରିଥିଲେ। ମାତ୍ର, ସେମାନଙ୍କ ପାଖରେ ଶିଶୁକନ୍ୟା ନଥିଲା।

 ଋଣ ସୁଝିବାକୁ ବିକିଦେଲୁ: ବାପା

ସାବିତ୍ରୀ ନାତୁଣୀ ସମ୍ପର୍କରେ ପୁଅବୋହୂଙ୍କୁ  ପଚାରିବାରୁ ସେମାନେ ଗାଳିଗୁଲଜ କରିବା ସହ ମାଡ଼ ମାରିବାକୁ ଧମକ ଦେଇଥିଲେ। ପୁଅ, ବୋହୂ ଓ ସମୁଦୁଣୀ ଷଡ୍‌ଯନ୍ତ୍ର କରି ନାତୁଣୀକୁ ବିକି ଦେଇଥିବା କିମ୍ବା ମାରି ଦେଇଥିବା ସନ୍ଦେହ କରି ସାବିତ୍ରୀ ଥାନାରେ ଏତଲା ଦେଇଥିଲେ। ପୁଲିସ ମାମଲା ରୁଜୁ କରି ଶିଶୁକନ୍ୟାକୁ ଉଦ୍ଧାର ପାଇଁ ଉଦ୍ୟମ ଚଳାଇଥିଲା। ଅନ୍ୟପକ୍ଷରେ, ଋଣ ସୁଝିବାକୁ ଶିଶୁକନ୍ୟାକୁ ବିକିଦେଲୁ ବୋଲି ପିତା ସିପୁ ଦାସ କହିଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button