Breaking News

‘କ୍ଷମତା ହସ୍ତାନ୍ତର ନୁହେଁ, ୫-ଟି ସଚିବ ଭି.କେ.ପାଣ୍ଡିଆନଙ୍କୁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି’

୫ଟି ସଚିବଙ୍କୁ ବିଜେପିର ବିରୋଧ: ଆକାଶରେ ଉଡ଼ାଇଲେ କଳା ବେଲୁନ୍

ଭୁବନେଶ୍ୱର: ୫-ଟି ସଚିବଭି କେ ପାଣ୍ଡିଆନଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ତାଙ୍କ ସପକ୍ଷରେ ବରିଷ୍ଠ ବିଜେଡି ନେତା ବାହାରିଛନ୍ତି। ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି, ‘କ୍ଷମତା ହସ୍ତାନ୍ତର ନୁହେଁ, ୫-ଟି ସଚିବଙ୍କୁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି।’

୫-ଟି ସଚିବଭି କେ ପାଣ୍ଡିଆନଙ୍କୁ ବିରୋଧୀଙ୍କ ଘନ ଘନ ଆକ୍ରମଣ ପରେ ତାଙ୍କ ସପକ୍ଷରେ ବରିଷ୍ଠ ବିଜେଡି ନେତା ବାହାରିଛନ୍ତି। ଗତକାଲି ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ ପରେ ଆଜି ଫାଇଭ-ଟି ସଚିବଙ୍କ ସପକ୍ଷରେ  ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ ବାହାରିଛନ୍ତି। ସେ କହିଛନ୍ତି, ‘କ୍ଷମତା ହସ୍ତାନ୍ତର ନୁହେଁ, 5T ସଚିବଙ୍କୁ କର୍ତ୍ତବ୍ୟ କରିବାକୁ ଦାୟିତ୍ୱ ଦିଆଯାଇଛି।’

‘ମୁଖ୍ୟମନ୍ତ୍ରୀ ଆମ ସରକାରର ମୁଖ୍ୟ। ବିଭିନ୍ନ ବ୍ୟକ୍ତିଙ୍କୁ ଡ୍ୟୁଟି ଦେବା ହେଉଛି ମୁଖ୍ୟମନ୍ତ୍ରୀଙ୍କ କାମ। ଏଭଳି କଥାକୁ ପ୍ରସଙ୍ଗ କରିବା ଠିକ୍‌ ନୁହେଁ। କେନ୍ଦ୍ର ଚିଠି ଦେବା ନୂଆ କଥା କିଛି ନୁହେଁ। ଆଗରୁ ଏକାଧିକ ଥର ଏମିତି ଘଟଣା ଘଟିଛି। ଚିଠି କେବଳ ପ୍ରଶାସନିକ ବ୍ୟବସ୍ଥାର ଏକ ଅଂଶ ବିଶେଷ। କେଉଁଟା ଉଲ୍ଲଂଘନ’ ବୋଲି ପ୍ରସନ୍ନ ଆଚାର୍ଯ୍ୟ ପ୍ରଶ୍ନ କରିଛନ୍ତି।

ଏହା ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି, ‘ବିଜେଡି ଏବେ ବିଷମ ସଙ୍କଟରେ ପଡ଼ି ଯାଇଛି। ସେଥିପାଇଁ ବିଭିନ୍ନ କଥା କହି ଏହାକୁ ଏଡାଇ ଦେବା ପାଇଁ ଚେଷ୍ଟା କରୁଛନ୍ତି ବିଜେଡି ନେତା।’

ଜଗତସିଂହପୁର ଗସ୍ତରେ ଆସିଥିବା ୫ଟି ସଚିବ ଭି କେ ପାଣ୍ଡିଆନଙ୍କୁ ବିଜେପି ପକ୍ଷରୁ ତୀବ୍ର ବିରୋଧ କରାଯାଇଛି। କଳା ବେଲୁନ ଉଡ଼ାଇ କଳା ସାର୍ଟ ପ୍ୟାଣ୍ଟ ପିନ୍ଧି ବିରୋଧ ପ୍ରଦର୍ଶନ କରିଛନ୍ତି ବିଜେପି କର୍ମୀ। ଠିକ୍ ସେହିପରି ମହିଳା କର୍ମୀମାନେ କଳା ଶାଢି ପିନ୍ଧି ପ୍ରତିବାଦ କରୁଥିବା ଦେଖିବାକୁ ମିଳିଛି। ଗୋଟେପଟେ ଆକାଶ ମାର୍ଗରେ ୫ଟି ସଚିବଙ୍କ ହେଲିକପ୍ଟରରେ ଯାଉଥିବା ବେଳେ ଆକାଶ ମାର୍ଗରେ ଶହ ଶହ କଳା ବେଲୁନ ଉଡ଼ିଥିବାର ଦେଖିବାକୁ ମିଳିଛି। ପାରାଦୀପ, କୁଜଙ୍ଗ, ରାହାମାରେ ବିଜେପି ଯୁବ ମୋର୍ଚ୍ଚା ମହିଳା ମୋର୍ଚ୍ଚା ତରଫରୁ  ବିରୋଧ ପ୍ରଦର୍ଶନ କରାଯାଇଛି। କର୍ମୀମାନେ ‘ପାଣ୍ଡିଆନ୍ ଗୋ ବ୍ୟାକ୍’ ସ୍ଲୋଗାନ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଛି।

Comments are closed.