ଭାଷା ଓ ସାହିତ୍ୟ

Poem Mahanayak by Poet Ajay Swain: ଅଜୟ ସ୍ବାଇଁଙ୍କ କଲମରୁ ନିସୃତ କବିତା ’ମହାନାୟକ’…

କବି କାଠ, ମାଟି ଓ ପ୍ରକୃତିର ଉପାଦାନରେ ମହାନାୟକଙ୍କର ମୂଳ ସୃଜନାତ୍ମକତା ଓ ଶକ୍ତିକୁ ବର୍ଣ୍ଣନା କରିଛନ୍ତି। ଏହାରେ ପ୍ରତ୍ୟକ୍ଷ ଓ ପ୍ରତୀକାତ୍ମକ ଛବି, ମଣି ବିମାନ ଓ ଫୁଲ-ଫଳର ଛବି ମାଧ୍ୟମରେ ମହାନାୟକଙ୍କର ଉତ୍ତରାଧିକାର, ପ୍ରତିକ୍ଷା ଓ ଆଶାର ଭାବ ପ୍ରକାଶିତ ହୋଇଛି।

ମହାନାୟକ

ଅଜୟ ସ୍ବାଇଁ

କାଠଚମ୍ପା ଗଛରେ ଗଛେ ଫୁଲ
ଫୁଲରେ ବାସ୍ନା ଭରିଚି ଯିଏ,
ସିଏ ପୁଣି କୁରାଢ଼ି ଧରି
କାଟୁଛି ଗଛର ମୂଳ।
ଯିଏ ଉଡ଼ାଉଚି ପତିତପାବନ ନେତ
ସିଏ ବନଉଚି ପତିତ… ଅର୍କ୍ଷିତ।
ଆମ ଆଖି ଆଗରେ
ଘୋଡ଼ା ଝପଟେଇ
ମିଶିଯାଉଛି ଦିଗ୍‌ବଳୟରେ
ପୁଣି ମାଦଳ ହେଇ ଗଡୁଚି
ଆମ ଭିତରେ
ଆମ ଭିତରୁ ଦଳେ କହୁଛନ୍ତି:
ମହାନାୟକ।
କାଠ, ମାଟି, ଅଙ୍ଗାର
ଅଷ୍ଟାଙ୍ଗ ଶରୀର
ପତ୍ରର ମୁକୁଟ
ପୁଣି ଅଷ୍ଟ ଐଶ୍ବର୍ଯ୍ୟ
ସୁବର୍ଣ୍ଣ ଭଣ୍ଡାର
କି ହେବ?
ଆମର ସବୁବେଳେ
ପୋଡ଼ା ପେଟ
ଚାରିପାଖେ
ଫୁଲ ଓ ଲୁହର ଓହଳ।

ଆସ ଆସ ସହସ୍ର ଭୁଜ ଧରି,
ଚଷିବାକୁ ଆମ ମରୁଡ଼ି କ୍ଷେତ।
ଆସ ହାତ ହତିଆର ଧରି, ଗଜକୁ ଧରିଚି ‌ନକ୍ର।
ଆସ ଗୋ ପାଟପୀତାମ୍ବରୀ ପିନ୍ଧି,
ଚନ୍ଦନ କସ୍ତୁରୀ ବାସ୍ନାରେ ମହମହ ରସିକ
ଆମେ ଫୁଲଗୁନ୍ଥି, ଫଳତୋଳି,
ଘଣ୍ଟ ଘଣ୍ଟା ଧରି ଅପେକ୍ଷାରେ ଅଛୁ
ପହଞ୍ଚିବ କେତେବେଳେ ଝୁଲିଝୁଲି
ମଣି ବିମାନରେ କୋଉ ଅବତାରରେ ମହାନାୟକ?

ମୋ: ୯୧୭୮୫୫୮୫୦୮

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button