ମନୋରଞ୍ଜନ

Paramvir Cheema Struggle: ଚର୍ଚ୍ଚାରେ ‘ବର୍ଡର-୨’ ଅଭିନେତା ପରମବୀର ଚିମା, ବାପାଙ୍କ ପାଇଁ ସବୁ ସମ୍ଭବ ହୋଇଥିବା କହିଲେ ଅଭିନେତା

ଚର୍ଚ୍ଚାରେ ବର୍ଡର-୨ ଅଭିନେତା ପରମବୀର ଚିମା। ସେ ଫିଲ୍ମରେ ସୁବେଦାର ନିଶାନ ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି । ସଫଳ ହେବା ପାଇଁ ତାଙ୍କୁ କରିବାକୁ ପଡ଼ିଥିବା ସଂଘର୍ଷ ବିଷୟରେ ସେ ଜଣାଇଛନ୍ତି।

ମୁମ୍ବାଇ: “ବର୍ଡର-୨” ଚଳଚିତ୍ରକୁ ନେଇ ସୋସିଆଲ ମିଡିଆରେ ସମସ୍ତଙ୍କ ଭିତରେ ବହୁତ ଉତ୍ସାହ ରହିଛି। ଏହାଛଡା ପ୍ରଶଂସକମାନେ “ବର୍ଡର ୨” ର ଗୀତ “ଘର କବ୍ ଆଓଗେ”କୁ ବହୁତ ଭଲପାଇବା ମଧ୍ୟ ଦେଉଛନ୍ତି। ଏହି ଫିଲ୍ମରେ ସେନାର ବିଭିନ୍ନ ସାହାସୀ ଅଧିକାରୀଙ୍କ ଭୂମିକାରେ ଅନେକ ପ୍ରମୁଖ ତାରକା ଅଭିନୟ କରିଛନ୍ତି। ପ୍ରଶଂସକମାନେ ସନ୍ନି ଦେଓଲଙ୍କ ସହ ବରୁଣ ଧୱନ, ଦିଲଜିତ ଦୋସାଞ୍ଜ ଏବଂ ଆହାନ ସେଟ୍ଟୀଙ୍କ ଭଳି ଅଭିନେତାଙ୍କ ଅଭିନୟ ଦେଖିବାକୁ ଚାତକ ପରି ଅନେଇ ରହିଛନ୍ତି। ଟିଜର ଏବଂ ଗୀତରେ ନଜର ଆସିଥିବା ଆଉ ଜଣେ ଅଭିନେତାଙ୍କୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି। ସେ ହେଲେ ପରମବୀର ଚିମା। ସେ ଫିଲ୍ମରେ ସୁବେଦାର ନିଶାନ ସିଂହଙ୍କ ଭୂମିକାରେ ଅଭିନୟ କରିଛନ୍ତି ।

ପରମବୀର ଚିମା କିଏ?

ପରମବୀର ଚିମା ସଦ୍ୟ ମୁକ୍ତିଲାଭ କରିଥିବା କ୍ରିତି ସାନନ୍ ଏବଂ ଧନୁଷଙ୍କ ଅଭିନୀତ ଫିଲ୍ମ “ତେରେ ଇସ୍କ ମେଁ” ରେ ନଜର ଆସିଥିଲେ। ବର୍ତ୍ତମାନ “ବର୍ଡର ୨” ତାଙ୍କ କ୍ୟାରିଅରର ସବୁଠାରୁ ବଡ଼ ଫିଲ୍ମ ହେବାକୁ ଯାଉଛି। ଏହି ପ୍ରୋଜେକ୍ଟ ଭାରତୀୟ ଦର୍ଶକଙ୍କ ମଧ୍ୟରେ ତାଙ୍କର ଲୋକପ୍ରିୟତାକୁ ଆହୁରି ବୃଦ୍ଧି କରିବା ନେଇ ଅନୁମାନ କରାଯାଉଛି । ପରମବୀର ପଞ୍ଜାବର ଜଳନ୍ଧରର ବାସିନ୍ଦା ଅଟନ୍ତି । ସେ ପଞ୍ଜାବୀ କ୍ରାଇମ୍ ଥ୍ରୀଲର୍ ଧାରାବାହିକ “ଟବ୍ବର”ରୁ ପ୍ରସିଦ୍ଧି ହାସଲ କରିଥିଲେ। ଏଥିରେ ସେ ଇନ୍ସପେକ୍ଟର ଲଖବିନ୍ଦର ଭୂମିକାରେ ନଜର ଆସି ଚମତ୍କାର ଅଭିନୟ କରିଥିଲେ। ଏହି ପ୍ରୋଜେକ୍ଟ ତାଙ୍କୁ ଦର୍ଶକଙ୍କ ମଧ୍ୟରେ ପରିଚିତି କରାଇଥିଲା।

ଆକର୍ଷଣୀୟ ରହିଛି ପରମବୀରଙ୍କ କାହାଣୀ

“ବର୍ଡର ୨”ରେ ପରମବୀରଙ୍କ କାହାଣୀ ଖୁବ୍ ଆକର୍ଷଣୀୟ ରହିଛି। ଏକ ସାକ୍ଷାତକାରରେ ଅଭିନେତା କହିଛନ୍ତି ଯେ, “ବର୍ଡର ୨”ର ନିର୍ଦ୍ଦେଶକ ଅନୁରାଗ ସିଂହ ତାଙ୍କର ସୋ’ “ଟବ୍ବର” ଦେଖିଥିଲେ। ସେଥିରେ ସେ ହରିୟାଣା ରେଜିମେଣ୍ଟର ଜଣେ ସୈନିକ ଭୂମିକାରେ ଅଭିନୟ କରିଥିଲେ। ଏଥିରେ ମୋ ଅଭିନୟ ଦେଖିବା ପରେ ମୋତେ “ବର୍ଡର ୨”ରେ ସୁଯୋଗ ମିଳିଥିଲା।

ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତା ଜିତିଥିଲେ ପରମବୀର

ପରମବୀର ସୋନି ଟିଭିର ସୋ’ ଚମକ ସିଜିନ୍ ୧ ଏବଂ ୨ରେ ମଧ୍ୟ କାମ କରିଥିଲେ। କାଲା ଭୂମିକାରେ ସେ ଦର୍ଶକଙ୍କ ହୃଦୟ ଜିତିଥିଲେ। ସେ ତାଙ୍କ କଲେଜ ସମୟରେ ଦିଲ୍ଲୀରେ ମିଷ୍ଟର ଇଣ୍ଡିଆ ପ୍ରତିଯୋଗିତା ମଧ୍ୟ ଜିତିଥିଲେ ବୋଲି ଜଣାପଡ଼ିଛି।

ବାପା ଦେଇଥିଲେ ପ୍ରେରଣା

ଏକ ସାକ୍ଷାତକାରରେ ଅଭିନେତା ପ୍ରକାଶ କରିଥିଲେ ଯେ, ମିଷ୍ଟର ଇଣ୍ଡିଆ ଜିତିବା ପରେ ମଧ୍ୟ ତାଙ୍କୁ କାମ ନ ମିଳିବାରୁ ସେ ନିରାଶ ହୋଇଯାଇଥିଲେ। ତାପରେ କୋଭିଡ-୧୯ ମହାମାରୀ ଆସିଥିଲା, ଫଳରେ ସେ କାମ ପାଇଲେ ନାହିଁ। ମୁମ୍ବାଇରୁ ଘରକୁ ଫେରି ସେ ତାଙ୍କ ପରିବାରର ଆର୍ଥିକ ଅସୁବିଧା ଦେଖିଥିଲେ। ତାଙ୍କ ପରିବାରର ଆର୍ଥିକ ପରିସ୍ଥିତି ଦେଖି ସେ ଅଭିନୟ ଛାଡ଼ିବାକୁ ଚିନ୍ତା କରିଥିଲେ। କିନ୍ତୁ ତାଙ୍କ ବାପା ତାଙ୍କୁ  ଅଭିନୟ କ୍ୟାରିୟର ନଛାଡିବାକୁ ପରାମର୍ଶ ଦେଇଥିଲେ ଏବଂ ପରେ ତାଙ୍କ ଭାଗ୍ୟ ବଦଳିଯାଇଥିଲା ।

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button