ଓଡିଶା

Paddy procurement: ଆଉ ସପ୍ତାହେ ବଢ଼ିଲା ଧାନକିଣା ଅବଧି; ଜଣେ ଚାଷୀଙ୍କ ଟୋକନ୍‌ ଲାପ୍‌ସ ଯିବନାହିଁ: ଯୋଗାଣ ମନ୍ତ୍ରୀ

ରାଜ୍ୟ ସରକାର ଖରିଫ ଧାନକିଣା ଅବଧିକୁ ଆଉ ୭ ଦିନ ବଢ଼ାଇଛନ୍ତି। ଗତକାଲି ମାର୍ଚ୍ଚ ୩୧ ତାରିଖରେ ଧାନକିଣା ଅବଧି ଶେଷ ହୋଇଥିଲା। ମାତ୍ର ଅନେକ ଚାଷୀଙ୍କ ଧାନକିଣା ହୋଇ ନ ଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର।

ଭୁବନେଶ୍ବର: ରାଜ୍ୟ ସରକାର ଖରିଫ ଧାନକିଣା ଅବଧିକୁ ଆଉ ୭ ଦିନ ବଢ଼ାଇଛନ୍ତି। ଗତକାଲି ମାର୍ଚ୍ଚ ୩୧ ତାରିଖରେ ଧାନକିଣା ଅବଧି ଶେଷ ହୋଇଥିଲା। ମାତ୍ର ଅନେକ ଚାଷୀଙ୍କ ଧାନକିଣା ହୋଇ ନ ଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଥିବା ସୂଚନା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ଦୁଇଦିନ ତଳେ ଯୋଗାଣ ମନ୍ତ୍ରୀ ଧାନକିଣା ଅବଧି ବଢ଼ିବା ନେଇ ସଙ୍କେତ ଦେଇଥିଲେ। ଆବଶ୍ୟକ ପଡ଼ିଲେ ଆହୁରି ୨ ଦିନ ବଢ଼ିବ ବୋଲି କହିଥିଲେ।

ମାତ୍ର ଚାଷୀଙ୍କ ସ୍ବାର୍ଥକୁ ନଜରରେ ରଖି ସରକାର ଏହାକୁ ୭ ଦିନ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଶ୍ରୀ ପାତ୍ର କହିଛନ୍ତି ଯେ ଖରିଫ ଋତୁରେ ବର୍ତ୍ତମାନ ସୁଦ୍ଧା ୭୭ ଲକ୍ଷ ମେଟ୍ରିକ୍‌ ଟନ୍‌ ଧାନକିଣା ସରିଲାଣି। ୧୮ ଲକ୍ଷ ୬୪ ହଜାର ଚାଷୀ ନିଜର ଧାନ ବିକିଛନ୍ତି ଏବଂ ୨୨ ହଜାର ୮୮୪ କୋଟି ଟଙ୍କା ଚାଷୀଙ୍କ ଆକାଉଣ୍ଟକୁ ଦିଆଯାଇଛି। ଯେପରି ଜଣେ ଚାଷୀଙ୍କ ଟୋକନ୍‌ ଲାପ୍‌ସ ଯିବନି ସେଥିପାଇଁ ରାଜ୍ୟ ସରକାର ଗୁରୁତ୍ବ ଦେଉଥିବା ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଧାନକିଣାରେ ଯାନ୍ତ୍ରିକ ତ୍ରୁଟି, ମଣ୍ଡି ସମସ୍ୟା ଓ ଟୋକନ୍‌ ପାଇବାରେ ବିଳମ୍ବ କାରଣରୁ ଅନେକ ଚାଷୀ ଧାର୍ଯ୍ୟ ସମୟ ଭିତରେ ନିଜର ଧାନ ବିକ୍ରି କରିପାରି ନ ଥିଲେ। ବିଶେଷ କରି ସୀମାବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଧାନ ବିକ୍ରି କରି ନ ପାରିବା କାରଣରୁ ଅସନ୍ତୋଷ ବଢ଼ିଥିଲା। ମାତ୍ର ଧାନକିଣା ଅବଧି ବଢ଼ିବା ପରେ ଯେଉଁ ଚାଷୀମାନେ ନିଜର ଧାନ ବିକ୍ରି କରି ପାରି ନ ଥିଲେ ସେମାନେ ସୁଯୋଗ ପାଇବେ।

 

 

 

 

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button