Breaking News

ନିଃସ୍ୱାର୍ଥ ପରମାର୍ଥ ସେବା ସଂଘ ପକ୍ଷରୁ ଖଲିଆ ବନ୍ଧ ଠାରେ ସ୍ୱଛତା ଅଭିଯାନ

0

ଫୁଲବାଣୀ : ଦେଶ ସ୍ୱାଧିନର ପଞ୍ଚସ୍ତରୀ ବର୍ଷ ପରେ ଆଜାଦୀକି ଅମୃତ ମହୋତ୍ସବ ପାଳନ ଅବସରରେ ଦେଶର ପ୍ରଧାନମନ୍ତ୍ରୀ ମହାତ୍ମାଗାନ୍ଧୀଙ୍କ ଆଦର୍ଶରେ ସ୍ୱଛତାକୁ ଗୁରୁତ୍ୱ ଦେଉଛନ୍ତି। ଏହି ଅବସରରେ ନିଃସ୍ୱାର୍ଥପର ମାର୍ଥ ସେବା ସଂଘ ପକ୍ଷରୁ ଖଲିଆ ବନ୍ଧ ସ୍ଥିତ ଶନି ମନ୍ଦିର ରାସ୍ତାରେ ବ୍ୟାପକ ଅଳିଆ ଆବର୍ଜନା ପଡିଥିବାରୁ ସଫେଇ କରାଯାଇଛି।ରାସ୍ତାର ଉଭୟ ପାର୍ଶ୍ୱ ଖଲିଆ ବନ୍ଧ ସମ୍ମୁଖରେ ବହୁତ ଅଳିଆ ଆବର୍ଜନା, ଜରି , ବର୍ଯ୍ୟବସ୍ତୁ ଇତ୍ୟାଦି ପଡିଥିଲା। ବନ୍ଧ ତୁଠ ଉପରକୁ ଡାଳ ମାଡିଆସିଥିଲା।ବନ୍ଧରେ ଗାଧେଇବା ପାଇଁ ଏକ ପ୍ରକାର ଅସ୍ୱାସ୍ଥ୍ୟକର ପରିସ୍ଥିତି ସୃଷ୍ଠି ହୋଇଥିଲା।ଶନି ମନ୍ଦିର ରାସ୍ତା କଡରେ ଅନାବନା ଗଛ ଅଳିଆ ପଡି ଅପିରଷ୍କାର ଦେଖାଯାଉଥିଲା।ସଂଘର ସଭାପତି ପ୍ରଶନ୍ନ ପଟ୍ଟନାୟକଙ୍କ ନେତୃତ୍ବରେ ସଦସ୍ୟମାନେ ଯାଇ ଅଳ୍ପ କିଛି ସଫେଇ କରିଛନ୍ତି। ଆଗାମୀ ଦିନରେ ଏହା ଜାରି ରହିବ। ସଂଘର ଅନ୍ୟ ସଦସ୍ୟମାନଙ୍କ ମଧ୍ୟରେ ସାଧାରଣ ସଂମ୍ପାଦକ ଅଶୋକ ପରିଡା କାର୍ଯ୍ୟକ୍ରମର ଆୟୋଜନ କରିଥିବା ବେଳେ, ରାଜ କିଶୋର ପାଢୀ, ଗିରିଷ ପଟ୍ଟନାୟକ, ଟି ଶିବ ଶଙ୍କର ପାତ୍ର ପ୍ରମୁଖ ସଦସ୍ୟମାନେ ସଫେଇ କାର୍ଯ୍ୟରେ ନିୟୋଜିତ ଥିଲେ। ଆଗାମୀ ଦିନରେ ଏହି ସଫେଇ କାର୍ଯ୍ୟ ଜାରି ରହିବ ବୋଲି ସଭାପତି ସୂଚନା ଦେଇଛନ୍ତି।

Leave A Reply

Your email address will not be published.