Breaking News

ମେ’ ୩୧ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷାଫଳ

0

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ଦ୍ବାରା ପରିଚାଳିତ ଯୁକ୍ତ ୨ ପରୀକ୍ଷାଫଳ ମେ’ ୩୧ ତାରିଖ ସୁଦ୍ଧା ପ୍ରକାଶ ପାଇବ। ମେ’ ୩୧ ସୁଦ୍ଧା ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ପ୍ରକାଶ ପାଇବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସଇ) ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ଦେଇଛନ୍ତି। ଏହାପରେ ଯୁକ୍ତ ୨ କଳା ପରୀକ୍ଷାଫଳ ଜୁନ ପ୍ରଥମ ସପ୍ତାହରେ ପ୍ରକାଶ କରାଯିବ ବୋଲି ସେ ପ୍ରକାଶ କରିଛନ୍ତି।

ଯୁକ୍ତ ୨ ପରୀକ୍ଷାଫଳ ଘୋଷଣା ପାଇଁ ଦରକାର ହେଉଥିବା ଆନୁସଙ୍ଗିକ କାର୍ଯ୍ୟ ଶେଷ ହୋଇନାହିଁ। ଏହା ଆସନ୍ତାକାଲି ସୁଦ୍ଧା ଶେଷ ହେବ ବୋଲି ଆଶା କରାଯାଉଛି। ତେଣୁ ମେ’ ୩୧ ତାରିଖରେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ପରୀକ୍ଷାଫଳ ଘୋଷଣା କରାଯିବ ବୋଲି ପରୀକ୍ଷା ନିୟନ୍ତ୍ରକ କହିଛନ୍ତି।

CBSE ଓ CISCE ରେଜଲ୍ଟ ପ୍ରକାଶନକୁ ୧୫ ଦିନ ବିତିଲାଣି। ହେଲେ ଏଯାଏଁ ରାଜ୍ୟ ବୋର୍ଡର ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶ ପାଇନଥିବାରୁ ଚିନ୍ତାରେ ଛାତ୍ର ଛାତ୍ରୀ ଓ ଅଭିଭାବକ। କାହିଁକି ଏତେ ବିଳମ୍ବ ହେଉଛି ସେନେଇ ବି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚୁପ୍ ରହିଛି। ଯୁକ୍ତ ଦୁଇ ରେଜଲ୍ଟ ଉପରେ ନିର୍ଭର କରୁଛି ଛାତ୍ରଛାତ୍ରୀଙ୍କ ଭବିଷ୍ୟତ।

କାରଣ ରେଜଲ୍ଟ ଆଧାରରେ କିଏ ମେଡିକାଲ ଶିକ୍ଷା ରେ ନାମ ଲେଖାଇବ ତ ଆଉ କିଏ ବୈଷୟିକ କି ଉଚ୍ଚଶିକ୍ଷା ପଢ଼ିବ। ତେବେ ରେଜଲ୍ଟ ବିଳମ୍ୱ ହେଉଥିବାରୁ ପିଲାଏ ଦ୍ୱନ୍ଦ୍ୱରେ ଥିଲେ।

Leave A Reply

Your email address will not be published.