Padma Shri award: ଧର୍ମେନ୍ଦ୍ର, ରୋହିତ, ଶିବୁଙ୍କୁ ପଦ୍ମ: ୪ ଓଡ଼ିଆଙ୍କୁ ପଦ୍ମଶ୍ରୀ
୨୦୨୬ ବର୍ଷ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୩୧ଟି ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏଥିରେ ୫ଟି ପଦ୍ମ ବିଭୂଷଣ, ୧୩ ପଦ୍ମ ଭୂଷଣ ଏବଂ ୧୧୩ ପଦ୍ମଶ୍ରୀ ପୁରସ୍କାର ଅନ୍ତର୍ଭୁକ୍ତ। ଏହି ସମ୍ମାନ କଳା, ସେବା, ସାମାଜିକ କାର୍ଯ୍ୟ ଓ ଜନବ୍ୟାପାର ଭଳି....

ନୂଆଦିଲ୍ଲୀ: ୨୦୨୬ ବର୍ଷ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ୧୩୧ଟି ପଦ୍ମ ପୁରସ୍କାର ପ୍ରଦାନକୁ ଅନୁମୋଦନ କରିଛନ୍ତି। ଏଥିରେ ୫ଟି ପଦ୍ମ ବିଭୂଷଣ, ୧୩ ପଦ୍ମ ଭୂଷଣ ଏବଂ ୧୧୩ ପଦ୍ମଶ୍ରୀ ପୁରସ୍କାର ଅନ୍ତର୍ଭୁକ୍ତ। ଏହି ସମ୍ମାନ କଳା, ସେବା, ସାମାଜିକ କାର୍ଯ୍ୟ ଓ ଜନବ୍ୟାପାର ଭଳି ବିଭିନ୍ନ କ୍ଷେତ୍ରରେ ଅସାଧାରଣ ସେବାକୁ ସ୍ୱୀକୃତି ଦେଇଥାଏ। ୨୦୨୬ ତାଲିକାରେ ୧୯ ଜଣ ମହିଳା, ୧୬ ଜଣ ମରଣୋତ୍ତର ପୁରସ୍କାର ବିଜେତା ଏବଂ ବିଦେଶୀ/ଏନ୍ଆରଆଇ/ପିଆଇଓ/ଓସିଆଇ ବର୍ଗର ଛଅ ଜଣ ବ୍ୟକ୍ତି ସାମିଲ ଅଛନ୍ତି। ଏଥର କ୍ରିକେଟର୍ ରୋହିତ ଶର୍ମା, ଜେଏନ୍ୟୁର ପୂର୍ବତନ କୁଳପତି ଜଗଦୀଶ କୁମାରଙ୍କ ସମେତ ୧୧୩ ଜଣଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଛି। ୨୦୨୬ ସାଧାରଣତନ୍ତ୍ର ଦିବସ ଅବସରରେ ଘୋଷିତ ଏହି ପୁରସ୍କାର ରାଷ୍ଟ୍ରପତି ଭବନରେ ଆନୁଷ୍ଠାନିକ ଭାବେ ମାର୍ଚ୍ଚ କିମ୍ବା ଏପ୍ରିଲରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଦାନ କରାଯିବ।
୫ ପଦ୍ମବିଭୂଷଣ, ୧୩ ପଦ୍ମଭୂଷଣ, ୧୧୩ ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର
ପଦ୍ମବିଭୂଷଣ ସମ୍ମାନ ବିଜେତା
ଅଭିନେତା ଧର୍ମେନ୍ଦ୍ର ସିଂହ ଦେଓଲ (ମରଣୋତ୍ତର)
କେଟି ଥୋମାସ୍ (ଜନବ୍ୟାପାର, କେରଳ)
ଏନ ରାଜମ୍ (କଳା, ଉତ୍ତରପ୍ରଦେଶ)
ପି ନାରାୟଣନ୍ (ସାହିତ୍ୟ-ଶିକ୍ଷା, କେରଳ)
ଭିଏସ୍ ଅଚ୍ୟୁତାନନ୍ଦନ୍ (ମରଣୋତ୍ତର- ଜନବ୍ୟାପାର, କେରଳ)
ପଦ୍ମଭୂଷଣ ସମ୍ମାନ ବିଜେତା
ଅଲକା ୟାଗ୍ନିକ (କଳା, ମହାରାଷ୍ଟ୍ର)
ଭଗତ ସିଂହ କୋଶିୟାରୀ (ଜନବ୍ୟାପାର, ଉତ୍ତରାଖଣ୍ଡ)
କାଲ୍ଲିପଟ୍ଟି ରାମାସ୍ୱାମୀ ପଲାନିସ୍ୱାମୀ (ମେଡିସିନ୍, ତାମିଲନାଡୁ)
ମାମୁଟି (କଳା, କେରଳ)
ନୋରୀ ଦତ୍ତାତ୍ରେୟୁଡୁ (ମେଡିସିନ୍, ଆମେରିକା)
ପୀୟୂଷ ପାଣ୍ଡେ (ମରଣୋତ୍ତର) (କଳା, ମହାରାଷ୍ଟ୍ର)
ଏସ୍କେ ଏମ୍ ମୈଲାନନ୍ଦନ (ସାମାଜିକ କାର୍ଯ୍ୟ, ତାମିଲନାଡୁ)
ଏସ୍. ଆର୍ ଗଣେଶ (କଳା, କର୍ଣ୍ଣାଟକ)
ଶିବୁ ସୋରେନ୍ (ମରଣୋତ୍ତର) (ଜନବ୍ୟାପାର, ଝାଡ଼ଖଣ୍ଡ)
ଉଦୟ କୋଟାକ୍ (ବାଣିଜ୍ୟ ଏବଂ ଶିଳ୍ପ, ମହାରାଷ୍ଟ୍ର)
ଭି.କେ ମଲହୋତ୍ରା (ମରଣୋତ୍ତର) (ଜନବ୍ୟାପାର, ଦିଲ୍ଲୀ)
ଭେଲାପଲ୍ଲୀ ନାଟେସନ୍ (ଜନବ୍ୟାପାର, କେରଳ)
ବିଜୟ ଅମୃତରାଜ (କ୍ରୀଡ଼ା, ଆମେରିକା)
୪ ଓଡ଼ିଆଙ୍କୁ ପଦ୍ମଶ୍ରୀ
/filters:format(webp)/sambad/media/media_files/2026/01/26/sfhhfhffh-2026-01-26-02-49-27.jpg)
ସୌଜନ୍ୟ ସମ୍ବାଦ




