ଓଡିଶା

People of Bihar: ବିକାଶ ଓ ସୁଶାସନକୁ ବାଛିଛନ୍ତି ବିହାରବାସୀ: ଧର୍ମେନ୍ଦ୍ର

ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ଐତିହାସିକ ବିଜୟ ସହ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନରେ ଦଳର ସଫଳତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣ....

ଭୁବନେଶ୍ବର: ବିହାର ବିଧାନସଭା ନିର୍ବାଚନରେ ଏନଡିଏ ମେଣ୍ଟର ଐତିହାସିକ ବିଜୟ ସହ ଓଡ଼ିଶାର ନୂଆପଡ଼ା ଉପନିର୍ବାଚନରେ ଦଳର ସଫଳତା ପାଇଁ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣ, ବିଜେପିର ଶୀର୍ଷ ନେତୃତ୍ୱ ତଥା କାର୍ଯ୍ୟକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି।
ବିହାର ବିଧାନସଭା ନିର୍ବାଚନ ଫଳାଫଳ ସମ୍ପର୍କରେ ଶ୍ରୀ ପ୍ରଧାନ ‘ଏକ୍ସ’ରେ ଉଲ୍ଲେଖ କରିଛନ୍ତି ଯେ ବିକାଶ, ସୁଶାସନ ଓ ସ୍ଥାୟୀ ସରକାର ହିଁ ସେମାନଙ୍କର ପ୍ରାଥମିକତା ବୋଲି ବିହାର ଜନତା ପ୍ରମାଣିତ କରିଛନ୍ତି। ଏନଡିଏକୁ ମିଳିଥିବା ଏହି ପ୍ରଚଣ୍ଡ ଜନାଦେଶ ହେଉଛି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱରେ ଡବଲ୍‌ ଇଞ୍ଜିନ ସରକାରର ଜନକଲ୍ୟାଣକାରୀ ନୀତି ଉପରେ ଜନତାଙ୍କ ବଡ଼ ମୋହର। ଜଙ୍ଗଲରାଜ, ଜାତିବାଦ, ପରିବାରବାଦ ଓ ନକାରାତ୍ମକ ରାଜନୀତିକୁ ବିହାରବାସୀ ସ୍ପଷ୍ଟ ଭାବରେ ପ୍ରତ୍ୟାଖ୍ୟାନ କରିଛନ୍ତି।

ନୂଆପଡ଼ାବାସୀଙ୍କ ସହ ଗଣତନ୍ତ୍ରର ବିଜୟ ହୋଇଛି

ଏହି ଐତିହାସିକ ବିଜୟ ଏନଡିଏର ପ୍ରତ୍ୟେକ କାର୍ଯ୍ୟକର୍ତ୍ତାଙ୍କ ଅକ୍ଳାନ୍ତ ପରିଶ୍ରମ,ସମର୍ପଣ ଓ ଜନତାଙ୍କ ପ୍ରତି ନିଷ୍ଠାର ପ୍ରତିଫଳନ। ଏହି ଅଭୂତପୂର୍ବ ବିଜୟ ପାଇଁ ସେ ପ୍ରଧାନମନ୍ତ୍ରୀ, ବିହାର ମୁଖ୍ୟମନ୍ତ୍ରୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓ ବିହାର ପ୍ରଦେଶ ନେତୃତ୍ୱ ସହିତ ଏନଡିଏର ସମସ୍ତ ନେତା ଓ କାର୍ଯ୍ୟକର୍ତ୍ତାମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେହିପରି ନୂଆପଡ଼ା ଉପନିର୍ବାଚନ ଫଳାଫଳ ସମ୍ପର୍କରେ ଶ୍ରୀ ପ୍ରଧାନ ପୃଥକ ପୋଷ୍ଟରେ ଦଳର ବିଜୟୀ ପ୍ରାର୍ଥୀ ଜୟ ଢୋଲକିଆଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି, ଉପନିର୍ବାଚନରେ ନୂଆପଡ଼ାବାସୀଙ୍କ ସହ ଗଣତନ୍ତ୍ରର ବିଜୟ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ରାଜ୍ୟ ସଭାପତି ମନମୋହନ ସାମଲ ତଥା ବିଜେପି ଉପରେ ବିଶ୍ୱାସ କରି ଭୋଟ ଦେଇଥିବାରୁ ନୂଆପଡ଼ାର ଜନସାଧାରଣ ଓ କଠିନ ପରିଶ୍ରମ କରିଥିବା କାର୍ଯ୍ୟକର୍ତ୍ତାଙ୍କୁ କୃତଜ୍ଞତା ଜଣାଉଛି। ଡବଲ୍‌ ଇଞ୍ଜିନ୍‌ ସରକାର ନୂଆପଡ଼ାର ବିକାଶକୁ ତ୍ୱରାନ୍ୱିତ କରିବା ସହ ଲୋକଙ୍କ ଆଶା ଓ ଆକାଂକ୍ଷାକୁ ପୂରଣ କରିବ ବୋଲି ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି।

 

ସୌଜନ୍ୟ – ସମ୍ବାଦ

Related Articles

Leave a Reply

Your email address will not be published. Required fields are marked *

Back to top button