Parliament: ୧୬ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ: ମହିଳା କୋଟା ଆସନ ବୃଦ୍ଧି ନେଇ ବିଲ୍ ଆଣିପାରନ୍ତି ସରକାର
କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକି ପାରନ୍ତି। ଲୋକସଭାରେ ଆସନ ସଂଖ୍ୟା ୮୧୬କୁ ବୃଦ୍ଧି କରିବା ପାଇଁ ଏବଂ ସେଥିମଧ୍ୟରୁ ୨୭୩ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ କେନ୍ଦ୍ର ସରକାର ଏହି ସ୍ବତନ୍ତ୍ର ଅଧିବେଶନରେ ବିଲ୍ ଆଣି ପାରନ୍ତି।

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆସନ୍ତା ଏପ୍ରିଲ ୧୬ରୁ ୧୮ ତାରିଖ ପର୍ଯ୍ୟନ୍ତ ସଂସଦର ଏକ ସ୍ବତନ୍ତ୍ର ଅଧିବେଶନ ଡାକି ପାରନ୍ତି। ଲୋକସଭାରେ ଆସନ ସଂଖ୍ୟା ୮୧୬କୁ ବୃଦ୍ଧି କରିବା ପାଇଁ ଏବଂ ସେଥିମଧ୍ୟରୁ ୨୭୩ଟି ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବାକୁ କେନ୍ଦ୍ର ସରକାର ଏହି ସ୍ବତନ୍ତ୍ର ଅଧିବେଶନରେ ବିଲ୍ ଆଣି ପାରନ୍ତି। ଉଲ୍ଲେଖଯୋଗ୍ୟ, ବଜେଟ୍ ଅଧିବେଶନର ଆଜି ଶେଷ ଦିନ ଥିଲା। କିନ୍ତୁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ସ୍ପଷ୍ଟ କରିଛନ୍ତି ଯେ ବଜେଟ୍ ଅଧିବେଶନ ପୂର୍ବ ନିର୍ଦ୍ଧାରିତ ସମୟ ଅନୁଯାୟୀ ଆଜି ଶେଷ ହୋଇନାହିଁ।
ବରଂ ଏଥିରେ ବିରତି ନିଆଯାଉଛି ଏବଂ ଖୁବ୍ଶୀଘ୍ର ପୁଣିଥରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ଉଲ୍ଲେଖଯୋଗ୍ୟ, ଆଗକୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାବେଳେ ଏହା ପୂର୍ବରୁ ସରକାରଙ୍କ ଏହି ପଦକ୍ଷେପକୁ ବିରୋଧୀ ଦଳଗୁଡ଼ିକ ବିରୋଧ କରିଛନ୍ତି। ଯଦିଓ ଗୃହମନ୍ତ୍ରୀ ଅମିତ ଶାହ କିଛି ଏନ୍ଡିଏ ସହଯୋଗୀ ଓ ଅଣ-କଂଗ୍ରେସ ନେତାମାନଙ୍କ ସହ ଉକ୍ତ ପ୍ରସଙ୍ଗରେ ଗତ ସପ୍ତାହରେ ଆଲୋଚନା କରିଛନ୍ତି, କିନ୍ତୁ କଂଗ୍ରେସ ଏବଂ ଟିଏମ୍ସି ସହ ଏ ନେଇ କୌଣସି ଯୋଗାଯୋଗ କରାଯାଇନାହିଁ। ସରକାରଙ୍କର ଏହି ପ୍ରସ୍ତାବକୁ କଂଗ୍ରେସ ଦଳ ବିରୋଧ କରିଥିବା ଜଣାପଡ଼ିଛି। ବିରୋଧୀ ଦଳଗୁଡ଼ିକ ମଧ୍ୟ ଏ ପ୍ରସଙ୍ଗରେ ଏକ ସର୍ବଦଳୀୟ ବୈଠକ କରିବାକୁ ଦାବି କରିଛନ୍ତି।
ସୌଜନ୍ୟ ସମ୍ବାଦ




