ଦେଶ ବିଦେଶ

Pakistan Economic Crisis: କେବେ କାଙ୍ଗାଳ, କେବେ ଭିକାରୀ… ଦୋହଲିଗଲା ଆତଙ୍କୀସ୍ତାନର ଆର୍ଥିକ ସ୍ଥିତି, ଗରିବ ହେଇଗଲା ପାକିସ୍ତାନ…

ବାରମ୍ବାର ବଦନାମ ହେଉଛି ପାକିସ୍ତାନ । ସବୁବେଳେ ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ପୁଣି ଥରେ ଏବେ ନିଜ କାଙ୍ଗାଳପଣକୁ ନେଇ ଚର୍ଚ୍ଚାରେ ରହିଛି । ପୂର୍ବରୁ ଖାଦ୍ୟ, ପରିବା ସଙ୍କଟ ପାଇଁ ବି ଅନେକ ଥର ସାମ୍ନାକୁ ଆସିଛି ପାକିସ୍ତାନର ଭିକାରୀ ରୂପ ।

ଇସଲାମାବାଦ: ବାରମ୍ବାର ବଦନାମ ହେଉଛି ପାକିସ୍ତାନ । ସବୁବେଳେ ଆତଙ୍କୀ କାର୍ଯ୍ୟକଳାପକୁ ନେଇ ଚର୍ଚ୍ଚାରେ ରହୁଥିବା ପାକିସ୍ତାନ ପୁଣି ଥରେ ଏବେ ନିଜ କାଙ୍ଗାଳପଣକୁ ନେଇ ଚର୍ଚ୍ଚାରେ ରହିଛି । କୁହାଯାଉଛି ବିଦେଶକୁ ଭିକାରୀ ପଠେଇ ପଠେଇ ନିଜେ ଭିକାରୀ ହେଇଗଲା ଦେଶ । କାରଣ ପାକିସ୍ତାନର ଆର୍ଥିକ ସ୍ଥିତି ଏତେ ସଙ୍କଟରେ ପଡିଛି ଯେ ସିଏ ପିଆଇଏକୁ ବିକିବାକୁ ବାଧ୍ଯ ହୋଇଛି ।

କାଙ୍ଗାଳ ପାକିସ୍ତାନର ହାଲ୍ ବେହାଲ୍ ହୋଇଛି । ବିକ୍ରି ହେଲା ପାକିସ୍ତାନର ଏୟାରଲାଇନ୍ସ । ଗରିବ ପାକିସ୍ତାନର ଅବସ୍ଥା ଅତ୍ୟନ୍ତ ଭୟଙ୍କର ହେଲାଣି ଯେ, IMF ଏବଂ ସମସ୍ତ ବନ୍ଧୁ ରାଷ୍ଟ୍ରଙ୍କ ଆର୍ଥିକ ସହାୟତା ମଧ୍ୟ ପାକିସ୍ତାନକୁ ସଙ୍କଟରୁ ଉଦ୍ଧାର କରିବାରେ ବିଫଳ ହେଉଛି । ପରିସ୍ଥିତି ଏତେ ଖରାପ ହୋଇଛି ଯେ ଶାହବାଜ ସରିଫ ସରକାର ପାକିସ୍ତାନର ସରକାରୀ ବିମାନ କମ୍ପାନୀ PIAକୁ ୧୩୫ ବିଲିୟନ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହୋଇଛି। ପାକିସ୍ତାନ ମଙ୍ଗଳବାର ଦିନ ଏହାର ‘ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ’କୁ ବିକ୍ରି କରିଛି ।

ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସ (PIA)ର ଘରୋଇକରଣ ହୋଇଛି । ତେବେ ଏହି ପାକିସ୍ତାନ ଇଣ୍ଟରନ୍ୟାସନାଲ ଏୟାରଲାଇନ୍ସର ଘରୋଇକରଣ କରିବା ପାଇଁ ତିନୋଟି କମ୍ପାନି ନିଜର ବିଡ୍ ଦାଖଲ କରିଥିଲେ । ହେଲେ ଶେଷରେ ଆରିଫ୍ ହବିବ୍ କମ୍ପାନି ଏହି ନିଲାମୀ ପ୍ରକ୍ରିୟାରେ ବିଜୟୀ ହୋଇଛି । ଜାଣିରଖିବା ଉଚିତ ଯେ, ବିଡ୍ ଖୋଲିବା ପରେ ପାକିସ୍ତାନ ସରକାର କହିଥିଲେ କ୍ଷତିରେ ଚାଲୁଥିବା ପାକିସ୍ତାନ ଇଣ୍ଟରନ୍ୟାସନାଲ୍ ଏୟାରଲାଇନ୍ସର ରେଫରେନ୍ସ ମୂଲ୍ୟ ୧୦୦ ବିଲିୟନ ଟଙ୍କା ରଖାଯାଇଛି। ଏହାପରେ ଆରିଫ୍ ହବିବ୍ ଏବଂ ଲକି ସିମେଣ୍ଟ୍ ଉଭୟ ଏୟାରଲାଇନ୍ସ ଏହି ନିଲାମ ପ୍ରକ୍ରିୟାରେ ଜିତିବା ପାଇଁ ତୀବ୍ର ପ୍ରତିଯୋଗିତା କରିଥିଲେ । ଆଉ ଶେଷରେ ଆରିଫ୍ ହବିବ୍ ଗ୍ରୁପ୍ ୧୩୫ ବିଲିୟନ ଟଙ୍କାରେ ଏହି ନିଲାମୀ ପ୍ରକ୍ରିୟାରେ ବିଜୟୀ ହୋଇଥିଲା ।

ସୂଚନାଯୋଗ୍ୟ ଯେ, ପାକିସ୍ତାନ ଏୟାରଲାଇନ୍ସର ବିକ୍ରୟ ସମୟରେ ସ୍ୱଚ୍ଛତା ସୁନିଶ୍ଚିତ କରିବା ପାଇଁ, ସରକାର ସ୍ଥାନୀୟ ଟେଲିଭିଜନରେ ସମ୍ପୂର୍ଣ୍ଣ ନିଲାମ ପ୍ରକ୍ରିୟାର ସିଧା ପ୍ରସାରଣ କରିଥିଲେ। ଏହି ନିଲାମ ବିମାନ କମ୍ପାନିକୁ ବିକ୍ରୟ କରିବାର ଦ୍ୱିତୀୟ ପ୍ରୟାସ ଥିଲା । ସରକାର ଗତବର୍ଷ ମଧ୍ୟ ଏହି ପ୍ରୟାସ କରିଥିଲେ, କିନ୍ତୁ ଟଙ୍କା ଅଭାବରୁ ଏହାକୁ ସ୍ଥଗିତ ରଖାଯାଇଥିଲା। ପ୍ରଧାନମନ୍ତ୍ରୀ ଶାହବାଜ ସରିଫ, ଫେଡେରାଲ କ୍ୟାବିନେଟର ଏକ ବୈଠକରେ, PIAର ଘରୋଇକରଣରେ ସରକାରୀ ଅଧିକାରୀ ଏବଂ ଘରୋଇକରଣ କମିଶନଙ୍କ ଭୂମିକା ପାଇଁ ଧନ୍ୟବାଦ ଜଣାଇଥିଲେ।

ବଦନାମ କଲେ ଭିକାରୀ

ସେପଟେ ନିଜ ଦେଶର ଭିକାରୀଙ୍କୁ ନେଇ ଏବେ ଟେନସନରେ ପଡିଛି ପାକିସ୍ତାନ । ନିଜ ଦେଶର ଭିକାରୀଙ୍କ ପାଇଁ ବିଶ୍ବରେ ନିନ୍ଦିତ ପାକିସ୍ତାନ । ଭିକ ମାଗୁଥିବା ଲୋକଙ୍କ ପାଇଁ ବିଦେଶରେ ବଦନାମ୍ ହେଉଛି ପାକିସ୍ତାନ। ବିଦେଶ ଯାଇ ଭିକ ମାଗୁଛନ୍ତି ପାକିସ୍ତାନୀ। ଭାରତ ବିଭିନ୍ନ ଦେଶ ସହ କୋଟି କୋଟି ଟଙ୍କାର ଡିଲ୍ କରୁଥିବା ବେଳେ ଭିକ ମାଗୁଛି ଶତ୍ରୁ ଦେଶ।

ଅତୀତରେ ପାକିସ୍ତାନର ଆର୍ଥିକ ସ୍ଥିତିକୁ ନେଇ ଅନେକ ଖବର ଆସିଛି। ଏବେ ପାକିସ୍ତାନୀ ଭିକାରୀ ଚର୍ଚ୍ଚାରେ ଅଛନ୍ତି । ପାକିସ୍ତାନର ନାଗରିକ  ଭିକ୍ଷାବୃତ୍ତି କରିବାକୁ ହିଁ ଧନୀ ମୁସଲିମ୍‌ ଦେଶକୁ ଯାଉଛନ୍ତି। ବୁଲିବାକୁ ଯାଇ ପାକିସ୍ତାନୀମାନେ ବିଭିନ୍ନ ମକ୍କା ଓ ମଦିନା ବାହାରେ ବସି ଭିକ ମାଗୁଛନ୍ତି। ଏବେ ୩ଟି ଦେଶରୁ ପ୍ରାୟ ୩୨,୫୦୦ ପାକିସ୍ତାନୀ ଭିକାରି ବିଦା ହେବା ପରେ ଏହି ପ୍ରସଙ୍ଗକୁ ନେଇ ଏବେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି। ପୂର୍ବରୁ ଖାଦ୍ୟ, ପରିବା ସଙ୍କଟ ପାଇଁ ବି ଅନେକ ଥର ସାମ୍ନାକୁ ଆସିଛି ପାକିସ୍ତାନର ଭିକାରୀ ରୂପ ।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button