ଖେଳଦେଶ ବିଦେଶ

Pakistan Cricket in Disarray: ପାକିସ୍ତାନ ପୁଣି ଲଜ୍ଜିତ, ବାଂଲାଦେଶଠୁ ୮ ୱିକେଟ୍‌ରେ ହାରିଲା

ଭାରତୀୟ କ୍ରିକେଟ୍‌ ଦଳଠୁ କିଛି ଶିଖିବାକୁ କଟାକ୍ଷ କରି ସାମାଜିକ ଗଣମାଧ୍ୟମରେ ନାନା ରକମର ମିମ୍‌ ଓ ତାଚ୍ଛଲ୍ୟଭରା ଭିଡିଓ ଛାଡ଼ିଛନ୍ତି। ବାଂଲା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା।

ମିରପୁର: ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ସୁପର-୮କୁ ଯାଇ ପାରି ନଥିବା ପାକିସ୍ତାନ କ୍ରିକେଟ୍‌ ଦଳ ଆଉ ଏକ ଲଜ୍ଜାଜନକ ପ୍ରଦର୍ଶନ କରିଛି। ବୁଧବାରଠାରୁ ଆରମ୍ଭ ହୋଇଥିବା ବାଂଲାଦେଶ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ଏହି ଦଳ ମାତ୍ର ୧୧୪ ରନ୍‌ରେ ଅଲ୍‌ଆଉଟ୍‌ ହେବାର ‌ଶୋଚନୀୟ ବ୍ୟାଟିଂ କରିଛି। କଟା ଘାରେ ଚୂନ ଦେବା ଭଳି ୧୧୫ ରନ୍‌ର ଲକ୍ଷ୍ୟକୁ ବାଂଲାଦେଶ ମାତ୍ର ୨ ୱିକେଟ୍‌ ହରାଇ ୧୫.୨ ଓଭରରେ ହାସଲ କରି ନେଇଛି।

ତା’ ସହିତ ଶୃଙ୍ଖଳାରେ ୧-୦ରେ ଆଗୁଆ ରହିଛି। ପାକିସ୍ତାନ ଦଳର ଏହି ବଡ଼ ପରାଜୟ ପରେ ସେଠାକାର ପ୍ରଶଂସକ ନିଜ ଦଳକୁ ଭର୍ତ୍ସନା କରିଛନ୍ତି। ଭାରତୀୟ କ୍ରିକେଟ୍‌ ଦଳଠୁ କିଛି ଶିଖିବାକୁ କଟାକ୍ଷ କରି ସାମାଜିକ ଗଣମାଧ୍ୟମରେ ନାନା ରକମର ମିମ୍‌ ଓ ତାଚ୍ଛଲ୍ୟଭରା ଭିଡିଓ ଛାଡ଼ିଛନ୍ତି।ଶେରେ ବାଂଲା ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ଟସ୍‌ ଜିତି ପାକିସ୍ତାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଏହା ହିଁ ଘରୋଇ ଦଳ ପାଇଁ ମାଷ୍ଟର ଷ୍ଟ୍ରୋକ୍‌ ସାବ୍ୟସ୍ତ ହୋଇଥିଲା। ନାହିଦ ରାଣା ଓ ମେହିଦି ହାସନ ମିରାଜ ଘାତକ ବୋଲିଂ କରି ପାକିସ୍ତାନ ଦଳର ବଡ଼ ଧରଣର ବିପର୍ଯ୍ୟୟ ଘଟାଇଥିଲେ।

ସମସ୍ତ ୱିକେଟ୍‌ ହରାଇ ଲଜ୍ଜିତ

୭୦ ରନ୍‌ରେ ୬ ୱିକେଟ୍‌ ହରାଇ ସଂଘର୍ଷ କରୁଥିବା ପାକିସ୍ତାନ ୩୦.୪ ଓଭରରେ ସମସ୍ତ ୱିକେଟ୍‌ ହରାଇ ଲଜ୍ଜିତ ହୋଇଥିଲା। ନାହିଦ ପ୍ରଥମ ଥର ପାଇଁ ୫ ୱିକେଟ୍‌ ସଫଳତା ପାଇଥିଲେ। ଜବାବରେ ବାଂଲାଦେଶ ତଞ୍ଜିଦ ହାସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ୧୦୯ ବଲ୍‌ ପୂର୍ବରୁ ବିଜୟୀ ହୋଇଥିଲା। ନାହିଦ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଥିଲା।

ସଂକ୍ଷିପ୍ତ ସ୍କୋର୍‌: ପାକିସ୍ତାନ ୩୦.୪ ଓଭରରେ-୧୧୪ (ଫହିମ ଅସ୍ରଫ ୩୭, ସାହିବଜାଦା ଫରହାନ ୨୭, ନାହିଦ ରାଣା ୫/୨୪, ମେହିଦି ହାସନ ମିରାଜ ୩/୨୯, ମୁସ୍ତାଫିଜୁର ରହମାନ ୧/୨୯)। ବାଂଲାଦେଶ ୧୫.୧ ଓଭରରେ-୧୧୫/୨ (ତଞ୍ଜିଦ ହାସନ ୬୭*, ନଜମୁଲ ହୁସେନ ସାଣ୍ଟୋ ୨୭, ସାହିନ ସାହ ଆଫ୍ରିଦି ୧/୩୫, ମହମ୍ମଦ ୱାସିମ ୧/୨୪)।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button