ଜୀବନଚର୍ଯ୍ୟା

କେଉଁ ଜେନେରେସନରେ ସାମିଲ ହେବେ ୨୦୨୫ରେ ଜନ୍ମିତ ପିଲା, କେମିତ ହେବ ସେମାନଙ୍କ ଦୁନିଆ?

୨୦୨୫ରେ ଜନ୍ମ ହୋଇଥିବା ପିଲାଙ୍କୁ କ'ଣ କୁହାଯିବ ଓ ସେମାନେ କେଉଁ ଭଳି ଦୁନିଆରେ ବଡ଼ ହେବେ? ଏଥିରୁ ଭାବନ୍ତୁ ଜନ୍ମିତ ପିଲା ଯେବେ ବଡ଼ ହେବେ ସେମାନଙ୍କ ଦୁନିଆ କିପରି ଥିବ? ଯେପରି ପୂର୍ବ ପିଢୀଙ୍କୁ ଜେନେରେସନ-ଏକ୍ସ, ମିଲେନିୟଲସ୍, ଜେନେରେସନ ଜେଡ୍ ଓ ଜେନେରେସନ ଆଲ୍ଫା ନାମକରଣ କରାଯାଇଥିଲା। ସେହିପରି ଯେଉଁ ପିଲାମାନେ ୨୦୨୫ରେ ଜନ୍ମ ଗ୍ରହଣ କରିଛନ୍ତି ସେମାନଙ୍କୁ ‘ଜେନେରେସନ ବିଟା’ କୁହାଯିବ।

ନୂଆଦିଲ୍ଲୀ ୨୮।୧୨:ପ୍ରତି କିଛି ବର୍ଷରେ ପିଲାଙ୍କ ନୂଆ ପିଢି ସାମ୍ନାକୁ ଆସୁଛନ୍ତି ଓ ଏମାନଙ୍କୁ ଏକ ନୂଆ ନାମ ଦିଆଯାଉଛି, ଯାହାଦ୍ୱାରା ସେମାନଙ୍କ ସମୟ, ବିଚାର ଓ ଜୀବନ ଶୈଳୀକୁ ବୁଝି ହେବ। ଏବେ ପ୍ରଶ୍ନ ଉଠୁଛି ୨୦୨୫ରେ ଜନ୍ମ ହୋଇଥିବା ପିଲାଙ୍କୁ କ’ଣ କୁହାଯିବ ଓ ସେମାନେ କେଉଁ ଭଳି ଦୁନିଆରେ ବଡ଼ ହେବେ? ଏଥିରୁ ଭାବନ୍ତୁ ଜନ୍ମିତ ପିଲା ଯେବେ ବଡ଼ ହେବେ ସେମାନଙ୍କ ଦୁନିଆ କିପରି ଥିବ? ଯେଉଁଭଳି ଆମେ ଏହା ଶୁଣି ଚକିତ ହେଉଛେ କେବେ ମୋବାଇଲ ଓ ଇଣ୍ଟର ନେଟ୍ ନଥିଲା, ସେହିପରି ଆଗାମୀ ପିଢୀ ଆମର ଆଜିର ଦିନକୁ ‘ପୁରୁଣା କାଳ’ ବୋଲି କହିବେ।

୨୦୨୫ରେ ଜନ୍ମିତ ପିଲାଙ୍କୁ କ’ଣ କୁହାଯିବ?
ଯେପରି ପୂର୍ବ ପିଢିଙ୍କୁ ଜେନେରେସନ-ଏକ୍ସ, ମିଲେନିୟଲସ୍, ଜେନେରେସନ ଜେଡ୍ ଓ ଜେନେରେସନ ଆଲ୍ଫା ନାମକରଣ କରାଯାଇଥିଲା। ସେହିପରି ଯେଉଁ ପିଲାମାନେ ୨୦୨୫ରେ ଜନ୍ମ ଗ୍ରହଣ କରିଛନ୍ତି ସେମାନଙ୍କୁ ‘ଜେନେରେସନ ବିଟା’ କୁହାଯିବ। ଏହିକ୍ରମରେ ବିଶ୍ୱ ଏକ ନୂଆ ପିଢିରେ ପାଦ ଦେଇଛି। ଜେନେରେସନ ବିଟାଙ୍କ ସମୟ ୨୦୨୫ରୁ ଆରମ୍ଭ ହୋଇଯାଇଛି, ଯାହା ଆଗାମୀ ୧୫ ବର୍ଷ ପର୍ଯ୍ୟନ୍ତ ଚାଲିବ। ଅର୍ଥାତ ୨୦୨୫ରୁ ୨୦୩୯ ମସିହା ପର୍ଯ୍ୟନ୍ତ ଜନ୍ମ ହେବାକୁ ଥିବା ପିଲାମାନେ ବିଟା ଜେନେରେସନର ହେବେ ଓ ୨୦୪୦ ଆଖପାଖରେ ପରବର୍ତ୍ତି ଜେନେରେସନର ନାମ ସାମ୍ନାକୁ ଆସିବ। ଅନୁମାନ କରାଯାଉଛି ଜେନେରେସନ ବିଟା ବିଶ୍ୱ ଜନସଂଖ୍ୟାର ୧୩ରୁ ୧୬% ହେବେ।

କେମିତି ରଖା ଯାଏ ଜେନେରେସନ ନାମ?
ଏପରି ପିଢିର ନାମ ସରକାର ନୁହନ୍ତି ବରଂ ସମାଜ ଶାସ୍ତ୍ରୀ, ଜନସଂଖ୍ୟା ବିଶେଷଜ୍ଞ ଓ ଟ୍ରେଣ୍ଡ ଆନାଲିଷ୍ଟ ମିଳିତ ପ୍ରଚଳନକୁ ଆଣିଥାନ୍ତି। ଉଦ୍ଦେଶ ଏକ ସମୟରେ ଜନ୍ମିତ ଲୋକଙ୍କ ବିଚାର, ଟେକ୍ନୋଲଜି, ମାହୋଲ ଓ ଚ୍ୟାଲେଞ୍ଜକୁ ବୁଝିବା। ଯେପରି ମିଲେନିୟଲସ୍ ଇଣ୍ଟରନେଟ୍ ସହିତ ବଡ଼ ହେଲେ, ଜେନ-ଜେଡ୍ ସୋସିଆଲ ମିଡିଆ ସହିତ ଓ ଜେନ୍-ଆଲଫା ଟାବଲେଟ୍ ଓ ଏଆଇ ମଧ୍ୟରେ ବଢ଼ ହେଉଛନ୍ତି।

ଏଆଇ ଓ ଭର୍ଚୁଆଲ ରିଏଲିଟିରେ ବଡ଼ ହେବେ ପିଲା
ବିଶେଷଜ୍ଞଙ୍କ ଅନୁସାରେ ଜେନେରେସନ ବିଟା ଏପରି ଏକ ସମୟରେ ଜନ୍ମ ହେଉଛନ୍ତି ଯେତେବେଳେ ଟେକ୍ନୋଲଜି କେବଳ ଜୀବନର ଅଂଶବିଶେଷ ନୁହେଁ ଆଧାରରେ ପରିଣତ ହୋଇଛି। କୁତ୍ରିମ ବୁଦ୍ଧିମତା (ଏଆଇ) ଓ ଭର୍ଚୁଆଲ ରିଏଲଟି (ଭିଆର) ଅଟୋମେସନ, ସ୍ମାର୍ଟ ଡିଭାଇସ ଓ ରବୋଟିକ୍ସ ଭଳି ଟେକ୍ନୋଲଜି ସେମାନଙ୍କ ଦୈନନ୍ଦିନ ଜୀବନ ସହ ସ୍ୱଭାବିକ ଭାବେ ସାମିଲ ହୋଇଯାଇଥିବ, ସେମାନେ ଏହି ଦୁନିଆରେ ବଡ଼ ହେବେ। ଏମିତିରେ ଜେନେରେସନ ବିଟା ନିମନ୍ତେ ଏଆଇ ଆସିଷ୍ଟାଣ୍ଟ, ସ୍ମାର୍ଟ ହୋମ ଓ ଅଟୋମ୍ୟାଟିକ୍ ସିଷ୍ଟମ ସାଧାରଣ କଥା ହୋଇଥିବ।

କିପରି ହେବ ଜେନେରେସନ ବିଟାଙ୍କ ଲାଳନପାଳନ ଓ ପାଠ ପଢା?
ସାମାଜିକ ରୂପେ ଏହି ପିଢି ଜଳବାୟୁ ପରିବର୍ତ୍ତନ, ମାନସିକ ସ୍ୱାସ୍ଥ୍ୟ ଓ ବୈଶ୍ୱିକ ଦାୟିତ୍ୱକୁ ନେଇ ଅଧିକ ସଚେତନ ବୋଲି ମନେ କରାଯାଉଛି। ବିଶେଷଜ୍ଞଙ୍କ ଅନୁସାରେ ଏହି ପିଢି ପିଲାଦିନରୁ ପିରବେଶ ସଂରକ୍ଷଣ, ସମାନତା ଓ ସାମାଜିକ ନ୍ୟାୟ ଭଳି ପ୍ରସଙ୍ଗରେ ଜଡିତ ରହିବେ। କାରଣ ଏହି ବିଷୟ ପ୍ରଥମରୁ ବୈଶ୍ୱିକ ଚର୍ଚ୍ଚାର କେନ୍ଦ୍ର ହୋଇ ରହିଛି।

ଜେନେରେସନ ବିଟା ପାଇଁ କ’ଣ ହେବ ଚ୍ୟାଲେଞ୍ଜ?
ତେବେ ଏହି ନୂଆ ପିଢି ପାଇଁ ଚ୍ୟାଲେଞ୍ଜ ମଧ୍ୟ କମ୍ ନଥିବ। ଅତ୍ୟଧିକ ସ୍କ୍ରିନ ଟାଇମ, ଡିଜଟାଲ ନିର୍ଭରତା ଓ ପ୍ରାଇଭେସୀ ସମ୍ପର୍କିତ ପ୍ରଶ୍ନ ଏହି ପିଢି ସାମ୍ନାରେ ସବୁଠୁ ବଡ଼ ଚ୍ୟାଲେଞ୍ଜ ଭାବେ ଉଭା ହେବ। ଏଣୁ ଏପରି ପିଲାଙ୍କ ମାତା-ପିତା ଓ ସମାଜର ଭୂମିକା ଆହୁରି ଗୁରୁତ୍ୱପୂର୍ଣ୍ଣ। ସେମାନଙ୍କୁ ଟେକ୍ନୋଲଜି ଓ ମାନବୀୟ ମୂଲ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବାକୁ ପଡିବ। ମୋଟ ଉପରେ ୨୦୨୫ରେ ଜନ୍ମିତ ପିଲାମାନେ ଅର୍ଥାତ ଜେନେରେସନ ବିଟା ଏକ ଏପରି ଦୁନିଆରେ ପାଦ ଥାପିବାକୁ ଯାଉଛି ଯାହାର ଦ୍ରୁତ ପରିବର୍ତ୍ତନ ହେଉଛି। ଏହି ପିଢି ନା କେବଳ ଭବିଷ୍ୟତର ସାକ୍ଷୀ ହେବ ବରଂ ଭବିଷ୍ୟତକୁ ଆକାର ଦେବାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button