ଦେଶ ବିଦେଶ

Priyanka Gandhi : ପ୍ରିୟଙ୍କାଙ୍କୁ ପ୍ରଧାନମନ୍ତ୍ରୀ ଚେହେରା ଦାବି ଉଠିଲା

କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦଳର ପ୍ରଧାନମନ୍ତ୍ରୀ ଚେହେରା କରିବାକୁ ଦଳୀୟ ସାଂସଦ ଇମ୍ରାନ ମାସୁଦଙ୍କ ମନ୍ତବ୍ୟକୁ ନେଇ ଏବେ କଂଗ୍ରେସ ଦଳ ଭିତରେ ଓ ବାହାରେ ପ୍ରତିକ୍ରିୟା....

ନୂଆଦିଲ୍ଲୀ: ‌କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଦଳର ପ୍ରଧାନମନ୍ତ୍ରୀ ଚେହେରା କରିବାକୁ ଦଳୀୟ ସାଂସଦ ଇମ୍ରାନ ମାସୁଦଙ୍କ ମନ୍ତବ୍ୟକୁ ନେଇ ଏବେ କଂଗ୍ରେସ ଦଳ ଭିତରେ ଓ ବାହାରେ ପ୍ରତିକ୍ରିୟା ଦେଖାଯାଇଛି।  ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା କହିଛନ୍ତି, ପ୍ରିୟଙ୍କା ଆଗକୁ ଆସନ୍ତୁ ବୋଲି ବିଭିନ୍ନ ମହଲରୁ ଦାବି ହେଉଛି। ମୁଁ ରାଜନୀତିକୁ ଆସେ ବୋଲି ମଧ୍ୟ ଦାବି ହେଉଛି। ଏବେ କିନ୍ତୁ ଆମେ ଲୋକଙ୍କ ସହ ଜଡ଼ିତ ବାସ୍ତବ ପ୍ରସଙ୍ଗକୁ ଗୁରୁତ୍ବ ଦେଉଛୁ। ସୂଚନାଯୋଗ୍ୟ, ମାସୁଦ କହିଛନ୍ତି, ପ୍ରିୟଙ୍କା ଯଦି ପ୍ରଧାନମନ୍ତ୍ରୀ ହୁଅନ୍ତି, ସେ ତାଙ୍କ ଜେଜେମା’ ଇନ୍ଦିରା ଗାନ୍ଧୀଙ୍କ ଭଳି ବାଂଲାଦେଶକୁ କଡ଼ା ଜବାବ ଦେଇପାରିବେ।

ଜବାବରେ ବିଜେପି ପ୍ରବକ୍ତା ଶେହଜାଦ ପୁନାୱାଲା କହିଛନ୍ତି, ରାହୁଲ ବିଦେଶରେ ଭାରତକୁ ଅପମାନ କରୁଛନ୍ତି, ଯେଉଁଥି ପାଇଁ ଇମ୍ରାନ ମାସୁଦ, ଶଶି ଥରୁର୍‌ ଓ ପ୍ରିୟଙ୍କା ଗାନ୍ଧୀଙ୍କ ଗୋଷ୍ଠୀରୁ ବହୁ ଜଣ ତାଙ୍କୁ ବିରୋଧ କରୁଛନ୍ତି। କଂଗ୍ରେସ ପାର୍ଟିର ସହଯୋଗୀ ଦଳମାନେ ରାହୁଲ ଗାନ୍ଧୀଙ୍କ ବିରୋଧରେ କହି ସାରିଛନ୍ତି। ଦେଶବାସୀଙ୍କର ତାଙ୍କ ଉପରେ ବିଶ୍ବାସ ନାହିଁ, ଜନମତ ତାଙ୍କ ବିରୋଧରେ ଥିଲା। ଏବେ ଜନପଥ ମଧ୍ୟ ତାଙ୍କ ବିରୋଧରେ ହୋଇଗଲାଣି ବୋଲି ପୁନାୱାଲା କହିଛନ୍ତି। ବିଜେପି ଜାତୀୟ ପ୍ରବକ୍ତା ପ୍ରଦୀପ ଭଣ୍ଡାରୀ ମଧ୍ୟ ‘ଏକ୍ସ’ରେ ଲେଖିଛନ୍ତି, କଂଗ୍ରେସରେ ରାହୁଲ ଓ ପ୍ରିୟଙ୍କାଙ୍କ ଗୋଷ୍ଠୀ ମଧ୍ୟରେ ମତଭେଦ ଯୋଗୁ କଂଗ୍ରେସ ପାର୍ଟି ଦୁଇ ଭାଗରେ ବିଭକ୍ତ ହୋଇଗଲାଣି। ରାହୁଲ ଗାନ୍ଧୀଙ୍କ ବିରୋଧରେ ରବର୍ଟ ଭଦ୍ରା ଓ ପ୍ରିୟଙ୍କା ଗାନ୍ଧୀଙ୍କ ଖୋଲା ମତଭେଦ ପରିବାରରେ ଥିବା ବିବାଦକୁ ସ୍ପଷ୍ଟ କରୁଛି।

 

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button