ଦେଶ ବିଦେଶ

Priyanka Gandhi Has Potential: ପ୍ରଧାନମନ୍ତ୍ରୀ ହେବାକୁ ଦକ୍ଷ ପ୍ରିୟଙ୍କା ଗାନ୍ଧୀ: କଂଗ୍ରେସ ସାଂସଦ

ପ୍ରଧାନମନ୍ତ୍ରୀ ହେବାକୁ ଦକ୍ଷ ପ୍ରିୟଙ୍କା ଗାନ୍ଧୀ। ଏଭଳି କହି ଚର୍ଚ୍ଚାରେ କଂଗ୍ରେସ ସାଂସଦ ଇମ୍ରାନ ମାସୁଦ। ଅନେକ ସମୟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରାଯାଇଛି। କିଛି କଂଗ୍ରେସ ନେତା ତାଙ୍କୁ ଦଳର ଜଣେ ଉଦୀୟମାନ ନେତ୍ରୀ ଭାବରେ ମଧ୍ୟ ଦେଖୁଛନ୍ତି।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ହେବାକୁ ଦକ୍ଷ ପ୍ରିୟଙ୍କା ଗାନ୍ଧୀ। ଏଭଳି କହି ଚର୍ଚ୍ଚାରେ କଂଗ୍ରେସ ସାଂସଦ। ଅନେକ ସମୟରେ ପ୍ରିୟଙ୍କା ଗାନ୍ଧୀଙ୍କୁ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସହ ତୁଳନା କରାଯାଇଛି। କିଛି କଂଗ୍ରେସ ନେତା ତାଙ୍କୁ ଦଳର ଜଣେ ଉଦୀୟମାନ ନେତ୍ରୀ ଭାବରେ ମଧ୍ୟ ଦେଖୁଛନ୍ତି ଯାହାଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସବୁ ଦକ୍ଷତା ରହିଛି। କଂଗ୍ରେସ ସାଂସଦ ଇମ୍ରାନ ମାସୁଦ ହେଲେ ସେମାନଙ୍କ ମଧ୍ୟରୁ ଜଣେ। ଯେତେବେଳେ ତାଙ୍କୁ ପଚରାଗଲା ଯେ, ପ୍ରିୟଙ୍କା ଗାନ୍ଧୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସବୁ ଯୋଗ୍ୟତା ରହିଛି ବୋଲି ଆପଣ ବିଶ୍ବାସ କରନ୍ତି କି? ମାସୁଦ ଉତ୍ତର ଦେଇଥିଲେ, “ହଁ, ନିଶ୍ଚିତ ଭାବରେ। ସେ ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ। ତାଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ସମସ୍ତ ଗୁଣ ଅଛି।”

ପ୍ରଧାନମନ୍ତ୍ରୀ ହେବାକୁ ଦକ୍ଷ ପ୍ରିୟଙ୍କା ଗାନ୍ଧୀ

ଇମ୍ରାନ କହିଛନ୍ତି ଯେ, ପ୍ରିୟଙ୍କା ଗାନ୍ଧୀ ପ୍ରଥମେ ନାଗରିକତା ସଂଶୋଧନ ଆଇନ (CAA)କୁ ବିରୋଧ କରିଥିଲେ ଏବଂ ଏବେ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ବିଷୟରେ କହୁଛନ୍ତି ବୋଲି ବିଜେପି ତାଙ୍କୁ ବିରୋଧ କରୁଛି। ସେ କାହିଁକି କହିବେ ନାହିଁ? ଏଥିରେ ଭୁଲ କ’ଣ? ପ୍ରଧାନମନ୍ତ୍ରୀଙ୍କୁ ଏହି ପ୍ରଶ୍ନର ଉତ୍ତର ଦେବା ଉଚିତ। ଯଦି ପ୍ରିୟଙ୍କା ଗାନ୍ଧୀ ପ୍ରଧାନମନ୍ତ୍ରୀ ହୋଇଥାନ୍ତେ, ତେବେ ସେ ସମସ୍ତ ପ୍ରଶ୍ନର ଭଲ ଉତ୍ତର ଦେଇଥାନ୍ତେ। ପ୍ରିୟଙ୍କା ଗାନ୍ଧୀଙ୍କ ପ୍ରଧାନମନ୍ତ୍ରୀ ହେବାର ସମ୍ଭାବନା ଅଧିକ। ସେ ଇନ୍ଦିରା ଗାନ୍ଧୀଙ୍କ ନାତୁଣୀ ଏବଂ ପ୍ରଧାନମନ୍ତ୍ରୀ ହେବାର ଓ ପ୍ରଶ୍ନର ଉତ୍ତର ଦେବାର ପୂର୍ଣ୍ଣ କ୍ଷମତା ତାଙ୍କର ଅଛି।”

ଦେଶକୁ ବଦନାମ କରିବାକୁ ବିଦେଶ ଯିବେ ପ୍ରିୟଙ୍କା: ବିଜେପି

ବିଜେପି ସୋମବାର ଅଭିଯୋଗ କରିଛି ଯେ, କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ତାଙ୍କ ଭାଇ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ପଥ ଅନୁସରଣ କରି ‘ଭାରତ ବିରୋଧୀ’ ଲୋକଙ୍କୁ ଭେଟିବା ଏବଂ ଦେଶକୁ ‘ବଦନାମ’ କରିବା ପାଇଁ ‘ମିଶନ ମୋଡ୍’ରେ ଆମେରିକା ଗସ୍ତ କରିବାକୁ ଯାଉଛନ୍ତି। ତେବେ ଏପର୍ଯ୍ୟନ୍ତ ଏହା ଉପରେ କଂଗ୍ରେସ ବା ପ୍ରିୟଙ୍କା ଗାନ୍ଧୀ ଏହା ଉପରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି।

 

ସୌଜନ୍ୟ ସମ୍ବାଦ

Leave a Reply

Your email address will not be published. Required fields are marked *

Back to top button