Breaking News

ଅଗଷ୍ଟ ୮ରେ ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ପରୀକ୍ଷାଫଳ

0

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ ଦୁଇ କଳା ସହ ଧନ୍ଦାମୂଳକ ପରୀକ୍ଷାଫଳ ଅଗଷ୍ଟ ୮ ପ୍ରକାଶ ପାଇବ। ଅଗଷ୍ଟ ୮(ସୋମବାର) ଅପରାହ୍ଣ ୪ଟା ବେଳେ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ୟ୍ୟାଳୟରେ ଫଳାଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି।
ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ସୂଚନା ଅନୁସାରେ, www.odisharesults.nic.inରେ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାଫଳ ଉପଲବ୍ଧ ହେବ। ଛାତ୍ରଛାତ୍ରୀମାନେ ଏହି ୱେବସାଇଟ୍‌ ମାଧ୍ୟମରେ ପରୀକ୍ଷାଫଳ ଦେଖିପାରିବେ। ଯୁକ୍ତ ଦୁଇ କଳା ସହ ୮ ତାରିଖରେ ଧନ୍ଦାମୂଳକ ଶିକ୍ଷାର ଫଳ ମଧ୍ୟ ପ୍ରକାଶ ପାଇବ। ଚଳିତ ବର୍ଷ ରାଜ୍ୟର ୧୧୩୩ଟି ପରୀକ୍ଷା କେନ୍ଦ୍ରରେ ମୋଟ୍‍ ୩ ଲକ୍ଷ ୨୧ ହଜାର ୫୦୮ ପରୀକ୍ଷାର୍ଥୀ ଯୁକ୍ତ ଦୁଇ ପରୀକ୍ଷା ଦେଇଥିଲେ। ସେଥିମ୍ୟରୁ କେବଳ ଯୁକ୍ତ ଦୁଇ କଳାରେ ୨ଲକ୍ଷ ୧୩ ହଜାର ୪୩୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି।
ସୂଚନା ଯୋଗ୍ୟ ଯେ ଜୁଲାଇ ୨୭ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ କାର୍ଯ୍ୟାଳୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପରୀକ୍ଷା ଫଳ ଘୋଷଣା କରିଥିଲେ। ବିଜ୍ଞାନରେ ପାସ୍‌ ହାର ୯୪ ପ୍ରତିଶତ ରହିଥିବା ବେଳେ ବାଣିଜ୍ୟରେ ପାସ୍‌ ହାର ୮୯ ପ୍ରତିଶତ ରହିଥିଲା। ଚଳିତ ବର୍ଷ ୭୨,୧୦୬ ଜଣ ବିଜ୍ଞାନରେ ପାସ୍‌ କରିଥିବା ବେଳେ ୨୧,୧୬୫ ଜଣ ବାଣିଜ୍ୟରେ ପାସ୍‌ କରିଥିଲେ।

Leave A Reply

Your email address will not be published.