Breaking News

ଫିରିଗିଂଆ ବ୍ଲକ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି

0

ଫିରିଗିଂଆ: ବୁଧବାରଦିନ ବ୍ଲକ୍ ପରିସର ମଧ୍ୟରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ କର୍ମ ନିଯୁକ୍ତି ଯୋଜନାର ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଜାଇଛି । କାର୍ଯ୍ୟକ୍ରମରେ କନ୍ଧମାଳ ଅତିରିକ୍ତ ଜିଲାପାଳ  ବସନ୍ତ ସାହୁ , ପଚାଂୟତ ସମିତି ଅଧ୍ୟକ୍ଷା ମିନତି କହଁର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଞନ ମହନ୍ତ , ଶିଶୁ ବିକାସ ଅଧିକାରିଣୀ ହରପ୍ରିୟା ମେହେର, କାର୍ଯ୍ୟ ନିର୍ବାହି ଯନ୍ତ୍ରୀ, ଏପିଓ ବଳିଆରସିଂ, ସ୍ବତୀ ସମ୍ପାଦକ ଇଂ. ହରିଶକଂର ରାଉତ , ବରିଷ୍ଟ ସାମ୍ବାଦିକ ମହାଦେବ ସାହୁ , ସମାଜିକ କର୍ମୀ ଅକ୍ଷୟ କୁମାର ନାୟକ ଓ ବ୍ଲକ ସାମାଜିକ ସମୀକ୍ଷକ ସଂଜୀବ ଦିଗାଳକଂ ଉପସ୍ଥିତିରେ ଅନୁଷ୍ଠିତ ହୋଇ ଯାଇଛି । ଗୋଷ୍ଠୀ ଉନ୍ନୟନ ଅଧିକାରୀ ମନରେଗାର ଲକ୍ଷ୍ୟ ଓଉଦ୍ଧେଶ୍ୟ ନିଆ ଜାଇଥିବସ କାର୍ଯ୍ୟ କ୍ରମ ଉପରେ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟ ପକ୍ଷରେ କାର୍ଯ୍ୟ ନିର୍ବାହି ଯନ୍ତ୍ରୀ , ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ , ସ୍ବାତୀ ସମ୍ପାଦିକ ହରିଶକଂର ରାଉତ ସମାଜ ସେବୀ ଅକ୍ଷୟ କୁମାର ନାୟକ ମନରେଗା ଦ୍ବାରା ହେବାକୁ ଥିବା ଉନ୍ନତୀ ମୁଳକ କାର୍ଯ୍ୟ ଓ ସ୍ବଛତା ଉପରେ ନିଜ ନିଜର ବକ୍ତବ୍ୟ ରଖିଥିଲେ । ଅନ୍ୟ ପକ୍ଷରେ ୨୪ ପଚାଂୟତର ସରପଚଂ , ସମିତି ସଭ୍ୟ , ଜି.ଆର.ଏସ୍ , ପଚାଂୟତ କାର୍ଯ୍ୟ ନିର୍ବାହି ଅଧିକାରୀ , ଜଗଂଲ ବିଭାଗ , ଉଦ୍ୟାନ ବିଭାଗ , ଜଳ ଛାୟା , ମୃତିକା ବିଭାଗ ର ଅଧିକାରୀ ମାନକଂ ଦ୍ବାରା କାର୍ଯ୍ୟକାରି କରା ଜାଇଥିବା ମନରେଗା ପ୍ରକଳ୍ପ ଗୁଡିକ ର ଭି.ଆର୍.ପି ଓ ବ୍ଲକ୍ ସାମାଜିକ ସମୀକ୍ଷକକଂ ଦ୍ବାରା ଆବିସ୍କାର ହୋଇଥିବା ସମସ୍ୟା ଗୁଡିକ ଉପସ୍ଥାପନ କରାଯାଇ ଥିଲା । ୪୩ ଟି ପ୍ରକଳ୍ପର ଛୋଟ ବଡ ତୃଟି ପରିଲକ୍ଷିତ ହେବା ସାମାଜିକ ସମୀକ୍ଷକ ସଂଜୀବି ଦିଗାଳ ଉପସ୍ଥାପନ କରିଥିଲେ । ଦାୟିତ୍ବରେ ଥିବା ଅଧିକାରୀ ମାନେ ପ୍ରକଳ୍ପର ତୃଟି ଗୁଡିକ ନିକଟରେ ସମାଧା ହେଇ ଜିବ ବୋଲି ନିଜ ତରଫରୁ ମତ ରଖିଥିଲେ । ସୁମରବନ୍ଧ ପଚାଂୟତରେ ମୁର୍ତିକା ସରଂକ୍ଷଣ ବିଭାଗ ତରଫରୁ ଦୁଇଟି ପୋଖରୀ ଖୋଳା ଶେଷ ହୋଇ ଯାଇଥିବା ତଥ୍ୟ ଅଛି , କିନ୍ତ ପ୍ରକୃତରେ କାମ ନହୋଇ ଗୋଟିଏ ୧୨୦୦୦୦ ଟକାଂ ଆଉ ଗୋଟିଏ ୯୫ ୦୦୦ ଟକାଂ ବିଲ୍ କରା ଯାଇ ଆତ୍ମଶାତ କରା ଯାଇଥିବା ନଜରକୁ ଅସିଥିଲା । ଉକ୍ତ କାର୍ଯ୍ୟର ବିଭାଗ୍ୟ ଅଧିକାରିକଂ ଉତର ତୃପ୍ତି ଜନକ ନଥିଲା । ଅତିରିକ୍ତ ଜିଲାପାଳ ଏଦିଗରେ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପଦକ୍ଷେପ ନେବେ ବୋଲି ପରାମର୍ଶ ଦେିଇଥିଲେ । ଅତିରିକ୍ତ ଜିଲାପାଳ ଫିରିଗିଆ ବ୍ଲକ୍ ରେ ହୋଇଥିବା କାର୍ଯ୍ୟକ୍ରମ ପାଇ ଗୋଷ୍ଠୀ ଉନ୍ନୟ ଅଧିକାରୀକୁଂ ପ୍ରଶଂସା କରିବା ସହିତ ସମସ୍ତ ଲାଇନ୍ ଡିପାର୍ଟମେଣ୍ଟ ତାକଂର କାର୍ଯ୍ୟକ୍ରମର ବିବରଣୀ ବିଡିଓକୁଂ ଦେବାକୁ କହିଥିଲେ ।

Leave A Reply

Your email address will not be published.