ମହାନଗର

Our culture: ‘ଆମ ସଂସ୍କୃତି ଆମର ଗର୍ବ ଓ ପରିଚୟ’

ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ ସମାରୋହ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ....

ଭୁବନେଶ୍ୱର: ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ୨୭ତମ ପ୍ରତିଷ୍ଠା ଦିବସର ଉଦ୍‌ଘାଟନୀ ସମାରୋହ ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ଆଡ୍‌ଭୋକେଟ୍‌ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ଉଦ୍‌ଘାଟକ ଭାବେ ଯୋଗ ଦେଇ କହିଛନ୍ତି ଓଡ଼ିଶାର ସଂସ୍କୃତି, ସାହିତ୍ୟ ଓ ଭାଷା ହେଉଛି ଆମର ଗର୍ବ ଓ ପରିଚୟ। ଓଡ଼ିଆ ଭାଷା ଓ ସାହିତ୍ୟର ବିକାଶ ନିମନ୍ତେ ଯୁବପିଢ଼ି ସଚେତନ ହେଲେ ଆମର ସଂସ୍କୃତି ଅଧିକ ଋଦ୍ଧିମନ୍ତ ହୋଇପାରିବ। ସେ ଆହୁରି କହିଥିଲେ, ସଂସ୍କୃତି ଏକ ପ୍ରବହମାନ ଧାରା ।

 

ଏହି ଅବସରରେ ରାଜ୍ୟ ସଂଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଗୁରୁ ବିଜୟ କୁମାର ବାରିକ, କରୁଣାକର ନାୟକ, ଜବାହର ମିଶ୍ର, ବିଘ୍ନରାଜ ଧଡ଼ା, ଗୁରୁ ବିରଞ୍ଚି ମହନ୍ତ ଓ ନାଟ୍ୟକାର ଦେବବ୍ରତ ପଟ୍ଟନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ବିଶ୍ୱବିଦ୍ୟାଳୟର ସମ୍ବାଦ ପୁସ୍ତିକା ‘ସଂସ୍କୃତି’ ଓ ‘ଷ୍ଟୁଡେଣ୍ଟସ୍ କ୍ୟାଲେଣ୍ଡର’କୁ ଅତିଥିମାନେ ଲୋକାର୍ପିତ କରିବା ସହ ଦୃଶ୍ୟକଳା ବିଭାଗର ଚିତ୍ର ପ୍ରଦର୍ଶନୀକୁ ଉଦ୍‌ଘାଟନ କରିଥିଲେ। ଜ୍ଞାନରଞ୍ଜନ ପଣ୍ଡା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ସହକାରୀ ପ୍ରଫେସର ଆଶିଷ ମହାପାତ୍ର ଧନ୍ୟବାଦ ଦେଇଥିଲେ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button