Breaking News

ପରିଣୀତିଙ୍କ ନାଁ ଶୁଣି ଲାଜେଇ ଗଲେ ଆପ୍‌ ସାଂସଦ, କହିଲେ ‘ଦୟା‌କରି ମୋତେ ରାଜନୀତି ସଂପର୍କରେ ପ୍ରଶ୍ନ ପଚାରନ୍ତୁ, ପରିଣୀତିଙ୍କ ସଂପର୍କରେ ପଚାରନ୍ତୁନି’

0

ମୁମ୍ବଇ: ରାଜନେତା ଏବଂ ଚଳଚ୍ଚିତ୍ର ତାରକାଙ୍କ ଡେଟିଂ ଖବର କିଛି ନୂଆ କଥା ନୁହେଁ। କିନ୍ତୁ ପ୍ରତ୍ୟେକ ଥର ଏପରି କିଛି ମିଳନ ଘଟିଲେ ଏହା କେବଳ ରାଜନୀତି ଏବଂ ଚଳଚ୍ଚିତ୍ର ଜଗତରେ ଆଲୋଚନାର ବିଷୟ ହୋଇ ନଥାଏ, ବରଂ ଜନସାଧାରଣ ମଧ୍ୟ ଏ ବିଷୟରେ ଜାଣିବାକୁ ବେଶ୍‌ ଆଗ୍ରହ ପ୍ରକାଶ କରନ୍ତି। ଯେତେବେଳେ ରାଜନୀତି ଜଗତର ହ୍ୟାଣ୍ଡସମ୍‌ ଏବଂ ଯୋଗ୍ୟ ଅବିବାହିତ ପୁଅ ଏବଂ ବଲିଉଡ ସୁନ୍ଦରୀଙ୍କ କଥା ଉଠେ, ସେତେବେଳେ ସମସ୍ତେ ତାଙ୍କ ବିଷୟରେ ଜାଣିବାକୁ ଚାହାଁନ୍ତି। ଏହିପରି ଏକ ଯୋଡ଼ିଙ୍କ ଡେଟିଂ ଖବରକୁ ନେଇ ଏବେ ରାଜନୀତି ଓ ବଲିଉଡ଼ ଜଗତରେ ଚର୍ଚ୍ଚା ଜୋର ଧରିଛି। ଏହି ଯୋଡ଼ି ହେଉଛନ୍ତି ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ରାଘବ ଚଢା ଓ ବଲିଉଡ଼ ଅଭିନେତ୍ରୀ ପରିଣୀତି ଚୋପ୍ରା।

ନିକଟରେ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ଦୁହେଁ ଏକାଠି ରାତ୍ରୀ ଭୋଜନ କରିବାକୁ ଯାଉଥିବାର ନଜର ଆସିଥିଲେ। ଏହାପରଠାରୁ ଉଭୟଙ୍କ ଡେଟିଂ ଓ ବିବାହ ଖବରକୁ ନେଇ ଚର୍ଚ୍ଚା ହେଉଛି। ଇତି ମଧ୍ୟରେ ଯେତେବେଳେ ସଂସଦରୁ ବାହାରୁଥିବା ରାଘବ ଚଢାଙ୍କୁ ଏ ବିଷୟରେ ପଚରାଯାଇଥିଲା, ସେତେବେଳେ ତାଙ୍କ ମୁହଁର ପ୍ରତିକ୍ରିୟା ବାସ୍ତବରେ ଦେଖିବା ଭଳି ଥିଲା।

ଯେତେବେଳେ ରାଘବଙ୍କୁ ପରିଣୀତିଙ୍କ ବିଷୟରେ ପଚରାଗଲା, ସେତେବେଳେ ତାଙ୍କ ହସ ହସ ମୁହଁ ଓ ଲାଜକୁଳ ଆଖି ଦେଖିବାକୁ ମିଳିଥିଲା। ହସି ହସି ରାଘବ ଚଢା କହିଥିଲେ, ମୋତେ ପରିଣୀତି ନୁହେଁ ରାଜନୀତି ଉପରେ ପ୍ରଶ୍ନ ପଚାରନ୍ତୁ। ଏହାପରେ ସାମ୍ବାଦିକ ତାଙ୍କୁ ପଚାରିଥିଲେ ଯେ, କ’ଣ ଆପଣ ଦୁହେଁ ବିବାହ କରିବାକୁ ଯାଉଛନ୍ତି ? ଏଥିରେ ରାଘବ ପୁଣି ସମାନ ଉତ୍ତର ଦୋହରାଇଥିଲେ। ପୁଣିଥରେ ଯେତେବେଳେ ସାମ୍ବାଦିକ ପରିଣୀତି ଏବଂ ତାଙ୍କ ବିବାହ ବିଷୟରେ ପଚାରିଲେ, ସେ କହିଥିଲେ ଯଦି ବିବାହ କରିବୁ ତେବେ ଆପଣଙ୍କୁ ନିଶ୍ଚିତ କହିବୁ।

ଅଭିନେତ୍ରୀ ପରିଣୀତି ଚୋପ୍ରା ଓ ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌) ସାଂସଦ ରାଘବ ଚଢ଼ାଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ନେଇ କଥା ଉଠିଛି। ସୋସିଆଲ୍‌ ମିଡିଆରେ ଦୁହିଁଙ୍କର କିଛି ଫଟୋ ଭାଇରାଲ୍‌ ହେବା ପରେ ଦୁହିଁଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି।

ସେମାନେ ସାଥି ହୋଇ କରିଥିବା ରାତ୍ର ଭୋଜନ ଓ ମଧ୍ୟାହ୍ନ ଭୋଜନର ଫଟୋ ସୋସିଆଲ୍‌ ମିଡିଆରେ ଦେଖିବା ପରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା ଚର୍ଚ୍ଚା ଜୋର୍‌ ଧରିଥିଲା। ତେବେ ଅଭିନେତ୍ରୀ ପରିଣୀତି ଓ ନେତା ରାଘବଙ୍କ ମଧ୍ୟରେ ବାସ୍ତବରେ ସେପରି କୌଣସି ସଂପର୍କ ଅଛି କି ନାହିଁ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କାରଣ ସେ ଦୁହେଁ ଏ ନେଇ ଏଯାବତ୍‌ କୌଣସି ଆନୁଷ୍ଠାନିକ ଘୋଷଣା କରିନାହାନ୍ତି।

ଗତକାଲି ଅର୍ଥାତ ମାର୍ଚ ୨୩ ତାରିଖରେ ଯେତେବେଳେ ରାଘବଙ୍କୁ ବାରମ୍ବାର ପରିଣୀତିଙ୍କ ବିଷୟରେ ପ୍ରଶ୍ନ ପଚରାଗଲା ‌ତ ସେ ତାହାର ଉତ୍ତରରେ ହସି ହସି କହିଥିଲେ, ‘ଦୟା‌କରି ମୋତେ ରାଜନୀତି ସଂପର୍କରେ ପ୍ରଶ୍ନ ପଚାରନ୍ତୁ, ପରିଣୀତିଙ୍କ ସଂପର୍କରେ ପଚାରନ୍ତୁନି’।

ତେବେ ରାଘବଙ୍କର ଏହି ଉତ୍ତର ଗଣମାଧ୍ୟମ ପ୍ରତିନିଧିଙ୍କୁ ସନ୍ତୁଷ୍ଟ କରିପାରି ନଥିଲା। ସେମାନେ ପୁଣି କହିବା ଆରମ୍ଭ କରିଥିଲେ ଯେ ପରିଣୀତି ଓ ତାଙ୍କ ମଧ୍ୟରେ କ’ଣ ସଂପର୍କ ରହିଛି ତାହା ଲୋକ ଜାଣିବାକୁ ଚାହାନ୍ତି।

ଯାହାର ଉତ୍ତରରେ ରାଘବ କହିଥିଲେ, ‘ଜବାବ ଦେବି’। ତେବେ ଏପରି କହିବା ପରେ ତାଙ୍କ ମୁହଁରେ ଏକ କୌତୂକିଆ ହସ ଥିଲା ବୋଲି ଗଣମାଧ୍ୟମ ପ୍ରତିନିଧିମାନେ ବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.