ଅପରାଧମହାନଗର

Pipili Kinnar murder case: ପିପିଲି କିନ୍ନର ହତ୍ୟା ମାମଲା: ଜଣକୁ ଏନ୍‌କାଉଣ୍ଟର, ଅନ୍ୟଜଣେ ଗିରଫ

ବହୁ ଚର୍ଚ୍ଚିତ କିନ୍ନର ହତ୍ୟା ମାମଲା ପଛରେ ଭ୍ୟାନିଟି ବ୍ୟାଗ୍ ଲୁଟ୍ ଉଦ୍ୟମ ହିଁ ମୁଖ୍ୟ କାରଣ ଥିଲା। କିନ୍ନର ଅଞ୍ଜଳି ଓରଫ ଦିନେଶ ରାଉତଙ୍କ ଭ୍ୟାନିଟି ଲୁଟିବା ବେଳେ ଘଟିଥିବା ସଂଘର୍ଷରେ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି ହାରିଯିବାର ରାଗ ଓ ଧରାପଡ଼ିଯିବା....

ଭୁବନେଶ୍ବର/ପିପିଲି: ବହୁ ଚର୍ଚ୍ଚିତ କିନ୍ନର ହତ୍ୟା ମାମଲା ପଛରେ ଭ୍ୟାନିଟି ବ୍ୟାଗ୍ ଲୁଟ୍ ଉଦ୍ୟମ ହିଁ ମୁଖ୍ୟ କାରଣ ଥିଲା। କିନ୍ନର ଅଞ୍ଜଳି ଓରଫ ଦିନେଶ ରାଉତଙ୍କ ଭ୍ୟାନିଟି ଲୁଟିବା ବେଳେ ଘଟିଥିବା ସଂଘର୍ଷରେ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା କାଣ୍ଡି ହାରିଯିବାର ରାଗ ଓ ଧରାପଡ଼ିଯିବା ଭୟରେ ଛୁରି ଭୁସି ‌ହତ୍ୟା କରିଥିଲା। ଆଜି  ଗଣମାଧ୍ୟମକୁ ସୂଚନା ଦେଇ ଏହା କହିଛନ୍ତି ପୁରୀର ଅତିରିକ୍ତ ଏସ୍‌ପି ସଚିନ ପଟେଲ।

ସେଦିନ ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣା, ତା’ର ଦୁଇ ସହଯୋଗୀ ସହ ଉତ୍ତରା ଆଡୁ ଆସିଥିଲେ ଏବଂ ଅଞ୍ଜଳି ସିଫା ଗେଟ୍ ବିପରୀତରେ ଠିଆ ହୋଇଥିବା ଦେଖିଥିଲେ। ସେମାନେ ଅଞ୍ଜଳିଙ୍କୁ ଲୁଟିବାକୁ ଯୋଜନା କରିଥିଲେ।  ଯୋଜନା ମୁତାବକ ସେମାନେ କଥାବାର୍ତ୍ତା ବାହାନାରେ ଅଞ୍ଜଳିଙ୍କୁ ବାଲିଗଦା ପାଖକୁ  ଡାକି ନେଇଥିଲେ। ଅଞ୍ଜଳି ସେଠାରେ ପହଞ୍ଚିବା ପରେ ସେମାନେ ତାଙ୍କ ଭ୍ୟାନିଟି ବ୍ୟାଗ୍ ଛଡ଼ାଇ ନେବାକୁ ଚେଷ୍ଟା କରିଥିଲେ। ମାତ୍ର ଅଞ୍ଜଳି ଦୃଢ଼ ପ୍ରତିରୋଧ କରିଥିଲେ। ଏମିତିକି ଅଞ୍ଜଳି ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣାକୁ ଶକ୍ତ ଭାବରେ ଜାବୁଡ଼ି ଧରିଥିଲେ। ଫଳରେ କ୍ରିଷ୍ଣା ଖସି ପାରିନଥିଲା। ଛିନ୍‌ତାଇ ମାଷ୍ଟର ଦୁର୍ଦ୍ଦାନ୍ତ କ୍ରିଷ୍ଣା କାଳବିଳମ୍ବ ନକରି ଅଣ୍ଟାରୁ ଛୁରି କାଢ଼ି ନିର୍ମମ ଭାବେ ଅଞ୍ଜଳିଙ୍କୁ ଭୁସି ପକାଇଥିଲା। ପ୍ରାଣ ବିକଳରେ ଅଞ୍ଜଳି ତାକୁ ଛାଡ଼ି ଦୌଡ଼ିବାକୁ ଲାଗିଥିଲେ।

କ୍ରିଷ୍ଣା କାଣ୍ଡି କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ

ସାନିଲ କାଣ୍ଡି କୋଣାର୍କରୁ ଗିରଫ

ଗତକାଲି ବିଳମ୍ବିତ ରାତିରେ କୋଣାର୍କ ପୁଲିସ ସହଯୋଗରେ ପିପିଲି ପୁଲିସର ଏକ ସ୍ୱତନ୍ତ୍ର ଟିମ୍‌ କୋଣାର୍କ ଥାନା ଅଧୀନ କୁରୁଜଙ୍ଗ ପଞ୍ଚାୟତ ବିଅଁଳ ଗ୍ରାମ ମଠସାହିରେ ଲୁଚିଥିବା କିନ୍ନର ହତ୍ୟା ଅଭିଯୋଗର ଦ୍ବିତୀୟ ଅଭିଯୁକ୍ତ ସାନିଲ କାଣ୍ଡି ଓରଫ ଗୋଜା (୨୨)କୁ ଉଠାଇ ନେଇଛି। ପୁରୀ ଏସ୍‌ପି ପ୍ରତୀକ ସିଂହଙ୍କ ତତ୍ତ୍ବାବାଧାନରେ ଦୁଇଟି ସ୍ୱତନ୍ତ୍ର ପୁଲିସ ଟିମ୍‌ ଗଠନ କରାଯାଇ ଗତ ୧୧ ଦିନର ପରିଶ୍ରମ ପରେ ମୁଖ୍ୟ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସ ସଫଳ ହୋଇଛି । ସୂଚନାଯୋଗ୍ୟ ଯେ ଗତକାଲି ମୁଖ୍ୟ ଅଭିଯୁକ୍ତ କ୍ରିଷ୍ଣାକୁ ପିପିଲି ନିକଟରେ ପୁଲିସ ଏନ୍‌କାଉଣ୍ଟର କରିଥଲା।

ସିନ୍ ରିକ୍ରିଏସନ୍‌ କଲା ଅଭିଯୁକ୍ତ
ସୋନା ଅଞ୍ଜଳି  କିନ୍ନର ହତ୍ୟା ମାମଲାରେ ପୁଲିସ ଅନ୍ୟତମ ଅଭିଯୁକ୍ତ ସାନିଲ୍‌କୁ ସିଫା ଗେଟ୍‌ ସାମନା ଘଟଣାସ୍ଥଳକୁ ନେଇ ସିନ୍‌ ରିକ୍ରିଏସନ୍‌ କରିଛି। ଏଥିରେ ପିପିଲି ଥାନା ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ, ଏସ୍‌ଆଇ ସୁରମା ସ୍ବାଇଁଙ୍କ ସମେତ ଅନ୍ୟ ଅଧିକାରୀ ଓ ପୁଲିସ ଫୋର୍ସ ରହିଥିଲେ। ଘଟଣାସ୍ଥଳରେ ଥିବା ବାଲିଗଦା ନିକଟକୁ ମୃତା କିନ୍ନରକୁ ଡାକି ନିଆଯାଇ ସେଠାରେ ଛୁରିରେ ଆକ୍ରମଣ କରି ଫେରାର୍‌ ହୋଇଯିବା ସଂପର୍କୀତ ଘଟଣାକୁ ଅଭିଯୁକ୍ତ ବୁଲିବୁଲି ଦେଖାଇଥିଲା। ପୁଲିସ ଏହାର ରେକର୍ଡଭୁକ୍ତ କରିବା ପରେ ସାନିଲକୁ କୋର୍ଟଚାଲାଣ କରିଥିଲା।

 

ମାତ୍ର ରକ୍ତମୁଖା କ୍ରିଷ୍ଣା ଗୋଡ଼ାଇ ଗୋଡ଼ାଇ ତାଙ୍କୁ ଛୁରିରେ ବାରମ୍ବାର ଭୁସି ପକାଇଥିଲା। ଫଳରେ ଘଟଣାସ୍ଥଳରେ ହିଁ କିନ୍ନର ଅଞ୍ଜଳିଙ୍କର ମୃତ୍ୟୁ ଘଟିଥିଲା। ତଦନ୍ତ ସମୟରେ ପୁଲିସ ଗୋଟିଏ ଭ୍ୟାନିଟି ବ୍ୟାଗ୍ ଉଦ୍ଧାର କରିଥିଲା। ସ୍ଥାନୀୟ ଗୁଇନ୍ଦା ଏବଂ ସିସିଟିଭି ଫୁଟେଜ୍‌ରୁ ସୁରାକ ସଂଗ୍ରହ କରିଥିଲା। ପିପିଲି ପୁଲିସ ଅଭିଯୁକ୍ତ ସାନିଲ କାଣ୍ତିକୁ ଗିରଫ କରିବା ପରେ ଦୁର୍ଦ୍ଦାନ୍ତ କ୍ରିଷ୍ଣାକୁ ଖୋଜିଥିଲା। ୧୧ତାରିଖ ରାତି ପ୍ରାୟ ସାଢ଼େ ଆଠଟା ବେଳେ କ୍ରିଷ୍ଣା ପିପିଲି ଓଭର୍‌ବ୍ରିଜ୍‌ ଦେଇ ପୁରୀ ଆଡ଼କୁ ଯିବା ଖବର ପାଇ ପିପିଲି ପୁଲିସ ସଦଳବଳେ ସେଠାରେ ଜଗି ରହିଥିଲେ। ପିପିଲି ଓଭର୍‌ ବ୍ରିଜ୍‌ଠାରୁ ପୁରୀ ଆଡ଼କୁ  କ୍ରିଷ୍ଣା ଯାଉଥିବା ବେଳେ ନାୟରା ପେଟ୍ରୋଲ୍‌ ପମ୍ପଠାରୁ ଅନତି ଦୂରରେ ପୁଲିସ ତାକୁ ଅଟକାଇବାକୁ ଚେଷ୍ଟା କରିଥିଲା। କ୍ରିଷ୍ଣା ପୁଲିସ ଉପରକୁ ଗୁଳି ଚଳାଇଥିଲା। ଜବାବରେ ପୁଲିସ ଏନ୍‌କାଉଣ୍ଟର କରିଥିଲା। କ୍ରିଷ୍ଣାର ବାମ ଗୋଡ଼ ଆଣ୍ଠୁରେ ବାଜିଥିଲା। ଏବେ ସେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛି। ଘଟଣା ଘଟିବା ପରେ କ୍ରିଷ୍ଣା ବ୍ୟବହାର କରିଥିବା ବାଇକ୍‌, ଏକ ବନ୍ଧୁକ, ଗୋଟିଏ ଜୀବନ୍ତ ଗୁଳି ସହ ଦୁଇଟି ଖୋକାକୁ ପୁଲିସ ଜବତ ହୋଇଥିବା ନେଇ ଅତିରିକ୍ତ ଏସ୍‌ପି ଶ୍ରୀ ପଟେଲ ସୂଚନା ଦେଇଛନ୍ତି। ସେହିପରି ଗିରଫ ହୋଇଥିବା ଅନ୍ୟତମ ଅଭିଯୁକ୍ତ ସାନିଲ କାଣ୍ତିକୁ ପୁଲିସ ଗିରଫ କରି ଆଜି କୋର୍ଟଚାଲାଣ କରାଯାଇଛି। ଏ ସମ୍ପର୍କରେ ପିପିଲି ଥାନାରେ ଏକ ମାମଲା (ନଂ ୯୦/୨୬) ରୁଜୁ କରାଯାଇ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରହିଛି। କ୍ରିଷ୍ଣା ନାମରେ ଜିଲ୍ଲାର ବିଭିନ୍ନ ଥାନାରେ ୧୩ରୁ ଅଧିକ ଅପରାଧିକ ମାମଲା ରହିଛି। ଆଜି ଏହି ପ୍ରେସ୍‌ମିଟ୍ କାର୍ଯ୍ୟକ୍ରମରେ ଅତିରିକ୍ତ ଏସ୍‌ପି ଶ୍ରୀ ପଟେଲଙ୍କ ସମେତ ପିପିଲି ଏସ୍‌ଡିପିଓ ଦେବାଶିଷ ମିଶ୍ର, ପୁରୀ ସଦର ଏସ୍‌ଡିପିଓ କଳ୍ପନା କୁଅଁର, ପିପିଲି ଆଇଆଇସି ସୌମେନ୍ଦୁ ଶେଖର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button