ଖେଳଦେଶ ବିଦେଶ

pre-seeding World Cup ବିଶ୍ବ କପ୍‌ ‘ପ୍ରି ସିଡିଂ’କୁ ନେଇ ଉଠିଲା ପ୍ରଶ୍ନ

ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ‘ପ୍ରି ସିଡିଂ’ ଖେଳ ସୂଚୀକୁ ନେଇ ଉଠିଛି ଝଡ଼। ସୁପର୍‌-୮ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବାବେଳେ ଏକ ଦୂରଦୃଷ୍ଟିର ଅଭାବ ଏବେ ପଦାରେ ପଡ଼ିଛି।

ଅହମଦାବାଦ: ଚଳିତ ଆଇସିସି ଟ୍ବେଣ୍ଟି-୨୦ ବିଶ୍ବକପ୍‌ର ‘ପ୍ରି ସିଡିଂ’ ଖେଳ ସୂଚୀକୁ ନେଇ ଉଠିଛି ଝଡ଼। ସୁପର୍‌-୮ ପର୍ଯ୍ୟାୟ ଆରମ୍ଭ ହୋଇଯାଇଥିବାବେଳେ ଏକ ଦୂରଦୃଷ୍ଟିର ଅଭାବ ଏବେ ପଦାରେ ପଡ଼ିଛି। ଭାରତୀୟ ବ୍ୟାଟିଂ କିଂବଦନ୍ତି ସୁନିଲ ଗାଭାସ୍କର ଏହାକୁ ନେଇ ଖପ୍ପା ହେବା ସହ ପ୍ରଶ୍ନ କରିଛନ୍ତି।

ପ୍ରଶଂସକମାନେ ମଧ୍ୟ ସାମାଜିକ ଗଣମାଧ୍ୟମରେ ଆଇସିସିର ବ୍ୟବସ୍ଥାକୁ ସମାଲୋଚନା କରିଛନ୍ତି। ସେମାନଙ୍କ ବଡ଼ ପ୍ରଶ୍ନ ହେଉଛି ସୁପର୍‌-୮ ପର୍ଯ୍ୟାୟରେ ଗୋଟିଏ ଗ୍ରୁପ୍‌ରେ ରହିଛନ୍ତି ଭାରତ, ଦକ୍ଷିଣ ଆଫ୍ରିକା, ଜିମ୍ବା‌ୱେ ଓ ୱେଷ୍ଟ୍‌ଇଣ୍ଡିଜ୍‌। ଏହି ୪ ଦଳ ଗ୍ରୁପ୍‌ ପର୍ଯ୍ୟାୟରେ ଶୀର୍ଷରେ ରହିଥିଲେ। ପ୍ରଶଂସକଙ୍କ ଚିନ୍ତାର ହେଉଛି ଉପରୋକ୍ତ ୪ ଦଳ ଶ୍ରେଷ୍ଠ ଫର୍ମରେ ଥିବାବେଳେ ତନ୍ମଧ୍ୟରୁ ୨ ଦଳକୁ ‌ସେମିଫାଇନାଲ୍‌ ପୂର୍ବରୁ ବିଦାୟ ନେବାକୁ ପଡ଼ିବ। ଅନ୍ୟ ଗ୍ରୁପ୍‌ରେ ରହିଛନ୍ତି ଦ୍ବିତୀୟ ସ୍ଥାନରେ ରହିଥିବା ୪ ଦଳ ଇଂଲଣ୍ଡ, ଶ୍ରୀଲଙ୍କା, ପାକିିସ୍ତାନ ଓ ନ୍ୟୁଜିଲାଣ୍ଡ୍‌।ସମାଲୋଚନା କିନ୍ତୁ ବହୁ ବିଳମ୍ବ ‌ହୋଇଯାଇଛି ବୋଲି କହିଛନ୍ତି ସୁନିଲ ଗାଭାସ୍କର। ‘ଏବେ କାହିଁକି’ ସେମାନେ ଏହି ପ୍ରଶ୍ନ ବିଶ୍ବକପ୍‌ ଆରମ୍ଭ ପୂର୍ବରୁ ଉଠାଇବାର ଥିଲା। ପ୍ରତିଯୋଗିତା ଦୁଇଟି ଭିନ୍ନ ଭିନ୍ନ ଦେଶରେ ଖେଳାଯାଉଥିବାରୁ ଏହାର କାରଣ ମୁଁ ବୁଝିପାରୁଛି। ଆଇସିସି କିନ୍ତୁ ଉନ୍ନତ ଭାବେ ସ୍ପଷ୍ଟୀକରଣ ରଖିପାରିବ। ଏବେ ଶେଷ ମୁହୂର୍ତରେ କୌଣସି ପରିବର୍ତନର ସମ୍ଭାବନା ନାହିଁ। ବିଭିନ୍ନ ଦେଶର ଭ୍ରମଣ ଓ ଲଜିଷ୍ଟିକ୍ସ ପ୍ରସଙ୍ଗ କାରଣରୁ ସୂଚୀ ପ୍ରସ୍ତୁତି ଆଗରୁ ହୋଇଥାଏ।

ସୁପର୍‌-୮ ସ୍ଲଟ୍‌ ମଧ୍ୟ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଧାର୍ଯ୍ୟ ରହିଥାଏ

ବାସ୍ତବରେ ଆଇସିସି ଏହାର ବିଶ୍ବକପ୍‌ ଖେଳସୂଚୀ ସମୟରେ ବିଭିନ୍ନ ଦଳର ସଦ୍ୟତମ ମାନ୍ୟତାକୁ ବିଚାରକୁ ନେଇଥାଏ। ପ୍ରି-ସିଡିଂ କାରଣରୁ ହିଁ ବିଭିନ୍ନ ଦଳ କେଉଁଠା‌ରେ ଖେଳିବେ ସମ୍ପୃକ୍ତ ଦଳର ପରିଚାଳକ ଓ ପ୍ରଶଂସକ ଯଥେଷ୍ଟ ଆଗରୁ ଜାଣିପାରିଥାନ୍ତି। ସେହି ଦୃଷ୍ଟିରୁ ସୁପର୍‌-୮ ସ୍ଲଟ୍‌ ମଧ୍ୟ ପ୍ରତିଯୋଗିତା ଆରମ୍ଭ ପୂର୍ବରୁ ଧାର୍ଯ୍ୟ ରହିଥାଏ। ଏବେକାର ପରିସ୍ଥିତି କିନ୍ତୁ ଆଇସିସିକୁ ଭବିଷ୍ୟତ ସୂଚୀ ପ୍ରସ୍ତୁତି ପାଇଁ ବଡ଼ ଶିକ୍ଷା ଦେଇଛି।

ସୌଜନ୍ୟ ସମ୍ବାଦ

Show More

Leave a Reply

Your email address will not be published. Required fields are marked *

Back to top button