ନୂଆଦିଲ୍ଲୀ: ନିଜକୁ ତଥା ନିଜର ସୃଜନଶୀଳତାକୁ ଅନ୍ୟମାନଙ୍କ ପାଖରେ ପ୍ରଦର୍ଶନ କରିବା ପାଇଁ ସାମାଜିକ ଗଣମାଧ୍ୟମରେ ଫଟୋ ଛାଡ଼ିବା ଏକ ସାଧାରଣ କଥା ପାଲଟିଛି । ମାତ୍ର ଏକ ସଦ୍ୟ ରିପୋର୍ଟ ଅନୁଯାୟୀ, ସେଭଳି ଉତ୍ସାହୀ ଚିତ୍ର ପ୍ରେରଣକାରୀ ଏଣିକି ସେଥିପ୍ରତି ସତର୍କ ରହିବା ଜରୁରୀ। କାରଣ ବିପଦହୀନ ମନେ ହେଉଥିବା ସେହି ଫଟୋଗୁଡ଼ିକ ମଧ୍ୟ ସାଂଘାତିକ ସୁରକ୍ଷା ବିପଦ ଆଣିବାର ଆଶଙ୍କା ରହିଛି। ବିଶେଷ କରି ଟିପଚିହ୍ନ ପ୍ରକାଶ କରୁଥିବା କୌଣସି ଫଟୋକୁ ହରଣଚାଳ କରି ସାଇବର ଅପରାଧୀମାନେ ଆଧାର ଆଧାରିତ ଦେୟ ବ୍ୟବସ୍ଥା ଏବଂ ସମଗ୍ର ବ୍ୟାଙ୍କିଂ ସେବାରେ ଅନ୍ୟର ଅର୍ଥକୁ ହଡ଼ପ କରିନେବାର ସମସ୍ତ ସମ୍ଭାବନା ରହିଛି।


/filters:format(webp)/sambad/media/media_files/2025/11/13/s-2025-11-13-17-46-55.jpeg)