Breaking News

ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ

0

କନ୍ଧମାଳ : ଭାରତୀୟ ମଜଦୂର ସଂଘର ୧୪୦ତମ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଜିଲା ପ୍ରେସ କ୍ଳବ ଠାରେ ଅନୁଷ୍ଠିତ ହୋଇଛି। ରାଜ୍ୟ ଉପସଭାପତି ଏ ଶ୍ରୀନିବାସ ରାଓଙ୍କ ପୌରୋହିତ୍ୟରେ ଦୁଇ ଦିନିଆ ବୈଠକ ଅନୁଷ୍ଠିତ ହୋଇଛି।କନ୍ଧମାଳ ଜିଲ୍ଲା ଭାରତୀୟ ମଜଦୂର ସଂଘର ସଭାପତି ଅଶୋକ ପରିଡା ବୈଠକରେ ଯୋଗ ଦେବାକୁ ଆସିଥିବା ସଦସ୍ୟ ମାନଙ୍କୁ ସ୍ୱାଗତ କରିଥିଲେ।୧୯୫୫ମସିହାରେ ଦନ୍ତପନ୍ତ ଠେଙ୍ଗଡୀଙ୍କ ଦ୍ୱାରା ପ୍ରତିଷ୍ଠା ଲାଭ କରିଥିବା ବିଏମ ଏସର କାର୍ଯ୍ୟ କାରିଣୀ ବୈଠକ ପ୍ରଥମ ଥର ପାଇଁ ଫୁଲବଣୀରେ ଅନୁଷ୍ଠିତ ହୋଇଛି।ସରକାରୀ ବେସରକାରୀ ଓ ଅସଂଙ୍ଗଠିତ କ୍ଷେତ୍ରରେ କାର୍ଯ୍ୟ ରତ ଶ୍ରମିକ ମାନଙ୍କ ଉନ୍ନତି କଳ୍ପେ ଏହି ସଂଘ କାର୍ଯ୍ୟ କରୁଛି। ଠିକା କର୍ମଚାରୀ ,ଦାଦନ ଶ୍ରମିକ ଗ୍ରାମୀଣ କୃଷି କ୍ଷେତ୍ରରେ କାର୍ଯ୍ୟ କରୁଥିବା ଶ୍ରମିକ ମାନେ ଅସୁବିଧା ରେ ପଡିଲେ ଏବଂ ସେମାନଙ୍କ ନାର୍ଯ୍ୟ ଅଧିକାର ରୁ ବଞ୍ଚିତ ହେଲେ ବିଏମ ଏସ ସେଥିପାଇଁ ଲଢେଇ କରିଥାଏ। କନ୍ଧମାଳ ଜିଲ୍ଲା ରୁ ହଜାର ହଜାର ଶ୍ରମିକ ଦାଦନ ଯାଉଥିବା ବେଳେ ସେମାନଙ୍କ ସୁରକ୍ଷା ନଥିବାରୁ ଶ୍ରମ କମିଶନରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ଆଲୋଚନା କରାଯାଇଛି।ଦାଦନ ପଞିକରଣ ପାଇଁ ପଦକ୍ଷେପ ନେଵାକୁ ଆଲୋଚନା କରାଯାଇଛି।ଜିଲା ଶ୍ରମକାର୍ଯ୍ୟାଳୟ ଅଧିକ ତତ୍ପରତା ଦେଖାଇ ଦୀର୍ଘ ବର୍ଷର ବିଭିନ୍ନ ସହାୟତା ରାଶି ଯୋଗାଇ ଦେବାକୁ ଆଲୋଚନା କରାଯାଇଥିଲା।ସରକାରଙ୍କ ପକ୍ଷରୁ ବିଭିନ୍ନ ଶ୍ରମ ନିୟମକୁ ଉଲଂଘନ କରାଯାଉଥିବା ରୁ ଉଦବେଗ ପ୍ରକାଶ ପାଇଥିଲା।ରାଜ୍ୟ ସମ୍ପାଦକ ବିନୟ ତ୍ରିପାଠୀ ଓ ରାଜ୍ୟ ସଂଗଠନ ସମ୍ପାଦକ ଗିରିଷ ମହନ୍ତ ସାଂଙ୍ଗଠନିକ କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ।କେନ୍ଦ୍ରୀୟ ଅଙ୍ଗନବାଡ଼ି ୱାର୍କରର୍ସ ଆସୋସିଏସନ ର ସଂଗଠନ ସମ୍ପାଦକ ଅଞଳୀ ପଟେଲ ଓ ରାଜ୍ୟ ସଂମ୍ପାଦକ ଝୁନୁପମା ଶତପଥି ଏଥିରେ ଯୋଗ ଦେଇଥିଲେ। ରାଜ୍ୟ କାର୍ଯ୍ୟ କାରିଣୀକମିଟି ସଦସ୍ୟ ମାନଙ୍କ ସହ ରାଜ୍ୟର ଜିଲା ସଂଗଠନର କର୍ମକର୍ତ୍ତାମାନେ ଏହି ବୈଠକରେ ଯୋଗ ଦେଇଥିଲେ।କନ୍ଧମାଳ ବିଏମ ଏସର କର୍ମକର୍ତ୍ତା ମାନଙ୍କ ମଧ୍ୟରେ ଗୋପାଳ ବେହେରା,କାହ୍ନୁଚରଣ ବେହେରା, ରଞନ କହଁର ,ଶାରଦା ପରିଛା,ଅମ୍ବିକା ବେହେରା, ଆରତୀ ବେହେରା ପ୍ରମୁଖଙ୍କ ସହଯୋଗରେ ରାଜ୍ୟ କାର୍ଯ୍ୟ କାରିଣୀ ବୈଠକ ଆୟୋଜନ ହୋଇଛି।

Leave A Reply

Your email address will not be published.