Breaking News

କାଲି ନୂଆ ସଂସଦ ପ୍ରତିଷ୍ଠା ହେବ, ଆଜି ରାଜଦଣ୍ଡ ଗ୍ରହଣ କଲେ ପ୍ରଧାନମନ୍ତ୍ରୀ

ନୂଆ ସଂସଦ ଭବନ ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ହାତରେ ରାଜଦଣ୍ଡ। ତାମିଲନାଡୁ ଅଧିନମ ମଠର ମହନ୍ତ ମୋଦୀଙ୍କୁ ହସ୍ତାନ୍ତର କଲେ ସେଙ୍ଗୋଲ

0

ନୂଆଦିଲ୍ଲୀ : ରବିବାର ସନ୍ଧ୍ୟାରେ ନୂତନ ସଂସଦ ଭବନ ଉଦଘାଟନ ପୂର୍ବ ସଂଧ୍ୟାରେ ତାମିଲନାଡୁର ରୁବଦୁଥୁରାଇ ଆଧୀନମ (ମଠ)ରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଐତିହାସିକ ରାଜଦଣ୍ଡ ‘ସଙ୍ଗୋଲ’କୁ ହସ୍ତାନ୍ତର କରାଯାଇଛି। ଏହା କାଲି ନୂତନ ସଂସଦ ଭବନରେ ସ୍ଥାପିତ ହେବ। ମଠର ମୁଖ୍ୟ ପୁରୋହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏହି ରାଜଦଣ୍ଡ ହସ୍ତାନ୍ତର କରିଛନ୍ତି।

ଚେନ୍ନାଇରୁ ଆସିଥିବା ୨୧ ଜଣ ପୁରୋହିତଙ୍କ ସମେତ ଶ୍ରୀ ହରିହର ଦେଶିକା ସ୍ୱାମୀଗଲ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆବାସରେ ମନ୍ତ୍ରପାଠ ମଧ୍ୟରେ ଏହି ‘ସଙ୍ଗୋଲ’ ସମର୍ପଣ କରିଛନ୍ତି।  ଆସନ୍ତାକାଲି  ନୂଆ ସଂସଦ ଭବନ ଉଦଘାଟନ କାର୍ଯ୍ୟକ୍ରମରେ ଏହି ମଠର ମୁଖ୍ୟ ପୁରୋହିତ ବିଶେଷ ଅତିଥି ଭାବେ ଯୋଗ ଦେବେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାଜଦଣ୍ଡ । ନୂଆ ସଂସଦ ଭବନର ଉଦଘାଟନ ପୂର୍ବରୁ ତାମିଲନାଡୁ ଅଧିନମ୍ ମଠର ମହନ୍ତ, ରାଜଦଣ୍ଡକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ବୈଦିକ ମନ୍ତ୍ରୋଚାରଣ କରି ପ୍ରଧାନମନ୍ତ୍ରୀଙ୍କୁ ଏହି ରାଜଦଣ୍ଡ ଦିଆଯାଇଛି । ଆସନ୍ତାକାଲି ଏହାକୁ ସଂସଦ ଭବନର ବାଚସ୍ପତିଙ୍କ ପାଶ୍ୱର୍ରେ ରଖାଯିବ । ଶହ ଶହ ବର୍ଷ ତଳେ ରାଜା ରାଜୁଡ଼ା ସମୟରେ ବ୍ୟବହାର ହେଉଥିବା ରାଜଦଣ୍ଡକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ।

‘ରାଜଦଣ୍ଡ’କୁ କ୍ଷମତା ହସ୍ତାନ୍ତର’ର ଏକ ପ୍ରତୀକ ଭାବେ ଗ୍ରହଣ କରାଯାଏ । ଏହି ରାଜଦଣ୍ଡ ପଛରେ ଲୁଚିରହିଛି ଏକ ଗୌରବମୟ ଇତିହାସର କାହାଣୀ । ଦକ୍ଷିଣ ଭାରତରେ ଚୋଳ ସାମ୍ରଜ୍ୟର ଶାସନ ଥିଲା । ଦୀର୍ଘବର୍ଷ ଧରି ଶାସନ କରିଥିବା ଅନ୍ୟତମ ସର୍ବ ପୁରାତନ ରାଜବଂଶ । ଜଣେ ରାଜାଙ୍କଠାରୁ ଆଉ ଜଣେ ରାଜାଙ୍କ ପାଖକୁ କ୍ଷମତା ହସ୍ତାନ୍ତର’ର ସୂଚକ ଭାବେ ଏହି ରାଜଦଣ୍ଡ ଦଣ୍ଡ ବା’ ସେନଗୋଲ୍କୁ ବ୍ୟବହାର ହେଉଥିଲା । ସ୍ୱାଧୀନ ଭାରତର ସ୍ୱର୍ଣ୍ଣିମ ଯାତ୍ରା ମଧ୍ୟ ଏହି ରାଜଦଣ୍ଡ ହନ୍ତାନ୍ତରରୁ ଆରମ୍ଭ ହୋଇଥିଲା । ୧୯୪୭ ଅଗଷ୍ଟ ୧୪ ରାତି ୧୦ଟା ୪୫ରେ ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁ ଇଂରେଜ ହାତରୁ ଏହି ରାଜଦଣ୍ଡ ଗ୍ରହଣ କରିଥିଲେ ।

Leave A Reply

Your email address will not be published.