
ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ଗତ ୧୨ ମାର୍ଚ୍ଚ ତାରିଖରେ ମୟୂରଭଞ୍ଜଜିଲ୍ଲା ତିରିଂ ଥାନା ଅଞ୍ଚଳରେ ଜଣେ ସଂଖ୍ୟା ଲଘୁ ସମ୍ପ୍ରଦାୟର ଯୁବକ ଜଣେ ଆଦିବାସୀ ନାବାଳିକାଙ୍କୁ ଅସଦାଚାରଣ କରିଥିବା ଅଭିଯୋଗରେ ପୀଡ଼ିତାଙ୍କ ଗ୍ରାମବାସୀ ବହଳଦା ଥାନା ଅନ୍ତର୍ଗତ ମୁର୍ମୁ ଛୋକଠାରେ ଶାନ୍ତି ପୂର୍ଣ୍ଣ ଧାରଣା ଦେଇଥିଲେ ବୋଲି ଆଜି ରାଇରଙ୍ଗପୁର ଆସିକାଠାରେ ଆୟୋଜିତ ମୟୂରଭଞ୍ଜ ଆଦିବାସୀ ଏକତା ମଞ୍ଚ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଛି।
ତେବେ ସେହି ସମୟରେ ଧାରଣା ଦେଇଥିବା ଲୋକଙ୍କୁ ପୁଲିସ ପକ୍ଷରୁ ଲାଠି ଚାର୍ଜ ହୋଇଥିଲା ଏବଂ ଉତ୍ୟକ୍ତ ଲୋକେ ମଧ୍ୟ ପୋଲିସ ଉପରକୁ ମାଡ ମାରିଥିଲେ ଯାହାଫଳରେ ୧୩ ଜଣ ପୋଲିସ କର୍ମଚାରୀ ଗୁରୁତର ଆହତ ହୋଇଥିଲେ। ପରେ ପୁଲିସ ୩୪ ଜଣ ଗ୍ରାମବାସୀଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ବେଳେ ତାଙ୍କୁ ନିର୍ଦ୍ଦୋଷରେ ଖୋଲାସ କରାଯିବା ଦାବିରେ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ବାମନଘାଟି ଉପଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଦୁଇ ଦିନ ଗଣଧାରଣାରେ ବସିଥିଲେ।
ତେବେ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାନଯିବାରୁ ମଞ୍ଚ ପକ୍ଷରୁ ୪୮ ଘଣ୍ଟାର ଚେତାବନୀ ଦେଇ ଗଣଧାରଣାରୁ ଓହରିଥିଲେ। ଏନେଇ ଆଜି ଆଦିବାସୀ ଏକତା ମଞ୍ଚ ଏବଂ ସର୍ବଦଳୀୟ ସମ୍ମତି କ୍ରମେ ସାମ୍ବାଦିକ ସମ୍ମିଳନୀ ଜରିଆରେ ଗିରଫ ମହିଳା ଓ ପୁରୁଷ ମାନଙ୍କୁ ନିର୍ଦ୍ଦେଶରେ ଖୋଲାସ କରିବା ଦାବିରେ ଆସନ୍ତା ୨୦ ମାର୍ଚ୍ଚ ସକାଳ ୬ ଘଟିକାଠାରୁ ୨୨ ମାର୍ଚ୍ଚ ସକାଳ ୬ ଟା ପର୍ଯ୍ୟନ୍ତ ବାମନଘାଟୀ ଉପଖଣ୍ଡ ବନ୍ଦ ଡାକରା ଦିଆଯାଇଛି।
ଉକ୍ତ ବନ୍ଦ ଡାକରାରେ ପ୍ରାୟ ୧୫ ଟି ଆଦିବାସୀ ସଂଗଠନର ସଦସ୍ୟମାନେ ସାମିଲ ହୋଇ ବନ୍ଦ କରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଆବାହକ ଜିତେନ୍ଦ୍ର ନାଥ ହାଁସଦା,ରାମ ମୁର୍ମୁ, ଶଙ୍କରଶଣ ମୁର୍ମୁ, ମନରଞ୍ଜନ ହେମ୍ବ୍ରମ୍, ଫୁର୍ମଲ୍ ହାଁସଦା, ପଦ୍ମଚରଣ ବାନରା, ଦେବୀପ୍ରଶ୍ନ ବେଶ୍ରା, ଶୁକଲାଲ ମାରାଣ୍ଡି, ଦୁଗୁ ମାହାଲି, କିଶୁନ ହାଁସଦା, ଶେଖର ମାହାଲି, ମଟକା ବିରୁଆ, ତପନ ମାଝୀ, ଚୈତନ୍ୟ ମୁର୍ମୁ, ନାରାନ୍ ମୁର୍ମୁ, ଭାଗବତ୍ ହାଁସଦା, ଘାସିରାମ ସୋରେନ୍, ଅଭିଷେକ ପଟ୍ଟନାୟକ, ରାଇସେନ ମୁର୍ମୁ, ସାଲୁ କିସକୁ, ଲକ୍ଷ୍ମଣ ମାଝୀ, ଘନଶ୍ୟାମ ପିଙ୍ଗୁଆଙ୍କ ସମେତ ବହୁ ବ୍ୟକ୍ତି ଉପସ୍ଥିତ ଥିଲେ। ତେବେ ବନ୍ଦ ସମୟରେ ସମସ୍ତଙ୍କୁସହୋଯୋଗ କରିବାକୁ ଅନୁରୋଧ କରିଛନ୍ତି।
ସୌଜନ୍ୟ ସମ୍ବାଦ




