Breaking News

ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକଙ୍କୁ ସ୍ଥାୟୀ କରାଯାଉ

0

ଫୁଲବାଣୀ: କିଛିଦିନ ତଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଠିକା ନିଯୁକ୍ତି ଉଚ୍ଛେଦକରି ଠିକା କର୍ମଚାରୀମାନଙ୍କୁ ସ୍ଥାୟୀ କରାଯିବା ପରେ ଏବେ ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକମାନେ ସେମାନଙ୍କୁ ସ୍ଥାୟୀ କରିବା ପାଇଁ ଦାବି କରିଛନ୍ତି। କନ୍ଧମାଳ ଜିଲାର ସମସ୍ତ ସାମୟିକ କଳା ଓ କ୍ରୀଡ଼ା ଶିକ୍ଷକମାନେ ବାଲିଗୁଡ଼ା ପୁର୍ତ୍ତ ବିଭାଗ ଡାକ ବଙ୍ଗଳାଠାରେ ସାଂସଦ ଡ.ଅଚ୍ୟୁତ ସାମନ୍ତ ଓ ବାଲିଗୁଡ଼ା ବିଧାୟକ ଚକ୍ରଧର କହଁରଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ପ୍ରଦାନ କରିଥିଲେ। ବିଦ୍ୟାଳୟରେ କଳା ଓ କ୍ରୀଡ଼ା ବିଭାଗ ଗୁରୁତ୍ୱପୂର୍ଣ୍ଣ ବିଭାଗ। ଏହି ବିଭାଗରେ କାର୍ଯ୍ୟରତ କଳା ଓ କ୍ରୀଡ଼ା ଶିକ୍ଷକମାନେ ସାମୟିକ ନିଯୁକ୍ତି ପାଇଥାନ୍ତି କିନ୍ତୁ ପୂର୍ଣ୍ଣକାଳୀନ ଭାବେ କାର୍ଯ୍ୟ ସମ୍ପାଦନ କରିଥାନ୍ତି। ତେଣୁ ସରକାର କଳା ଓ କ୍ରୀଡ଼ା ଶିକ୍ଷକମାନଙ୍କୁ ନିୟମିତ କରି ଶିକ୍ଷକ ମାନ୍ୟତା ପ୍ରଦାନ କରିବାକୁ ଦାବି କରିଛନ୍ତି। କନ୍ଧମାଳ ସାଂସଦ ଡ.ଅଚ୍ୟୁତ ସାମନ୍ତ ରକାରଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

Leave A Reply

Your email address will not be published.