ଓଡିଶାମହାନଗର

Padmasri Uschab Das Nomore: ଘୋଡ଼ାନାଚ କଳାକାର ପଦ୍ମଶ୍ରୀ ଉଚ୍ଛବ ଚରଣ ଦାସଙ୍କ ପରଲୋକ

ବିଶିଷ୍ଟ ଘୋଡ଼ାନାଚ କଳାକାର ଡ. ଉଚ୍ଛବ ଚରଣ ଦାସଙ୍କ ପରଲୋକ ହୋଇଯାଇଛି | ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଥିବାବେଳେ କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ |

ଚୌଦ୍ବାର: ବିଶିଷ୍ଟ ଘୋଡ଼ାନାଚ କଳାକାର ଡ. ଉଚ୍ଛବ ଚରଣ ଦାସଙ୍କ ପରଲୋକ ହୋଇଯାଇଛି | ଅସୁସ୍ଥତା କାରଣରୁ ଚୌଦ୍ବାରର ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଥିବାବେଳେ କଳା କ୍ଷେତ୍ରରେ ଅବଦାନ ପାଇଁ ୨୦୨୧ରେ ପଦ୍ମଶ୍ରୀରେ ସମ୍ମାନିତ ହୋଇଥିଲେ | ପାରମ୍ପରିକ ଘୋଡ଼ାନାଚକୁ ଉଜ୍ଜୀବିତ ରଖିବାରେ ତାଙ୍କର ବିଶିଷ୍ଟ ଅବଦାନ ଥିଲା |

ଉଲ୍ଲେଖ ଥାଉ କି ଟାଙ୍ଗି ମଣିଆ ଗାଁରେ ଡ. ଦାସଙ୍କ ଜନ୍ମ। କିନ୍ତୁ ପିଲାଟି ବେଳୁ ସେ କଟକଜିଲ୍ଲା ଚୌଦ୍ବାରରେ ରହି ପାଠ ପଢୁଥିଲେ। ଅଷ୍ଟମ ଶ୍ରେଣୀରେ ପଢ଼ିବା ସମୟରେ ଘୋଡ଼ାନାଚ କରିବାକୁ ସଂକଳ୍ପ ନେଇଥିବା ଏହି କଳାକାର ବର୍ଷସାରା କିଭଳି ଘୋଡ଼ାନାଚ ପ୍ରଦର୍ଶିତ ହୋଇପାରିବ, ଗାଁଠାରୁ ବିଦେଶ, ଯେଭଳି ଘୋଡ଼ାନାଚ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ, ସେ ନେଇ ଅହରହ ଉଦ୍ୟମ ଜାରି ରଖିଥିଲେ ।

ମାଟ୍ରିକ୍‌ ପାସ୍‌ କରିବା ପରେ ୧୯୬୪ ମସିହାରେ ଘୋଡ଼ାନାଚ ଶିଖାଇବା ପାଇଁ ଏକ ଅନୁଷ୍ଠାନ ଆରମ୍ଭ କରିଥିଲେ। ସେ ସମୟରେ ଘରର ଅର୍ଥାଭାବ ଥିଲା। ଘୋର ଆର୍ଥିକ ସଂକଟ ଦେଇ ଗତି କରୁଥିଲା ପରିବାର। ଏଣୁ ପାଠ ପଢ଼ିବା ସହ ପାନ ଦୋକାନ କରିଥିଲେ । କଲେଜ ସାରି ଫେରିବା ପରେ ଦିନ ୨ଟାରେ ପାନ ଦୋକାନ ଖୋଲୁଥିଲେ। ସେଥିରୁ ଯାହା ମିଳୁଥିଲା, କିଛି ଘୋଡ଼ାନାଚ ଶିଖିବାରେ ଖର୍ଚ୍ଚ କରୁଥିଲେ। ପଢ଼ାପରେ ଚାକିରିର ସୁଯୋଗ ଆସିଥିଲେ ବି ଘୋଡ଼ାନାଚ ପାଇଁ ଏହାକୁ ପାଦରେ ଆଡ଼େଇ ଦେଇଥିଲେ। ଘୋଡ଼ାନାଚ ଶିଖାଇବା ସହ ବିଭିନ୍ନ ଜିଲ୍ଲା ତଥା ରାଜ୍ୟ ବାହାରେ, ଯେଉଁଠି ବି ଘୋଡ଼ାନାଚ ପ୍ରଦର୍ଶନ କରିବାର ସୁଯୋଗ ମିଳୁଥିଲା, ସେଠିକୁ ଚାଲିଯାଉଥିଲେ।ସ୍ବାସ୍ଥ୍ୟ ସଚେତନତା ହେଉ କି ଅନ୍ୟାନ୍ୟ ଉପାଦେୟ କଥାବସ୍ତୁ, ସବୁବେଳେ ଘୋଡ଼ାନାଚ ଜରିଆରେ ଜନସଚେତନତା ସୃଷ୍ଟି କରିବାର ସଦିଚ୍ଛା ରଖୁଥିଲେ ।

ତେବେ ଡ. ଦାସଙ୍କ ଦେହାନ୍ତକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଗଭୀର ଦୁଃଖ ପ୍ରକାଶ କରିଛନ୍ତି | ଶୋକବାର୍ତ୍ତାରେ ସେ ଲେଖିଛନ୍ତି ଯେ,’ପଦ୍ମଶ୍ରୀ ପୁରସ୍କାର ପ୍ରାପ୍ତ ବିଶିଷ୍ଟ ଘୋଡ଼ାନାଚ କଳାକାର ଉତ୍ସବ ଚରଣ ଦାସଙ୍କ ପରଲୋକ ଖବର ଶୁଣି ମୁଁ ଅତ୍ୟନ୍ତ ଦୁଃଖିତ। ଓଡ଼ିଶାର ପାରମ୍ପରିକ ଲୋକକଳାକୁ ସମୃଦ୍ଧ କରିବାରେ ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ।

ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ମୋର ଗଭୀର ସମବେଦନା ଜଣାଇବା ସହ ଅମର ଆତ୍ମାର ସଦଗତି ପାଇଁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି’।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button