Breaking News

ଫୁଲବାଣୀରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ମୂଲ୍ୟାୟନ ସମ୍ପର୍କରେ ଆଲୋଚନା

ଫୁଲବାଣୀ : ଫୁଲବାଣୀ ପୌର ପରିଷଦର ହୋଲଡିଂ ଟ୍ୟାକ୍ସ ବୃଦ୍ଧି ପାଇଁ ହୋଇଥିବା ତୃଟିପୂର୍ଣ୍ଣ ମୂଲ୍ୟାୟନକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ନିର୍ବାଚିତ କାଉନସେଲ ଟ୍ୟାକ୍ସ ବୃଦ୍ଧି ପାଇଁ ଅଧିକୃତ। କିନ୍ତୁ ଦୀର୍ଘ ଦିନ ଧରି ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ହେଁ କାଉନସଲରମାନଙ୍କୁ ଅବଗତ କରାଯାଇ ନଥିବାରୁ ଏ ସମ୍ପର୍କରେ ବନାନୀ କଳାସଂଙ୍ଗମ ଠାରେ ନିର୍ବାଚିତ ପ୍ରତିନିଧିଙ୍କୁ ନେଇ ଏକ ଆଲୋଚନା କରାଯାଇଛି।
ତୃଟିପୂର୍ଣ୍ଣ ମୂଲ୍ୟାୟନକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା ପରିବର୍ତ୍ତେ ଟ୍ୟାକ୍ସ ସଂଗ୍ରହ କରିବାକୁ ଉଦ୍ୟମ କରିବାରୁ ମିଳିତ ନାଗରିକ କମିଟି ପକ୍ଷରୁ ସଭାପତି ଡଃ. ଅରୂପ ଜେନାଙ୍କ ସଭାପତିତ୍ଵରେ ଏହି ବୈଠକରେ ମୁନିସିପାଲିଟିର କାଉନସିଲର , ଅଧ୍ୟକ୍ଷ, ପୂର୍ବତନ ଅଧ୍ୟକ୍ଷ, ଆଇନଜିବି ଓ ବୁଦ୍ଧିଜିବୀମାନେ ଯୋଗଦେଇଥିଲେ। ଏଥିରେ ଅଧ୍ୟକ୍ଷ ସ୍ମିତା ରାଣୀ ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଥିବା ବେଳେ ପୂର୍ବତନ ଅଧ୍ୟକ୍ଷ ପ୍ରତାପ କୁମାର ପାତ୍ର, କମଳା କାନ୍ତ ପାଣ୍ଡେ,, ଆଇନଜିବି ବିଜୟ ପଟନାୟକ, ବିଜୟ ମହାନ୍ତି ଭଗବାନ ମହାନ୍ତି ପ୍ରମୁଖ ଯୋଗଦେଇ ବର୍ଦ୍ଧିତ ହୋଲଡିଂ ଟ୍ୟାକ୍ସକୁ ନେଇ ଉଦବେଗ ପ୍ରକାଶକରି ସମସ୍ୟା ସମାଧାନ ସମ୍ପର୍କରେ ସୂଚନା ଦେଇଥିଲେ।କମିଟିର ଆବାହକ ଅଶୋକ ପରିଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିବା ସହ ପ୍ରିୟା ପ୍ରୀତି ତୋଷଣ କରି ତୃଟିପୂର୍ଣ୍ଣ ମୂଲ୍ୟାୟନ ହୋଇଥିବା ସମ୍ପର୍କରେ ପୌରପରିଷଦର ଦୃଷ୍ଟି ଆକର୍ଷଣ କରିଥିଲେ। ମୂଲ୍ୟାୟନ ପାଇଁ ସର୍ଭେ ସମୟରେ କିଛି ଦୁର୍ନୀତି ଗ୍ରସ୍ତ ଅଧିକାରୀ ପାତର ଅନ୍ତର କରିଥିବା ଅଭିଯୋଗ ହୋଇଥିଲା।ତୃଟିପୂର୍ଣ୍ଣ ଅତ୍ୟୁଚ ମୂଲ୍ୟାୟନରେ ଅତ୍ୟୁଚ ଦର ହ୍ରାସ କରିବା ପାଇଁ ଆଲୋଚନା ହୋଇଥିଲା। ମୁନସିପାଲ ଆଇନ ଅନୁଯାୟୀ କାଉନସିଲ ପକ୍ଷରୁ ଏକ ରେଜୋଲୁସନ କରି ତୃଟିପୂର୍ଣ୍ଣ ମୂଲ୍ୟାୟନକୁ ଠିକ କରିବା ସହ ଟ୍ୟାକ୍ସ ହ୍ରାସ କରିବା ଲାଗି ଏକ ସ୍ଥାୟୀ ସମାଧାନ ପାଇଁ ସରକାରଙ୍କୁ ହସ୍ତକ୍ଷେପ ପାଇଁ ଲେଖିବାକୁ ମତ ପ୍ରକାଶ ପାଇଥିଲା l କାଉନସଲରମାନଙ୍କ ମଧ୍ୟରେ ମୃତ୍ୟୁଞୟ ପେରା, ସ୍ନେହଲତା ପ୍ରଧାନ, ବିରାଜ କହଁର, ରମେଶ ଚନ୍ଦ୍ର ମହାନ୍ତି, ନିବେଦିତା ପାତ୍ର, ରାଜେନ୍ଦ୍ର କୁମାର ପାଢୀ,ପାୟଲ ବେହେରା, ଶ୍ରୀବତ୍ସ ବେହେରା, ମାଧବୀ ମିଶ୍ର ପ୍ରମୁଖ ଯୋଗଦେଇ ବହୁମୁଲ୍ୟ ମତାମତ ଦେଇଥିଲେ। ଅତ୍ୟୁଚ ତୃଟିପୂର୍ଣ୍ଣ ମୂଲ୍ୟାୟନ ଯୋଗୁଁ ବର୍ଦ୍ଧିତ ଟିକସ ପାଇଁ ପରପଢୀଙ୍କ ଦ୍ୱାରା ସମାଲୋଚନା ନ ହେବାକୁ ଆଲୋଚନା କରାଯାଇଥିଲା।ଏହି ଅବସରରେ ବରିଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ ସମସ୍ତଙ୍କ ସହଯୋଗ ପାଇଁ ଧନ୍ୟବାଦ ଅର୍ପଣ କରିଥିଲେ l

Comments are closed.