Breaking News

ଫିରିଙ୍ଗିଆରେ ବ୍ଲକସ୍ତରୀୟ ମନରେଗା ଯୋଜନାର ଜନ ଶୁଣାଣୀ

0

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକର ବ୍ଲକସ୍ତରୀୟ ମମନରେଗା ଯୋଜନାର ଜନ ଶୁଣାଣୀ କାର୍ଯ୍ୟକ୍ରମ  ବ୍ଲକ୍ ପରିସର ମଧ୍ୟରେ ଅନୁଷ୍ଟିତ ହୋଇଯାଇଛି । ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନ ବ୍ଲକ ସ୍ତରୀୟ ଜନ ଶୁଣାଣୀ କାର୍ଯ୍ୟକ୍ରମକୁ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ପ୍ରଦୀପ ପ୍ରଜ୍ବଳନକରି ଶୂଭାରମ୍ଭ କରିଥିଲେ । ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମିରଞନ ମହନ୍ତ ମନରେଗା କାର୍ଯ୍ୟକ୍ରମର ଲକ୍ଷ୍ୟ ଓ ଉଦେଶ୍ୟ ଉପସ୍ଥାପନ କରି କ’ଣ   ଉନ୍ନତି ମୁଳକ କାର୍ଯ୍ୟ କରାଯାଇ ପାରିଛି , କେଉଁ କେଉଁ କାମଗୁଡିକ ମନରେଗାରେ ଅନ୍ତର୍ଭୁକ୍ତ କରା ଯାଉଛି, ଫିରିଙ୍ଗିଆ ବ୍ଲକ ପାଇ ନିଆ ଯାଇଥିବା ଉନ୍ନୟନ ପ୍ରକଳ୍ପ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଏହି ମନରେଗା କାର୍ଯ୍ୟକ୍ରମ ଗ୍ରାମାଞ୍ଚଳର ବିକାଶ କ୍ଷେତ୍ରରେ ସହାୟକ ହୋଇପାରିବ ବୋଲି କହିଥିଲେ।

ସହକାରୀ କାର୍ଯ୍ୟନିର୍ବାହି ଯନ୍ତ୍ରୀ  ଜୟପ୍ରକାଶ ଜେନା ମନରେଗାରେ ନୂଆ ନୂଆ ପ୍ରକଳ୍ପ ସଂଶ୍ଲିଷ୍ଟ କରାଯାଇଥିବା କଥା କହିଥିଲେ । ବ୍ଲକ୍ ହିସାବ ରକ୍ଷକ ଅନୁଗ୍ରହ ସଚିନ ଜାଟେ ମନରେଗା ଅର୍ଥନୈତିକ ଦିଗ ଉପରେ ତଥ୍ୟ ଉପସ୍ଥାପନ କରିଥିଲେ । ସାମାଜିକ ସମୀକ୍ଷା ସଦସ୍ୟ ତଥା ସାମାଜିକ କର୍ମୀ ‘ଅନ୍ତରଙ୍ଗ’ ସଂଯୋଜକ ଅକ୍ଷୟ କୁମାର ନାୟକ ମନରେଗା ଯୋଜନାରେ ଗ୍ରାମର ବିକାଶ କିପରି ଆଗକୁ ନିଆଯାଇ ପାରିବ , ଟିମ୍ଓ୍ବାର୍କ  ଓ କରାଯାଉଥିବା ପ୍ରକଳ୍ପ ଜନସାଧାରଣଙ୍କ ଭବିଷ୍ୟତରେ ଦୀର୍ଘଦିନ ପାଇଁ କାର୍ଯ୍ୟରେ ଲାଗି ଜନସାଧାତଣ ଉପକୃତହେବେ ସେ ଦିଗରେ ମତ ରଖିଥିଲେ । ସମସ୍ତେ ମିଳିମିଶି ମନରେଗା କାର୍ଯ୍ୟକ୍ରମକୁ ସଫଳ ରୂପାୟନ  ପାଇଁ  ଆହ୍ୱାନ ଦେଇଥିଲେ । ସାମ୍ବାଦିକ ମହାଦେବ ସାହୁ ମନରେଗା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇଥିଲେ ।  ବ୍ଲକ୍ ସାମାଜିକ ସମୀକ୍ଷକ  ସଞୟ କୁମାର ଦିଗାଳ ମନରେଗା କାର୍ଯ୍ୟକ୍ରମକୁ କିପରି ସ୍ବଚ୍ଛତା ଅଣାଯାଇ ପାରିବ ସେହି ତଥ୍ୟ ଉପସ୍ଥାପନ କରିଥିଲେ । ଏପିଓ  ସୁଶାନ୍ତ ଉଠାଣସିଂ ମନରେଗାର କେଉଁ ପଚାଂୟତରେ କେତେ କାମ ହୋଇଛି କ’ଣ ବାକି ଅଛି ସେହି ତଥ୍ୟ ଉପସ୍ଥାପନ କରିଥିଲେ । ମୁଖ୍ୟ ପର୍ଯ୍ୟବେକ୍ଷକ ଫୁଲବାଣୀ ଉପଜିଲ୍ଲାପାଳ ଶେଷଦେବ ମିଶ୍ର ମନରେଗା କାର୍ଯ୍ୟକ୍ରମରେ କିପରି ବିକାଶ ହୋଇପାରିବ ତାହା ପ୍ରକାଶ କରିଥିଲେ। ମନରେଗାରେ ଆଜିକାଲି ବହୁତ ଗୁଡିଏ ପ୍ରାୟ ୨୬୨ ପ୍ରକାର ପ୍ରକଳ୍ପ ନିଆଯାଇ ପାରୁଛି । ଏଣୁ ବହୁତ ଗୁଡିଏ ଉନ୍ନତୀ ମୁଳକ କାର୍ଯ୍ୟ ହେଉଛି । ପୂର୍ବରୁ ଲୋକେ ମନରେଗା କହିଲେ କେବଳ ମାଟି ଖୋଳିବା ବୁଝୁଥିଲେ, ତେଣୁ ଆପଣ ମାନେ ଚାହିଁଲେ ନିଜ ଅଚଂଳ ବହୁତ ବିକାଶ ହେଇପାରିବ । ପଂଚାୟତ କାର୍ଯ୍ୟନିର୍ବାହି ଅଧିକାରୀ  କୈଳାଶ ଚନ୍ଦ୍ର ପାଢ଼ି କାର୍ଯ୍ୟକ୍ରମ ସଂଚାଳନ  କରିଥିଲେ ।

Leave A Reply

Your email address will not be published.